ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

Madhusudan Das Picture
Published On

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ କେନ୍ଦ୍ରରେ ପି. ଭି. ନରସିଂହ ରାଓଙ୍କ ସରକାର ଥିବାବେଳେ ରେଳମନ୍ତ୍ରୀ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ଲେଙ୍କା ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ବାର ବିଧାୟକ ଥିଲେ। ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । 

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ସେ କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ଦଳୀୟ ବ୍ୟାପାରରେ ନିଜର ମତ ରଖିବା ପାଇଁ ପରିଚିତ। ୧୯୯୦ ଦଶକରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ସମୟରେ ଦଳୀୟ ନେତୃତ୍ୱ ଓ ନିଷ୍ପତ୍ତିକୁ ନେଇ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଥିଲେ। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

13 Feb 2026 By Madhusudan Das

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ କେନ୍ଦ୍ରରେ ପି. ଭି. ନରସିଂହ ରାଓଙ୍କ ସରକାର ଥିବାବେଳେ ରେଳମନ୍ତ୍ରୀ ଏବଂ କୃଷି ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । କାହ୍ନୁଚରଣ ଲେଙ୍କା ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ବାର ବିଧାୟକ ଥିଲେ। ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା ସାଂସଦ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । 

ସେ କଂଗ୍ରେସ ଦଳ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ । ଦଳୀୟ ବ୍ୟାପାରରେ ନିଜର ମତ ରଖିବା ପାଇଁ ପରିଚିତ। ୧୯୯୦ ଦଶକରେ ସେ ଭାରତୀୟ ସଂସଦର ଉପର ସଦନ ରାଜ୍ୟ ସଭାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ସମୟରେ ଦଳୀୟ ନେତୃତ୍ୱ ଓ ନିଷ୍ପତ୍ତିକୁ ନେଇ ସ୍ୱର ଉତ୍ତୋଳନ କରି ଚର୍ଚ୍ଚାରେ ରହିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରି ଓଡ଼ିଶାରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଥିଲେ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର