ନକଲି ଶିକ୍ଷକ : ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ଚିହ୍ନଟ ହୋଇଥିଲେ ୨୫୨, ଆହୁରି ୧୪୭ ଶିକ୍ଷକଙ୍କର ଚାଲିଛି ଯାଞ୍ଚ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ନକଲି ଶିକ୍ଷକ ପ୍ରସଙ୍ଗ। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ୨୫୨ ଶିକ୍ଷକ ଚିହ୍ନଟ ହେବା ପରେ ପୁଣି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଆହୁରି ୧୪୭ ଜଣ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ରହିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନକଲି ଶିକ୍ଷକ ଯାଞ୍ଚ ପାଇଁ ପୁଣି ଅଣ୍ଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ଯଦି […]

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ନକଲି ଶିକ୍ଷକ ପ୍ରସଙ୍ଗ। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ୨୫୨ ଶିକ୍ଷକ ଚିହ୍ନଟ ହେବା ପରେ ପୁଣି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଆହୁରି ୧୪୭ ଜଣ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ରହିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ରାଇରଙ୍ଗପୁର ଉପଖଣ୍ଡରେ ବର୍ଷା ବିତ୍ପାତ; କାନ୍ଥ ଭୁଷୁଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନକଲି ଶିକ୍ଷକ ଯାଞ୍ଚ ପାଇଁ ପୁଣି ଅଣ୍ଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ଯଦି କେହି ନକଲି ଶିକ୍ଷକ ବାଦ୍‍ ପଡ଼ିଛନ୍ତି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାଳୟ ଗୁରୁତ୍ୱ ଦେଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ ୫୫ ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ରାଜ୍ୟରେ ୨୫୨ ଜଣ ଶିକ୍ଷକ ଜାଲ୍‍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସେପ୍ଟେମ୍ବର ୯ ତାରିଖରେ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଥିଲେ। ହେଲେ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ଥିବାବେଳେ ଏହି ସଂଖ୍ୟା ମଧ୍ୟ ଆହୁରି ବଢ଼଼ିଛି। ନକଲି ଶିକ୍ଷକଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିବାକୁ ଥିବାବେଳେ ନକଲି ମାଟ୍ରିକ୍‍ ସାର୍ଟିଫିକେଟ୍‍ ଦେଇ ମଧ୍ୟ ଚାକିରି ହାତେଇଥିବା ପାଞ୍ଚ ପ୍ରକ୍ରିୟାରେ ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

ତେବେ ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ତଥା ନକଲି ଶିକ୍ଷକଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶାଳୟ ତାଗିଦ୍‍ କରିଛି। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ବିଭାଗର ଯାଞ୍ଚ ପରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୨୫୨ ଶିକ୍ଷକ ଶିକ୍ଷାଗତ ଯୋଗ୍ୟତାର ଜାଲ୍‍ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇଥିବା ନିର୍ଦ୍ଦେଶାଳୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ସେମାନଙ୍କ ମଧ୍ୟରେ ୧୦୫ ଜଣ ରେଗୁଲାର ବର୍ଗର ଶିକ୍ଷକ ଥିବାବେଳେ ୧୪୭ ଜଣ ଶିକ୍ଷକ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‍) ପ୍ରକ୍ରିୟାରେ ନିଯୁକ୍ତ ହୋଇଥିଲେ। ତେବେ ଆହୁରି ୧୪୭ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ନିର୍ଦ୍ଦେଶାଳୟ କହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରୁ ନକଲି ଶିକ୍ଷକଙ୍କୁ ମୂଳପୋଛ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଭାଗ ଦର୍ଶାଇଛି।

ଆହୁରି ପଢ଼ନ୍ତୁ: ଦୀର୍ଘ ୧୩ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ଥିବା ପ୍ରପୀଡ଼ିତଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚିବାରେ ବିଫଳ ହୋଇଛି: ବିଜେଡି

02 Jan 2022 By The Sakala

ନକଲି ଶିକ୍ଷକ : ପ୍ରଥମ ପର୍ଯ୍ୟାୟ ଯାଞ୍ଚରେ ଚିହ୍ନଟ ହୋଇଥିଲେ ୨୫୨, ଆହୁରି ୧୪୭ ଶିକ୍ଷକଙ୍କର ଚାଲିଛି ଯାଞ୍ଚ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ନକଲି ଶିକ୍ଷକ ପ୍ରସଙ୍ଗ। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ୨୫୨ ଶିକ୍ଷକ ଚିହ୍ନଟ ହେବା ପରେ ପୁଣି ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହି କ୍ରମରେ ଆହୁରି ୧୪୭ ଜଣ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ରହିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନକଲି ଶିକ୍ଷକ ଯାଞ୍ଚ ପାଇଁ ପୁଣି ଅଣ୍ଟା ଭିଡ଼ିଛି। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟାରେ ଯଦି କେହି ନକଲି ଶିକ୍ଷକ ବାଦ୍‍ ପଡ଼ିଛନ୍ତି ପର୍ଯ୍ୟାୟକ୍ରମେ ସେମାନଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶାଳୟ ଗୁରୁତ୍ୱ ଦେଇଛି। ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ୨୩ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଓ ୫୫ ବ୍ଲକ ଶିକ୍ଷାଧିକାରୀଙ୍କୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସମଗ୍ର ରାଜ୍ୟରେ ୨୫୨ ଜଣ ଶିକ୍ଷକ ଜାଲ୍‍ ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ସେପ୍ଟେମ୍ବର ୯ ତାରିଖରେ ଉଚ୍ଚ ନ୍ୟାୟାଳୟରେ ତଥ୍ୟ ରଖିଥିଲେ। ହେଲେ ବର୍ତ୍ତମାନ ଯାଞ୍ଚ ପ୍ରକ୍ରିୟା ଜାରି ଥିବାବେଳେ ଏହି ସଂଖ୍ୟା ମଧ୍ୟ ଆହୁରି ବଢ଼଼ିଛି। ନକଲି ଶିକ୍ଷକଙ୍କ ସଂଖ୍ୟା ୩ଶହ ଅତିକ୍ରମ କରିବାକୁ ଥିବାବେଳେ ନକଲି ମାଟ୍ରିକ୍‍ ସାର୍ଟିଫିକେଟ୍‍ ଦେଇ ମଧ୍ୟ ଚାକିରି ହାତେଇଥିବା ପାଞ୍ଚ ପ୍ରକ୍ରିୟାରେ ଜଣା ପଡ଼ିଛି।

ତେବେ ନକଲି ଶିକ୍ଷକ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ତଥା ନକଲି ଶିକ୍ଷକଙ୍କ ବିରୋଧରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶାଳୟ ତାଗିଦ୍‍ କରିଛି। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଓ ବିଭାଗର ଯାଞ୍ଚ ପରେ ଏଭଳି ଉଦବେଗଜନକ ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୨୫୨ ଶିକ୍ଷକ ଶିକ୍ଷାଗତ ଯୋଗ୍ୟତାର ଜାଲ୍‍ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି ହାତେଇଥିବା ନିର୍ଦ୍ଦେଶାଳୟ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ସେମାନଙ୍କ ମଧ୍ୟରେ ୧୦୫ ଜଣ ରେଗୁଲାର ବର୍ଗର ଶିକ୍ଷକ ଥିବାବେଳେ ୧୪୭ ଜଣ ଶିକ୍ଷକ ଚୁକ୍ତିଭିତ୍ତିକ(କଣ୍ଟ୍ରାକଚୁଆଲ୍‍) ପ୍ରକ୍ରିୟାରେ ନିଯୁକ୍ତ ହୋଇଥିଲେ। ତେବେ ଆହୁରି ୧୪୭ ଶିକ୍ଷକଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ନିର୍ଦ୍ଦେଶାଳୟ କହିଛି। ଶିକ୍ଷାନୁଷ୍ଠାନଗୁଡ଼ିକରୁ ନକଲି ଶିକ୍ଷକଙ୍କୁ ମୂଳପୋଛ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଭାଗ ଦର୍ଶାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର