ସ୍ନାନଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଫିସର

The Sakala Picture
Published On

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍।  ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି। ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ […]

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍।  ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି। ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର, ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଅଧିକ ସିସିଟିଭି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପୁଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

13 Jun 2022 By The Sakala

ସ୍ନାନଯାତ୍ରା ପାଇଁ ୫ ଥାକିଆ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଫିସର

ପୁରୀ: ଆସନ୍ତା ମଙ୍ଗଳବାର ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍‍ ଛକରୁ କରାଯାଇଛି ବ୍ୟାରିକେଡ୍‍।  ସ୍ନାନପୂର୍ଣ୍ଣିମା ଲାଗି ସୋମବାର ପୁଲିସ ଟ୍ରାଫିକ୍‍ କଟକଣା ଚୂଡ଼ାନ୍ତ କରିଛି। ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍ ଜାକ୍ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି।

ସ୍ନାନଯାତ୍ରାକୁ ଦୃଷ୍ଟିରେ ରଖି ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ ଇନ୍ସପେକ୍ଟର, ୧ହଜାର କନଷ୍ଟେବଳ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଅଧିକ ସିସିଟିଭି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପୁଲିସ ଏଡିଜି ଆଇନ ଶୃଙ୍ଖଳା ଆର.କେ ଶର୍ମାଙ୍କ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର