ବିପଦରେ ଗଜରାଜ : ନରସିଂହପୁରରେ ମୃତ୍ୟୁ ସହ ସଂଘର୍ଷ କରି ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

The Sakala Picture
Published On

ଭୁବନେଶ୍ବର : ସଙ୍କଟରେ ଗଜରାଜ। ରାଜ୍ୟରେ ବଢିଚାଲିଛି ହାତୀମୃତ୍ୟୁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ୁଛି । ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ ହୋଇଥିବା ହାତୀର ମୃତ୍ୟୁ ଘଟଣା ପରେ ପୁଣିଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଛି। ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଆଠଗଡ ବନଖଣ୍ଡ ରେଂଜ ବାରସିଙ୍ଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ […]

ଭୁବନେଶ୍ବର : ସଙ୍କଟରେ ଗଜରାଜ। ରାଜ୍ୟରେ ବଢିଚାଲିଛି ହାତୀମୃତ୍ୟୁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ୁଛି । ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ ହୋଇଥିବା ହାତୀର ମୃତ୍ୟୁ ଘଟଣା ପରେ ପୁଣିଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଛି। ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଆଠଗଡ ବନଖଣ୍ଡ ରେଂଜ ବାରସିଙ୍ଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ଦନ୍ତା ହାତୀ ଦେହରେ ୫ ଟି ଗୁଳି ବାଜିଥିଲା । ଗୁରୁତର ହୋଇ ଜଙ୍ଗଲରେ ବୁଲୁଥିବା ଦନ୍ତାକୁ କାବୁ କରାଯାଇଥିଲା ଚିକିତ୍ସା କରାଯାଉଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

ସୂଚନାଅନୁସାରେ ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହାପରେ ବନବିଭାଗକୁ ସୂଚନା ଦିଆଯାଇଥିଲା। ଗତ ୪ଦିନ ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ଗତକାଲି ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା। ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଥିଲା ୫ଟି ଗୁଳି। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ହାତୀଟି ଏବେ ଚିକିତ୍ସାଧୀନ ଥିବା ବେଳେ ତାର ମୃତ୍ୟୁ ଘଟିଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବରୁ ନରସିଂହପୁର ଜଙ୍ଗଲରେ ଅନ୍ୟ ଏକ ଦନ୍ତାହାତୀକୁ ମଧ୍ୟ ଗୁଳିବିଦ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଣୀ ଚିକିତ୍ସକଙ୍କ ଉଦ୍ୟମ ସତ୍ତେ୍ୱ ହାତୀ କିନ୍ତୁ ପ୍ରାଣ ହରାଇଥିଲା । ପରେ ବନବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଥିଲା । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୁଣି ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଥିଲା । ସମ୍ବଲପୁର ବନଖଣ୍ଡର ଧମା ରେଞ୍ଜର କୋଲଗାଁ ଓ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ହାତୀର ୬ରୁ ୭ ଖଣ୍ଡ ବଡ଼ ବଡ଼ ହାଡ଼ ଜବତ ହେବା ଘଟଣା ବନବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଅନ୍ୟପଟେ ସରକାରୀ ତଥ୍ୟକୁ ବିଚାର କଲେ ୧୯୯୦ରୁ ୨୦୨୦ ମସିହାରେ ବାର୍ଷିକ ୩୩% ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ଭିତରେ ଏହା ୪୬%କୁ ବୃଦ୍ଧି ପାଇଥିଲା। ଯାହାକି ଏବେ ୭୮%କୁ ବୃଦ୍ଧି ପାଇଛି। ୨୦୦୦ରୁ ୨୦୧୦ ଭିତରେ ରାଜ୍ୟରେ ୪୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଯାହାକି ଏବେ ୮୪୩କୁ ବୃଦ୍ଧି ପାଇଥିବା ସରକାରୀ ରେକର୍ଡରୁ ଜଣାଯାଇଛି। ପ୍ରତିବର୍ଷ ପାଖାପାଖି ୨୦ଟି ଯୁବ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୯ରେ ଏକାଥରକେ ୨୬ଟି ଯୁବ ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ମାସରୁ ୨୦୨୦ ଜୁନ୍‍ ମାସ ଭିତରେ ରାଜ୍ୟରେ ୮୯ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ଭିତରୁ ୪୦ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ୧୭ଟି ହାତୀ ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବା ବେଳେ ୧୦ଟି ହାତୀ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ସେହିପରି ୪ଟି ହାତୀ ଜାତୀୟ ରାଜପଥରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଟ୍ରେନ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛି।

ସେହିପରି ୨୦୨୦ରେ ରାଜ୍ୟରେ ୬୫ ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ୮ଟି ହାତୀ ବିଷ ଦିଆଯାଇ ହତ୍ୟା କରାଯାଇଛି, ଶିକାରୀ ୩ଟି ହାତୀଙ୍କୁ ମାରିଛନ୍ତି। ଅନ୍ୟ ମରିଥିବା ୧୪ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନି। ୨୦୧୮ ମସିହା ଏପ୍ରିଲରୁ ଡିସେମ୍ବର ଭିତରେ ୬୭ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୧୯ଟି ହାତୀଙ୍କର ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ୯ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ଜଣାଯାଇଛି। ୧୧ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୯ଟି ହାତୀଙ୍କର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

29 Jul 2022 By The Sakala

ବିପଦରେ ଗଜରାଜ : ନରସିଂହପୁରରେ ମୃତ୍ୟୁ ସହ ସଂଘର୍ଷ କରି ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା

ଭୁବନେଶ୍ବର : ସଙ୍କଟରେ ଗଜରାଜ। ରାଜ୍ୟରେ ବଢିଚାଲିଛି ହାତୀମୃତ୍ୟୁ। ରାଜ୍ୟରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାକୁ ନେଇ ଚିନ୍ତା ବଢ଼ୁଛି । ଆଠଗଡ଼ରେ ହାତୀ କଙ୍କାଳ ମିଳିବା ଓ ଗୁଳିମାଡ ହୋଇଥିବା ହାତୀର ମୃତ୍ୟୁ ଘଟଣା ପରେ ପୁଣିଏକ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଛି। ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଆଠଗଡ ବନଖଣ୍ଡ ରେଂଜ ବାରସିଙ୍ଗା ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଘଟିଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ଦନ୍ତା ହାତୀ ଦେହରେ ୫ ଟି ଗୁଳି ବାଜିଥିଲା । ଗୁରୁତର ହୋଇ ଜଙ୍ଗଲରେ ବୁଲୁଥିବା ଦନ୍ତାକୁ କାବୁ କରାଯାଇଥିଲା ଚିକିତ୍ସା କରାଯାଉଥିଲା।

ସୂଚନାଅନୁସାରେ ଆଠଗଡ ବନଖଣ୍ଡ ନରସିଂହପୁର ଅଞ୍ଚଳର ବାରାସିଂହା ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହାପରେ ବନବିଭାଗକୁ ସୂଚନା ଦିଆଯାଇଥିଲା। ଗତ ୪ଦିନ ବନବିଭାଗ କର୍ମଚାରୀମାନେ ହାତୀକୁ ଉଦ୍ଧାର କରିବାକୁ ଅକ୍ଲାନ୍ତ ପରିଶ୍ରମ ଜାରି ରଖିଥିବା ବେଳେ ଗତକାଲି ବନବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲା। ଗୋଟିଏ କି ଦୁଇଟି ନୁହେଁ ହାତୀ ଦେହରେ ବାଜିଥିଲା ୫ଟି ଗୁଳି। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ହାତୀଟି ଏବେ ଚିକିତ୍ସାଧୀନ ଥିବା ବେଳେ ତାର ମୃତ୍ୟୁ ଘଟିଛି ।

ଉଲ୍ଲେଖଯୋଗ୍ୟ କିଛି ଦିନ ପୂର୍ବରୁ ନରସିଂହପୁର ଜଙ୍ଗଲରେ ଅନ୍ୟ ଏକ ଦନ୍ତାହାତୀକୁ ମଧ୍ୟ ଗୁଳିବିଦ୍ଧ ଅବସ୍ଥାରେ ଦେଖିବାକୁ ମିଳିଥିଲା । ପ୍ରାଣୀ ଚିକିତ୍ସକଙ୍କ ଉଦ୍ୟମ ସତ୍ତେ୍ୱ ହାତୀ କିନ୍ତୁ ପ୍ରାଣ ହରାଇଥିଲା । ପରେ ବନବିଭାଗ ୬ଜଣ ଶିକାରୀଙ୍କୁ ଗିରଫ କରିଥିଲା । କଟକ ବଡ଼ମ୍ବା-ନରସିଂହପୁରରେ ଗୋଟିଏ ପରେ ଗୋଟିଏ ହାତୀ କଙ୍କାଳ ମିଳିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ପୁଣି ସମ୍ବଲପୁରରେ ୨ଟି ହାତୀର କଙ୍କାଳ ଠାବ ହୋଇଥିଲା । ସମ୍ବଲପୁର ବନଖଣ୍ଡର ଧମା ରେଞ୍ଜର କୋଲଗାଁ ଓ ତବଲୋଇ ସଂରକ୍ଷିତ ଜଙ୍ଗଲରୁ ହାତୀର ୬ରୁ ୭ ଖଣ୍ଡ ବଡ଼ ବଡ଼ ହାଡ଼ ଜବତ ହେବା ଘଟଣା ବନବିଭାଗର ଭୂମିକାକୁ ସନ୍ଦେହ ଘେରକୁ ଆଣିଥିଲା ।

ଅନ୍ୟପଟେ ସରକାରୀ ତଥ୍ୟକୁ ବିଚାର କଲେ ୧୯୯୦ରୁ ୨୦୨୦ ମସିହାରେ ବାର୍ଷିକ ୩୩% ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ଭିତରେ ଏହା ୪୬%କୁ ବୃଦ୍ଧି ପାଇଥିଲା। ଯାହାକି ଏବେ ୭୮%କୁ ବୃଦ୍ଧି ପାଇଛି। ୨୦୦୦ରୁ ୨୦୧୦ ଭିତରେ ରାଜ୍ୟରେ ୪୬୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ୨୦୧୦ରୁ ୨୦୨୦ ଭିତରେ ୭୮୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଯାହାକି ଏବେ ୮୪୩କୁ ବୃଦ୍ଧି ପାଇଥିବା ସରକାରୀ ରେକର୍ଡରୁ ଜଣାଯାଇଛି। ପ୍ରତିବର୍ଷ ପାଖାପାଖି ୨୦ଟି ଯୁବ ହାତୀଙ୍କର ମୃତ୍ୟୁ ହେଉଥିବା ବେଳେ ୨୦୧୯ରେ ଏକାଥରକେ ୨୬ଟି ଯୁବ ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ମାସରୁ ୨୦୨୦ ଜୁନ୍‍ ମାସ ଭିତରେ ରାଜ୍ୟରେ ୮୯ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ଭିତରୁ ୪୦ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ୧୭ଟି ହାତୀ ଶିକାରୀ ଦ୍ୱାରା ମୃତ୍ୟୁ ହୋଇଥିବା ବେଳେ ୧୦ଟି ହାତୀ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ସେହିପରି ୪ଟି ହାତୀ ଜାତୀୟ ରାଜପଥରେ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଟ୍ରେନ୍‍ ଦୁର୍ଘଟଣାରେ ପ୍ରାଣ ହରାଇଛି।

ସେହିପରି ୨୦୨୦ରେ ରାଜ୍ୟରେ ୬୫ ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ୮ଟି ହାତୀ ବିଷ ଦିଆଯାଇ ହତ୍ୟା କରାଯାଇଛି, ଶିକାରୀ ୩ଟି ହାତୀଙ୍କୁ ମାରିଛନ୍ତି। ଅନ୍ୟ ମରିଥିବା ୧୪ଟି ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ିନି। ୨୦୧୮ ମସିହା ଏପ୍ରିଲରୁ ଡିସେମ୍ବର ଭିତରେ ୬୭ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ଟି ହାତୀଙ୍କର ସ୍ୱାଭାବିକ ମୃତ୍ୟୁ ହୋଇଥିଲା। ୧୯ଟି ହାତୀଙ୍କର ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ୯ଟି ହାତୀଙ୍କର ମୃତ୍ୟୁ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହୋଇଥିବା ଜଣାଯାଇଛି। ୧୧ଟି ହାତୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୯ଟି ହାତୀଙ୍କର ଟ୍ରେନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର