ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ: ଲିଫ୍ଟ ଇରିଗେସନ ଜରିଆରେ ବିଲକୁ ଯୋଗାଇ ଦିଆଯିବ ପାଣି , କୃଷି ଶ୍ରମିକଙ୍କୁ ମିଳିବ କାମ

The Sakala Picture
Published On

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠ ବସିଥିଲା । ଏହି ବୈଠକ […]

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ବିଭାଗ SSB ପକ୍ଷରୁ ପିଜି ପ୍ରବେଶିକା ପରୀକ୍ଷା ସୂଚୀ ପ୍ରକାଶିତ, ମେ' ୫ରୁ ୧୬ ପର୍ଯ୍ୟନ୍ତ ହେବ ପରୀକ୍ଷା

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠ ବସିଥିଲା । ଏହି ବୈଠକ ପରେ କୃଷି ସଚିବ ସୁରେଶ ବଶିଷ୍ଟ କହିଛନ୍ତି ଯେ, ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଉଠା ଜଳସେଚନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ ।

ଆହୁରି ପଢ଼ନ୍ତୁ: ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ଉପ-ସଭାପତି ହେଲେ ମାଧୁରୀ ବୋଷ

ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଜୁନରୁ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଆଜିର ବୈଠକର ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅର୍ଥ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ୯ ମାସ ବଢ଼ିଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର କାର୍ଯ୍ୟକାଳ, ଜାନୁଆରୀ ୨୦୨୭ ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

23 Aug 2021 By The Sakala

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ: ଲିଫ୍ଟ ଇରିଗେସନ ଜରିଆରେ ବିଲକୁ ଯୋଗାଇ ଦିଆଯିବ ପାଣି , କୃଷି ଶ୍ରମିକଙ୍କୁ ମିଳିବ କାମ

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ସିଜିନରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି । ଯେତିକି ହେବା କଥା ତାଠୁ କମ୍ ବର୍ଷିଛି । ୧୫ ଜିଲ୍ଲାର ୩୦ ବ୍ଲକରେ ରେକର୍ଡ ହୋଇଛି ସ୍ୱାଭାବିକଠାରୁ କମ୍ ବର୍ଷା । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠ ବସିଥିଲା । ଏହି ବୈଠକ ପରେ କୃଷି ସଚିବ ସୁରେଶ ବଶିଷ୍ଟ କହିଛନ୍ତି ଯେ, ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଉଠା ଜଳସେଚନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ ।

ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଜୁନରୁ ବର୍ତ୍ତମାନ ସୁଦ୍ଧା ୩୧ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଆଜିର ବୈଠକର ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅର୍ଥ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର