ରଥଯାତ୍ରାରେ ସ୍ଥାପନ ହେଲା ବିଜେଡି ନୂଆ କାର୍ଯ୍ଯାଳୟର ଭିତ୍ତିପ୍ରସ୍ତର, ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ହେବ ସମର୍ପିତ

The Sakala Picture
Published On

ବନେଶ୍ୱର: ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ଯାଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡ଼ା ହୋଇଛି। ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି […]

ବନେଶ୍ୱର: ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି ରାଜ୍ୟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢେ ଚାରି କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ କାର୍ଯ୍ଯାଳୟ। ଗତ ୨୩ ବର୍ଷ ଭିତରେ ଓଡିଶା ବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡ଼ା ହୋଇଛି। ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡ଼ିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ୱରେ ପହଁଚିଛି। ରଥଯାତ୍ରା ଅବସରରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୂତନ କାର୍ୟ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବର୍ବରକାଣ୍ଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୟୁଟ୍ୟୁବରଙ୍କୁ ହତ୍ୟା, ୩ ଗିରଫ


ଏଥିରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ୟ୍ୟକ୍ଷମ ହେବ। ଏହା ସହିତ ରକ୍ତ ଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ। ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ୟ୍ୟକ୍ରମରେ ଶ୍ରମ ଦାନ କରିବେ। କାର୍ୟ୍ୟାଳୟ ମାଧ୍ୟମରେ ଓଡ଼ିଶା ବାସୀଙ୍କ ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମର୍ପଣ କରିବେ ବୋଲି ବୋଲି କହିଛନ୍ତି ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ୍‌।

ଆହୁରି ପଢ଼ନ୍ତୁ: ଓଡିଶାରେ ବଢ଼ୁଛି କିଶୋରୀ ମାତୃତ୍ୱ ସଂଖ୍ୟା: ବାଲ୍ୟବିବାହ, ଶିକ୍ଷାର ଅଭାବ ମୁଖ୍ୟ କାରଣ

ଆହୁରି ପଢ଼ନ୍ତୁ: ବଲିଆରେ ଭୟଙ୍କର କାଣ୍ଡ: ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲା ପ୍ରେମିକ, ଏସିଡ୍ ଢାଳି ହତ୍ୟା କଲେ ପ୍ରେମିକା

 

ସେପଟେ ଗତ ୨୩ ବର୍ଷ ପରେ ବିଜେଡ଼ି ମୁଖ୍ୟାଳୟ ନୂଆ ରୂପ ନେବାକୁ ଯାଉଛି। ଆଜି ତାହାର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ରାଜ୍ୟ କାର୍ୟ୍ୟାଳୟଠୁ ଆରମ୍ଭ କରି ୩୦ ଟି ଜିଲ୍ଲାର ସଦର ମହକୁମାରେ ଜିଲ୍ଲା କାର୍ୟ୍ୟାଳୟ ସ୍ଥାପନ କରାଯିବ। ଅତ୍ୟାଧୁନିକ ଜ୍ଞାନ କୌଶଳ ସହିତ ଏହି ନିର୍ମାଣ କାର୍ୟ୍ୟ ହେବ। ଏହାକୁ ୩ ଟି ମହଲା ଭିତରେ ସଂକ୍ଷିପ୍ତ ରଖାଯିବ। ଏହାର ବାସ୍ତୁ ଓ ନିର୍ମାଣକୁ ସ୍ୱତନ୍ତ୍ର ଭାବେ କରାଯାଇଛି ଯେଉଁଥିରେ ଓଡ଼ିଶାର ସ୍ଥାପତ୍ୟ ଓ କଳାକୁ ଗୁରୁତ୍ୱ ଦିଆଯିବ। ଏହା ଭିତରେ ଏକ ବଡ଼ ଅଡ଼ିଟୋରିୟମ ଓ ରିଟର୍ଣ୍ଣିଂ ରୁମ କରାଯିବାର ବ୍ୟବସ୍ଥା ରଖାଯାଇଛି ସଞ୍ଜୟ ଦାସବର୍ମାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ଆଜିର ଭୂମି ପୂଜନରେ ଦଳର ଛାମୁଆ ନେତା, ମନ୍ତ୍ରୀ ଓ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp