ପାଇକା ନଦୀର କାଠକୋଟ ଓ ତେରମାଣପୁରରେ ଦୁଇଟି ବୃହତ ଘାଈ : ବିପଦ ସଙ୍କେତ ଉପରେ ଦେବୀ ନଦୀ

The Sakala Picture
Published On

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ ହେବା ପରେ ବହୁ ବ୍ୟକ୍ତି ପାଣିଘେରରେ ରହିଥିବା ସୂଚନା ମିଳିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଘାଈ ସଂଖ୍ୟା ୪କୁ ବୃଦ୍ଧି ଘଟିଥିବା ବେଳେ […]

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିିତି ସଂଗୀନ ହୋଇପଡିଥିବା ଲକ୍ଷ କରାଯାଇଛି। ଗତ କାଲି କୁଜଙ୍ଗ ବ୍ଲକର ସାଇଲୋ ଓ ବଡ ବାଲିକଣିରେ ଦୁଇଗୋଟି ଘାଈ ହୋଇଥିବା ବେଳେ ଆଜି ସକାଳ ୯ଟାରେ ତେରମାଣପୁରରେ ଗୋଟିଏ ଘାଇ ହୋଇଛି । ସେହିପରି ଅପରାହ୍ନରେ ପାଇକା ନଦୀ କାଠକୋଟଠାରେ ଏକ ୫୦ ଫୁଟର ଘାଈ ହେବା ପରେ ବହୁ ବ୍ୟକ୍ତି ପାଣିଘେରରେ ରହିଥିବା ସୂଚନା ମିଳିଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ଘାଈ ସଂଖ୍ୟା ୪କୁ ବୃଦ୍ଧି ଘଟିଥିବା ବେଳେ ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଦଳେଇଘାଇ ନିକଟରେ ଦେବୀ ନଦୀ ବିପଦ ସଂକେତ ଉପରେ ଥିବାରୁ ଲୋକମାନେ ଅତଙ୍କିତ ଅବସ୍ଥାରେ ରହିଛନ୍ତି। ଆଳି ପିଙ୍ଗଳଠାରେ ମଧ୍ୟ ବିପଦ ସଂକେତ ଉପରେ ଦେବୀନଦୀ ଜଳ ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ଛୋଟ ଛୋଟ ଘଳିଆ ଅଗାମୀ ଦିନରେ ଘାଈର ସଂଖ୍ୟା ବୃଦ୍ଧିରେ ସହାୟକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନେବା ସହିତ ରିଲିଫ ଅପରେସନ ଜାରି ରହିଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ଖବରରୁ ପ୍ରକାଶ , ଚଳିତ ବନ୍ୟାରେ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଜିଲ୍ଲାର କୁଜଙ୍ଗ ଓ ତିର୍ତୋଲ ଅଂଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ବହୁ ରାସ୍ତାଘାଟ ଓ ସେତୁ ପାଣିରେ ବୁଡିରହିଥିବା ସମୟରେ ବନ୍ୟାଂଚଳର ଅଧିକାଂଶ ଘରେ ପାଣି ପଶିଛି। ମଙ୍ଗଳବାର ସକାଳ ୯ଟା ସମୟରେ କୁଜଙ୍ଗ ବ୍ଲକର ରାହାମା ନିକଟ ତେରମାଣପୁରରେ ଏକ ଘଳିଆ ପଡିଥିବାବେଳେ ଏଠାରେ ଘାଈ ସୃଷ୍ଟି ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା। ନିଜ ଗୃହ ପାଳିତ ଜୀବଙ୍କ ସହିତ ନିକଟସ୍ଥ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ତଥା ସ୍କୁଲ ଗୃହକୁ ବନ୍ୟା ବିପନ୍ନଙ୍କୁ ନିଆଯାଇଥିଲା। ବହୁ ଲୋକ ନିଜର ଗୃହପାଳିତ ଜୀବ ସହିତ ସୁରକ୍ଷା ସ୍ଥଳୀରେ ଆଶ୍ରୟ ନେଇଥିିଲେ। ଏପରିକି କିଛି ଗୃହ ପାଳିତ ପଶୁ ବନ୍ୟା ଘେରରେ ରହିଥିବାବେଲେ ଓଡ୍ରାଫ , ଏନଡିଆରଏଫ ଓ ଅଗ୍ନିଶମ ଟିମ୍ ସେମାନଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଥିଲା। ଏଠାରେ ଲୋକଙ୍କୁ ସୁଖିଲା ତଥା ରନ୍ଧା ଖାଦ୍ୟଦେବାର ବ୍ୟବସ୍ଥ କରାଯାଇଥିବା ସୂଚନା ମିଳିଛି। ଏହି ଘାଈ ଦା୍ୱରା ପ୍ରାୟ ୪ଟି ପଂଚାୟତ ୧୫ଟି ଗାଁ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ସେହିପରି ଆଜି ଅପରାହ୍ନରେ ଏହି ବ୍ଲକର ପାଇକା ନଦୀର କାଠକୋଟ ଠାରେ ୫୦ ମିଟରରୁ ଅଧିକ ଏକ ସୁଦୀର୍ଘ ଘାଈ ସୃଷ୍ଟି ହୋଇଥିଲା। ଏଠାରେ କୌଣସି ଘଳିିଆ ନଥିବା ବେଳେ ହଠାତ୍ ନଦୀ ବନ୍ଧ ଧସିବା ସହିତ ଏହି ଘାଈ ସୃଷ୍ଟି ହୋଇଥିଲା। ତେବେ ୧୯୮୨ ମସିହା ବା ଏହା ପୂର୍ବରୁ ଏଠାରେ କେବେ ଘାଈ ହୋଇନଥିବା ଲୋକମାନେ ପ୍ରକାଶ କରିଛନ୍ତି। ଏହି ଘାଇ ପାଇଁ ପୂର୍ବରୁ ଲୋକମାନେ ପ୍ରସ୍ତୁତ ନଥିବାରୁ ବହୁ ଲୋକ ପାଣିଘେରରେ ରହିଥିବା ସୂଚନା ମିଳିଛି।  ଏହିଘାଇ ଦ୍ୱାରା ତିନି ହଜାରରୁ ଅଧିକ ଲୋକ ଏବେ ଜଳବନ୍ଦି ହୋଇପଡିଛନ୍ତି। କାଠକୋଟ ଓ ବାଣସରା ର ମଧ୍ୟବର୍ତୀ ସ୍ଥାନରେ ହୋଇଥିବା ଏହି ଘାଈ ସିଧାସଳଖ ୭ଟି ପଂଚାୟତ ଉପରେ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି। ଏହି ପଂଚାୟତ ଗୁଡିକ ହେଲେ କାଠକୋଟ, ବାଣସରା , ବାଲିକଣି, କୋଲର, ହଂସୁରା ଓ ଗୋବର୍ଦ୍ଧନପୁର । ସେହିପରି ଗୋବର୍ଦ୍ଧନପୁର , ବାଣସରା ଓ କାଠକୋଟ ପଂଚାୟତର ଗ୍ରାମଗୁଡିକ ବନ୍ୟା ପ୍ରଭାବରେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଜଳ ବନ୍ଦି ହୋଇ ରହିବେ ବୋଲି ଜଣାପଡିଛି। କୁଜଙ୍ଗ ଓ ତିର୍ତୋଲ ବ୍ଲକର କ୍ରିଷ୍ଣାନନ୍ଦପୁରଠାରୁ ବାଲିକଣି ପଂଚାୟତ ପର୍ଯ୍ୟନ୍ତ ମୋଟ ୧୨ଟି ପଂଚାୟତର ୫୦ଟିରୁ ଅଧିକ ଗ୍ରାମବାସୀ ଓ ହଜାର ହଜାର ହେକ୍ଟର ଚାଷଜମି ଏହି ଘାଈ ଦ୍ବାରା ପ୍ରଭାବିତ ହେବେ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଲୋକଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। ଜଗତସିଂହପୁର ଜିଲ୍ଲାର ମହାନଦୀ ଅବବାହିକାରେ ଥିବା ରଘୁନାଥପୁର , କୋଟକଣା, ତିର୍ତୋଲ , ଶଂଖେସ୍ୱର, କାଠକୋଟ ଆଦି ତଳିଆ ଅଂଚଳରେ ରାସ୍ତା ଉପରେ ପାଲଟାଣି ରହୁଥିବା ଶହ ଶହ ଲୋକଙ୍କୁ ଗତ କାଲିଠାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ କରାଯାଇଛି। ଘରେ ପାଣି ପଶିଯିବାପରେ ଗତ ଦୁଇଦିନଧରି ଏହି ଲୋକମାନେ ନଦୀ ଓ ନାଳ ବନ୍ଧ ତଥା ଉଚ୍ଚ ସ୍ଥାନରେ ପଲିଥିନ ତଳେ ଆଶ୍ରୟ ନେଇଥିଲେ। ତେବେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ସମୟରେ ଆବଶ୍ୟକ ରନ୍ଧା ଓ ସୁଖିଲା ଖାଦ୍ୟ ସହିତ ଆବଶ୍ୟକ ପାନୀୟ ଜଳ ଓ ଔଷଧର ଅଭାବ ରହିଥିବା ଅଭିଯୋଗ ହେଉଛି। ସେହିପରି କେତେକ ଆଶ୍ରୟ ସ୍ଥଳୀରେ ବିଦ୍ୟୁତର ବ୍ୟବସ୍ଥା ନଥିିବା ସତ୍ୱେ ଲୋକଙ୍କୁ କ୍ୟାଣ୍ଡେଲ ଦିଆଯାଇନଥିବାରୁ ସେମାନେ ଅନ୍ଧାରରେ ରହିଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ତିର୍ତୋଲକୁ ସଂଯୋଗ କରୁଥିବା ଶଙ୍ଖେଶ୍ୱର , କୋଲର , ଗରଦପୁର ଓ ପାଟକୁରାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଯାତାୟତ ବାଧା ପ୍ରାପ୍ତ ହେବା ସହିତ ଯୋଗାଯୋଗରୁ ଏହି ଅଂଚଳ ବିଛିନ୍ନ ହୋଇପଡିଛି। ପ୍ରତି ବର୍ଷ ଏହି ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉନଥିବା ସ୍ଥାନୀୟ ଅଂଚଳର ଶହ ଶହ ଲୋକ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର