ଛୁଟି ନମିଳିବାରୁ ଜୀବନ ହାରିଦେଲେ ଅଗ୍ନିଶମ କର୍ମଚାରୀ ! ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

The Sakala Picture
Published On

ଭଞ୍ଜନଗର: ଅଫିସରେ ଛୁଟି ମିଳିଲାନି,ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ ! ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ । ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଦୟାନିଧୀ । ଦୀର୍ଘ ୨୪ ବର୍ଷ ଧରି ଦୟାନିଧୀ ଏଠାରେ କାର୍ଯ୍ୟରତ ଥିଲେ । ତାଙ୍କ […]

ଭଞ୍ଜନଗର: ଅଫିସରେ ଛୁଟି ମିଳିଲାନି,ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ ! ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ । ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଦୟାନିଧୀ । ଦୀର୍ଘ ୨୪ ବର୍ଷ ଧରି ଦୟାନିଧୀ ଏଠାରେ କାର୍ଯ୍ୟରତ ଥିଲେ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ତାଙ୍କ ମୃତଦେହ ପାଖରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

17 May 2022 By The Sakala

ଛୁଟି ନମିଳିବାରୁ ଜୀବନ ହାରିଦେଲେ ଅଗ୍ନିଶମ କର୍ମଚାରୀ ! ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଞ୍ଜନଗର: ଅଫିସରେ ଛୁଟି ମିଳିଲାନି,ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ ! ବର୍ଷେ ହେବ ଛୁଟି ନ ମିଳିବାରୁ ଆତ୍ମହତ୍ୟା କଲେ ଅଗ୍ନିଶମ କର୍ମଚାରୀ । ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ କର୍ମଚାରୀ ଜଣକ କେନ୍ଦୁଝର ଜିଲ୍ଲାର ଦୟାନିଧୀ ମହନ୍ତ । ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ଦୟାନିଧୀ । ଦୀର୍ଘ ୨୪ ବର୍ଷ ଧରି ଦୟାନିଧୀ ଏଠାରେ କାର୍ଯ୍ୟରତ ଥିଲେ ।

ତାଙ୍କ ମୃତଦେହ ପାଖରୁ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି । ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ଅଗ୍ନିଶମ ସେବା ସଂସ୍ଥାରେ ଗତ ୨୪ ବର୍ଷ ହେଲା କାମ କରୁଥିଲେ । ମୟୂରଭଞ୍ଜରେ ଥିବା ବେଳେ ତାଙ୍କ ବାପା, ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ଜଣାଇ ପାଖାପାଖି ଅଗ୍ନିଶମ କେନ୍ଦ୍ରକୁ ବଦଳି ପାଇଁ କହିଥିଲି । ୧୫ ହଜାର ଟଙ୍କା ନଦେବାରୁ କନ୍ଧମାଳ ବଦଳି କରିଦିଆଗଲା । ଫଳରେ ବାପା, ମାଆଙ୍କ କଥା ବୁଝି ପାରିନଥିଲି । ଯାହାଫଲରେ ବାପାମାଆଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ମୋତେ ଆସିକାକୁ ବଦଳି କରାଯାଇଥିଲା । ତେବେ ଛୁଟି ନମିଳିବାରୁ ସ୍ତ୍ରୀ ଓ ପିଲାମାନଙ୍କୁ ୨ ବର୍ଷ ହେଲା ଦେଖି ନଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପାମାଆଙ୍କ ଦେଖାଶୁଣା କରିପାରିଲେନି ସେମାନେ ଚାଲିଗଲେ । ସ୍ତ୍ରୀ ମଧ୍ୟ ଦୂରେଇ ଗଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛି ।’

ଗତକାଲି ରାତିରେ ବୁଢାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଆଜି ସକାଳୁ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସକୁ ଖବର ଦେଇଥିଲେ । ଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର