ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଏସିଏମ୍ ରାଙ୍କର ମହିଳା ମାଓବାଦୀ

The Sakala Picture
Published On

କୋରାପୁଟ: ଡିଜିପିଙ୍କ ଉପସ୍ଥିତିରେ କୋରାପୁଟ ସୁନାବେଡ଼ା ଠାରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣକ ହେଉଛନ୍ତି ଫୁଲବତୀ ଓସେଣ୍ଡି ଓରଫ ଅରୁଣା । ପୋଲିସ୍ ଡିଜି ଅଭୟଙ୍କ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଆତ୍ମ ସମର୍ପଣ କରିଛନ୍ତି ଏହି ମାଓନେତ୍ରୀ । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଜଣକ କେକେବିଏନ ଡିଭିଜନର ଏସିଏମ୍ ରାଙ୍କର ହୋଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି। ସେ ୨୦୦୮ ମସିହାରୁ ମାଓ ସଂଗଠନରେ […]

କୋରାପୁଟ: ଡିଜିପିଙ୍କ ଉପସ୍ଥିତିରେ କୋରାପୁଟ ସୁନାବେଡ଼ା ଠାରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣକ ହେଉଛନ୍ତି ଫୁଲବତୀ ଓସେଣ୍ଡି ଓରଫ ଅରୁଣା । ପୋଲିସ୍ ଡିଜି ଅଭୟଙ୍କ ଦିନିକିଆ କୋରାପୁଟ ଓ ମାଲକାନଗିରି ଗସ୍ତ ଅବସରରେ ଆତ୍ମ ସମର୍ପଣ କରିଛନ୍ତି ଏହି ମାଓନେତ୍ରୀ । ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଜଣକ କେକେବିଏନ ଡିଭିଜନର ଏସିଏମ୍ ରାଙ୍କର ହୋଇଥିବା ପୁଲିସ ଡିଜି ସୂଚନା ଦେଇଛନ୍ତି। ସେ ୨୦୦୮ ମସିହାରୁ ମାଓ ସଂଗଠନରେ ସାମିଲ ହୋଇ ବହୁ ମାଓ ହିଂସା କାଣ୍ଡରେ ଜଡିତ ରହିଥିଲେ। ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ଆତ୍ମ ସମର୍ପଣ ମାଓବାଦୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଡିଜିପି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଏହି ଗସ୍ତ ଅବସରରେ କୋରାପୁଟ ଏସପି ବରୁଣ ଗୁଣ୍ଠପାଲି ଓ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାଶଙ୍କୁ ଡିଜିପି ଡିସ୍କ ଆଓ୍ବାର୍ଡରେ ସମ୍ମାନୀତ କରିବା ସହ ବହୁ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ଦିନରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣକୁ ମୂଳପୋଛ କରିବାରେ ପୋଲିସକୁ ସଫଳତା ମିଳିବ ବୋଲି ଆଶା ରଖିଥିବା କହିଛନ୍ତି ସେ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

କୋରାପୁଟ ଜିଲ୍ଲା ଗସ୍ତ ପୂର୍ବରୁ ମାଲକାନଗିରି ଗସ୍ତ କରିଥିଲେ ଡିଜିପି । ଚିତ୍ରକୋଣ୍ଡା ଘନବେଡାରେ ନବନିର୍ମିତ ବିଏସଏଫ କ୍ୟାମ୍ପ ଶୁଭାରମ୍ଭ କରିଥିଲେ ଡିଜିପି । ଉଭୟ ଜିଲ୍ଲା ଗସ୍ତ ସମୟରେ ପୋଲିସ ଡିଜିଙ୍କ ସହ ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିଦ୍ଦେର୍ଶକ ଲଳିତ ଦାସ, ଏଆଇଡବ୍ଲୁ ମୁଖ୍ୟ ଅନିରୁଦ୍ଧ ସିଂ ସମେତ ନବରଙ୍ଗପୁର ଏସପି ପୁରୁଷୋତ୍ତମ ଦାସ ଏବଂ କୋରାପୁଟ ଏସପି ବରୁଣ ଗୁଣ୍ଠପାଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର