କଟକରୁ ପୁଣି ଠାବ ହେଲା ନକଲି ସିମେଣ୍ଟ କାରଖାନା, ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ

The Sakala Picture
Published On

କଟକ : କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ। କିଛି ଦିନ ବ୍ୟବଧାନ ପରେ ଆଜି ପୁଣିଥରେ କଟକ  ଜଗତପୁର ଅଂଚଳରୁ ନକଲି ସିମେଣ୍ଟ କାରଖାନା ଠାବ କରିଛି ପୁଲିସ । ଜଗତପୁର ପୀରବଜାରରେ ଅଞ୍ଚଳରେ ଚାଲିଥିବା ଏହି ନକଲି ସିମେଣ୍ଟ କାରଖାନାରେ ଚଢଉ କରି ପୁଲିସ ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ କରିବା ସହ ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପମିଶ୍ରଣ ଓ ନକଲି ଅଭିଯୋଗ […]

କଟକ : କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ। କିଛି ଦିନ ବ୍ୟବଧାନ ପରେ ଆଜି ପୁଣିଥରେ କଟକ  ଜଗତପୁର ଅଂଚଳରୁ ନକଲି ସିମେଣ୍ଟ କାରଖାନା ଠାବ କରିଛି ପୁଲିସ । ଜଗତପୁର ପୀରବଜାରରେ ଅଞ୍ଚଳରେ ଚାଲିଥିବା ଏହି ନକଲି ସିମେଣ୍ଟ କାରଖାନାରେ ଚଢଉ କରି ପୁଲିସ ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ କରିବା ସହ ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପମିଶ୍ରଣ ଓ ନକଲି ଅଭିଯୋଗ ପରେ କାରଖାନାକୁ ସିଲ୍ କରିଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ମିଳିଥିବା ସୂଚନାଅନୁସାରେ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ଏଭଳି ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ କନଷ୍ଟ୍ରକସନ ନାମକ ଏକ ଘରୋଇ କନଷ୍ଟ୍ରକସନ କମ୍ପାନୀ ଏଭଳି ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୁଲିସ କୌଣସି ସୂତ୍ରରୁ ଖବରପାଇଥିଲା ।ଏହାପରେ ଏହି କନଷ୍ଟ୍ରକସନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକକୁ ମଧ୍ୟ ଅଟକ ରଖିଛି । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି ।ଏଥିସହ ଏହାର ଚେର କେତେ କେଉଁ କେଉଁ ଆଡେ ଲମ୍ବିଛି ତାର ତଦନ୍ତ ଜାରି ରଖିଛି ପୁଲିସ ।  ଆଗରୁ ମଧ୍ୟ ଏହି ଅଂଚଳରୁ ବହୁ ଥର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

03 Jan 2022 By The Sakala

କଟକରୁ ପୁଣି ଠାବ ହେଲା ନକଲି ସିମେଣ୍ଟ କାରଖାନା, ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ

କଟକ : କଟକ ପାଲଟିଛି ନକଲି ଜିନିଷ କାରବାରର ପେଣ୍ଠସ୍ଥଳୀ। କିଛି ଦିନ ବ୍ୟବଧାନ ପରେ ଆଜି ପୁଣିଥରେ କଟକ  ଜଗତପୁର ଅଂଚଳରୁ ନକଲି ସିମେଣ୍ଟ କାରଖାନା ଠାବ କରିଛି ପୁଲିସ । ଜଗତପୁର ପୀରବଜାରରେ ଅଞ୍ଚଳରେ ଚାଲିଥିବା ଏହି ନକଲି ସିମେଣ୍ଟ କାରଖାନାରେ ଚଢଉ କରି ପୁଲିସ ବହୁ ଅପ୍ରମିଶ୍ରିତ ସିମେଣ୍ଟ ଜବତ କରିବା ସହ ନକଲି ସିମେଂଟ୍ ପ୍ରସ୍ତୁତ କରିବା ଅଭିଯୋଗରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପମିଶ୍ରଣ ଓ ନକଲି ଅଭିଯୋଗ ପରେ କାରଖାନାକୁ ସିଲ୍ କରିଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ଏଭଳି ନକଲି ସିମେଣ୍ଟ ଜବତ ହୋଇଛି । ମା’ ତାରିଣୀ କନଷ୍ଟ୍ରକସନ ନାମକ ଏକ ଘରୋଇ କନଷ୍ଟ୍ରକସନ କମ୍ପାନୀ ଏଭଳି ନକଲି ସିମେଣ୍ଟ ତିଆରି କରି ଦୀର୍ଘ ଦିନ ଧରି ବହୁ ପରିମାଣର ଅର୍ଥ ଲୋକଙ୍କ ପାଖରୁ ଲୁଟିଥିବା ନେଇ ଜଗତପୁର ପୁଲିସ କୌଣସି ସୂତ୍ରରୁ ଖବରପାଇଥିଲା ।ଏହାପରେ ଏହି କନଷ୍ଟ୍ରକସନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ କରିଛି । ଏହାସହ ମାଲିକକୁ ମଧ୍ୟ ଅଟକ ରଖିଛି । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ତିଆରି କରୁଥିବା ଜଣାପଡ଼ିଛି ।ଏଥିସହ ଏହାର ଚେର କେତେ କେଉଁ କେଉଁ ଆଡେ ଲମ୍ବିଛି ତାର ତଦନ୍ତ ଜାରି ରଖିଛି ପୁଲିସ ।  ଆଗରୁ ମଧ୍ୟ ଏହି ଅଂଚଳରୁ ବହୁ ଥର ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ନକଲି ଜିନିଷ ଜବତ ହୋଇଥିବା ଦେଖିବାକୁ ମିଳିଛି ।

https://www.thesakala.in/latest-odisha-news/fake-cement-factory-in-cuttack/article-8105
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର