ଦୁଇ ହାତୀର ଲଢ଼େଇ ରେ ଗୋଟିଏ ହାତୀର ଜୀବନ ଗଲା, ଦନ୍ତା କୁ ମାରି ଦେଲା ଦନ୍ତା

The Sakala Picture
Published On

ହାଟଡ଼ିହି : ଆନନ୍ଦପୁର ବନଖଣ୍ଡ ହଦଗଡ ହସ୍ତୀ ଅଭୟାରନ୍ୟ ରେ ଦୁଇଟି ହାତୀର ଲଢ଼େଇ ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଦନ୍ତା ହାତୀର ଲଢେଇରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ଯା ରେ ଜଙ୍ଗଲରେ ବୁଲୁଥିବା ହାତୀଙ୍କ ମଧ୍ୟରେ ଲଢେ଼ଇ ହୋଇଥିବା ବନବିଭାଗ ପେଟ୍ରୋଲିଂ ଟିମ୍ ନଜରକୁ ଆସିଥିଲା। ଶନିବାର ସକାଳେ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ଙ୍କ ନେତୃତ୍ବରେ […]

ହାଟଡ଼ିହି : ଆନନ୍ଦପୁର ବନଖଣ୍ଡ ହଦଗଡ ହସ୍ତୀ ଅଭୟାରନ୍ୟ ରେ ଦୁଇଟି ହାତୀର ଲଢ଼େଇ ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଦନ୍ତା ହାତୀର ଲଢେଇରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ଯା ରେ ଜଙ୍ଗଲରେ ବୁଲୁଥିବା ହାତୀଙ୍କ ମଧ୍ୟରେ ଲଢେ଼ଇ ହୋଇଥିବା ବନବିଭାଗ ପେଟ୍ରୋଲିଂ ଟିମ୍ ନଜରକୁ ଆସିଥିଲା। ଶନିବାର ସକାଳେ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ଙ୍କ ନେତୃତ୍ବରେ ବନବିଭାଗ ଏକ ଟିମ୍ ସେଠାରେ ପହଁଞ୍ଚିଥିଲେ। ଏବଂ ମୃତ ଦନ୍ତା କୁ ଠାବ କରା ଯାଇଛି। ହଦଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ ଏକ ସଙ୍ଗେ ବୁଲୁଥିବା ବେଳେ ସେଥି ମଧ୍ୟରୁ ଦୁଇଟି ଦନ୍ତା ଙ୍କ ମଧ୍ୟରେ ସଂର୍ଘଷ ଘଟିଥିବାର ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ:  ବଦଳିଲେ ବରିଷ୍ଠ ଆଇପିଏସ ଅଫିସର ଦୟାଲ ଗଙ୍ଗୱାର, ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ହସ୍ତୀ ଅଭୟାରନ୍ୟର ଦଲକି ନିକଟେରେ ଥିବା ପାହାଡ ଶିଖରରେ ଏହି ସଂର୍ଘଷ ସମୟରେ ଗୋଟିଏ ଦନ୍ତା ତଳକୁ ଖସିପଡିବାରୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ତେବେ ମୃତ ଦନ୍ତା ହାତୀର ଦାନ୍ତ ସହ ଅନ୍ୟାନ୍ୟ ଅଙ୍ଗ ସବୁ ଠିକ୍ ରହିଛି । ପାହାଡରୁ ଖସିପଡିବାରୁ ମୃତ ଦନ୍ତାର ଶରୀରରେ ଅନେକ କ୍ଷତ ଦେଖିବାକୁ ମିଳିଛି । ହେଲେ ମୃତ ଦେହ ପଚିବାକୁ ଆରମ୍ଭ କରିଥିବାରୁ ଦନ୍ତାର ମୃତ୍ୟୁ ୨-୩ ଦିନ ପୂର୍ବେ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁ ର ପ୍ରକୃତ କାରଣ ଯାଣିବାକୁ ନିୟମ ଅନୁଜାୟି ଦନ୍ତା ର ପୋଷ୍ଟମାଟମ ପାଇଁ ଶିମିଳିପାଳର ଏକ ଡାକ୍ତରୀ ଦଳଙ୍କୁ ଡକାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: SIR ପାଇଁ ମଧ୍ୟାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଫିଲ୍ଡ ଭିଜିଟ୍‌ ନ କରିବାକୁ CEOଙ୍କ ପରାମର୍ଶ

11 Jun 2022 By The Sakala

ଦୁଇ ହାତୀର ଲଢ଼େଇ ରେ ଗୋଟିଏ ହାତୀର ଜୀବନ ଗଲା, ଦନ୍ତା କୁ ମାରି ଦେଲା ଦନ୍ତା

ହାଟଡ଼ିହି : ଆନନ୍ଦପୁର ବନଖଣ୍ଡ ହଦଗଡ ହସ୍ତୀ ଅଭୟାରନ୍ୟ ରେ ଦୁଇଟି ହାତୀର ଲଢ଼େଇ ରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଦନ୍ତା ହାତୀର ଲଢେଇରେ ଏକ ୩୦ ବର୍ଷିୟ ଦନ୍ତା ର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ସଂନ୍ଧ୍ଯା ରେ ଜଙ୍ଗଲରେ ବୁଲୁଥିବା ହାତୀଙ୍କ ମଧ୍ୟରେ ଲଢେ଼ଇ ହୋଇଥିବା ବନବିଭାଗ ପେଟ୍ରୋଲିଂ ଟିମ୍ ନଜରକୁ ଆସିଥିଲା। ଶନିବାର ସକାଳେ ଆନନ୍ଦପୁର ଡିଏଫଓ ଅଜିତ କୁମାର ଶତପଥୀ ଙ୍କ ନେତୃତ୍ବରେ ବନବିଭାଗ ଏକ ଟିମ୍ ସେଠାରେ ପହଁଞ୍ଚିଥିଲେ। ଏବଂ ମୃତ ଦନ୍ତା କୁ ଠାବ କରା ଯାଇଛି। ହଦଗଡ଼ ଜଙ୍ଗଲରେ ୮ ଟିକିଆ ହାତୀ ପଲ ଏକ ସଙ୍ଗେ ବୁଲୁଥିବା ବେଳେ ସେଥି ମଧ୍ୟରୁ ଦୁଇଟି ଦନ୍ତା ଙ୍କ ମଧ୍ୟରେ ସଂର୍ଘଷ ଘଟିଥିବାର ଅନୁମାନ କରାଯାଉଛି।

ହସ୍ତୀ ଅଭୟାରନ୍ୟର ଦଲକି ନିକଟେରେ ଥିବା ପାହାଡ ଶିଖରରେ ଏହି ସଂର୍ଘଷ ସମୟରେ ଗୋଟିଏ ଦନ୍ତା ତଳକୁ ଖସିପଡିବାରୁ ତାର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ତେବେ ମୃତ ଦନ୍ତା ହାତୀର ଦାନ୍ତ ସହ ଅନ୍ୟାନ୍ୟ ଅଙ୍ଗ ସବୁ ଠିକ୍ ରହିଛି । ପାହାଡରୁ ଖସିପଡିବାରୁ ମୃତ ଦନ୍ତାର ଶରୀରରେ ଅନେକ କ୍ଷତ ଦେଖିବାକୁ ମିଳିଛି । ହେଲେ ମୃତ ଦେହ ପଚିବାକୁ ଆରମ୍ଭ କରିଥିବାରୁ ଦନ୍ତାର ମୃତ୍ୟୁ ୨-୩ ଦିନ ପୂର୍ବେ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁ ର ପ୍ରକୃତ କାରଣ ଯାଣିବାକୁ ନିୟମ ଅନୁଜାୟି ଦନ୍ତା ର ପୋଷ୍ଟମାଟମ ପାଇଁ ଶିମିଳିପାଳର ଏକ ଡାକ୍ତରୀ ଦଳଙ୍କୁ ଡକାଯାଇଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର