ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ

The Sakala Picture
Published On

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ୧୦ ଲକ୍ଷ ଟଙ୍କା ଜବତ ପରେ ତଦନ୍ତ ଜାରି । ସୂଚନା ଅନୁଯାୟୀ, ଆଜି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସ ପ୍ରାୟ ୧୦ ଲକ୍ଷ ଟଙ୍କା ଡିସିବି ବ୍ୟାଙ୍କରେ ଜମା କରୁଥିବା ବେଳେ ଭିଜିଲାନ୍ସ ବିଭାଗ ତରଫରୁ […]

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ୧୦ ଲକ୍ଷ ଟଙ୍କା ଜବତ ପରେ ତଦନ୍ତ ଜାରି ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସୂଚନା ଅନୁଯାୟୀ, ଆଜି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସ ପ୍ରାୟ ୧୦ ଲକ୍ଷ ଟଙ୍କା ଡିସିବି ବ୍ୟାଙ୍କରେ ଜମା କରୁଥିବା ବେଳେ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଏହାପରେ ଶ୍ରୀ ଦାସଙ୍କ ଠାରୁ ସେହି ଟଙ୍କା ଜବତ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ବାସଗୃହରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲେ । ତେବେ ବର୍ତ୍ତମାନ ମଧ୍ୟ ଏହି ଚଢ଼ାଉ ଜାରି ରହିଛି । ମାର୍ଚ୍ଚ ମାସରେ କିଛି ଠିକାଦାରଙ୍କୁ ବିଲ କରିଦେବା କଥା କହି ଏହି ଅର୍ଥ ପିସି ଆକାରରେ ନେଇଥିଲେ ବୋଲି ଜଣାପଡିଛି। ଗିରଫ ପରେ ତାଙ୍କର ଆୟ ବହିର୍ଭୂତ ସମ୍ପତି ଉପରେ ନଜର ରଖିଛି ଭିଜିଲାନ୍ସ ବିଭାଗ ।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର