ଭୂକମ୍ପ ସାଙ୍ଗକୁ ମାଡ଼ି ଆସିବ ସୁନାମୀ : ସମ୍ବେଦନଶୀଳ ଜୋନ୍‌‌ରେ ଓଡ଼ିଶାର ୭ ସହର

The Sakala Picture
Published On

ଭୁବନେଶ୍ୱର : ତୁର୍କି ଓ ସିରିଆ ଭୂମିକମ୍ପ; ଏହା ପୂର୍ବରୁ ନେପାଳରେ ହୋଇଥିବା ଭୂମିକମ୍ପ ପାଇଁ ରାଜ୍ୟରେ ଥିବା ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ଛନକା ପଶିଛି। ଯଦିଓ ଓଡ଼ିଶା ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ, ମାତ୍ର ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶା ପାଇଁ ଉଭୟ ଭୂକମ୍ପ ଓ ସୁନାମୀର ଭୟ ସଞ୍ଚାର ହୋଇଛି। ଅନ୍ୟପଟେ ତାଳଚେର ପାଇଁ ପରିବେଶବିତମାନେ ବିଶେଷ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ଖଣି ଖନନ […]

ଭୁବନେଶ୍ୱର : ତୁର୍କି ଓ ସିରିଆ ଭୂମିକମ୍ପ; ଏହା ପୂର୍ବରୁ ନେପାଳରେ ହୋଇଥିବା ଭୂମିକମ୍ପ ପାଇଁ ରାଜ୍ୟରେ ଥିବା ଭୂକମ୍ପ ପ୍ରବଣ ଅଞ୍ଚଳଗୁଡ଼ିକ ପାଇଁ ଛନକା ପଶିଛି। ଯଦିଓ ଓଡ଼ିଶା ଭୂକମ୍ପ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ମଧ୍ୟରେ ଆସୁନାହିଁ, ମାତ୍ର ବଙ୍ଗୋପସାଗର କୂଳରେ ଥିବା ଓଡ଼ିଶା ପାଇଁ ଉଭୟ ଭୂକମ୍ପ ଓ ସୁନାମୀର ଭୟ ସଞ୍ଚାର ହୋଇଛି। ଅନ୍ୟପଟେ ତାଳଚେର ପାଇଁ ପରିବେଶବିତମାନେ ବିଶେଷ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ଖଣି ଖନନ ହେଉଥିବା ବେଳେ ଏହାକୁ ପୋତା ନ ଯାଇ ଛାଡ଼ି ଦିଆଯାଉଛି। ଯାହାକି ଭୂସ୍ଖଳନ ପାଇଁ ଏକ ବଡ଼ କାରଣ ସାଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସାଂସଦ ଭର୍ତ୍ତୃହରି ମହାତାବ ମଧ୍ୟ ଏହାକୁ ନେଇ ସଂସଦରେ ଉଦ୍‌‌ବେଗ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

୨୦୨୦ ମସିହାରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୭ଟି ବଡ଼ ସହର ଓ ଏହାର ପାଖାପାôଖି ଅଞ୍ଚଳ ଅତି ସମ୍ୱେଦନଶୀଳ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଛି। ଏଥିରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ୱଲପୁର, ପୁରୀ, ବାଲେଶ୍ୱର ଓ ଭଦ୍ରକ ଆଦି ରହିଛି। ଏହାବ୍ୟତୀତ ପାରାଦୀପ, ଅନୁଗୋଳ, ଢ଼େଙ୍କାନାଳ, ବରଗଡ଼ ମଧ୍ୟ ଏହି ତାଲିକାରୁ ବାଦ୍‌‌ ପଡ଼ି ନାହିଁ। ଭୂତଳ ଜଳ ଉତ୍ତୋଳନ, ବଡ଼ ଅଟ୍ଟାଳିକା ନିର୍ମାଣ, ଖଣି ଉତ୍ତୋଳନ କରାଯିବା ପରେ ତାହାକୁ ବାଲି ଭର୍ତ୍ତି କରା ନ ଯିବା ଯୋଗୁଁ ରାଜ୍ୟ ଏହି ଆଶଙ୍କା ଆହୁରି ବଢ଼଼ି ଚାଲିଛି। ଭୂକମ୍ପ ବେଳେ ଜୋନ୍‌‌ ୨ ଅଞ୍ଚଳରେ ସ୍ୱଳ୍ପ କ୍ଷତି ହେଉଥିବା ବେଳେ ଜୋନ୍‌‌ ୩ ରେ ମଧ୍ୟମ, ଜୋନ୍‌‌ ୪ରେ ଅଧିକ ଓ ଜୋନ୍‌‌ ୫ରେ ଅତ୍ୟଧିକ କ୍ଷତିର ଆଶଙ୍କା ଥାଏ। ଓଡ଼ିଶାର ୭ଟି ସହର ଭୂକମ୍ପ ଜୋନ୍‌‌ ୩ ଅଞ୍ଚଳରେ ରହଥିବାରୁ ଏହି ଅଞ୍ଚଳଗୁଡ଼ିକ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯିବା ଉଚ୍ଚିତ ବୋଲି ଭୂତତ୍ୱବିତ ମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଭୂକମ୍ପ କ୍ଷେତ୍ରରେ ଓଡ଼ିଶା ଜୋନ୍‌‌-୩ ରେ ଆସୁଛି। ନିକଟରେ ଯଦିଓ ରାଜ୍ୟରେ ଶକ୍ତିଶାଳୀ ଭୂକମ୍ପ ହୋଇନାହିଁ କିନ୍ତୁ ଏବେ ରାଜ୍ୟର ଅନେକ ସମୟରେ ଭୂକମ୍ପ ଝଟକା ରହୁଛି। ଏହାର ତୀବ୍ରତା ବିଶେଷ ହେଉନାହିଁ ହେଲେ ବି ଏଥିପ୍ରତି ଦୃଷ୍ଟି ଦେବା ଦେବା ଆବଶ୍ୟକତା ରହିଛି। ରାଜ୍ୟ ସରକାର ଭୂକମ୍ପ ନିରୋଧୀ ଘର ନିର୍ମାଣ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେବା ଉଚିତ। କେଉଁ ଅଞ୍ଚଳରେ କେଉଁ ପ୍ରକାର ଘର ଆବଶ୍ୟକତା ରହିଛି ତାହା ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ମୁଖ୍ୟତଃ ସମ୍ବେଦନଶୀଳ ଅଞ୍ଚଳରେ ଭୂକମ୍ପ ନିରୋଧୀ ଘର ନିର୍ମାଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ଡ. ପାଣିଗ୍ରାହୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ଅନ୍ୟପଟେ ରାଜ୍ୟର ଐତିହ୍ୟ ନଗରି ପାଇଁ ମଧ୍ୟ ବିପଦ କମ୍‌‌ ରହିନାହିଁ। ୨୦୧୪ ମେ ମାସ ୨୧ ତାରିଖରେ ଓଡ଼ିଶାକୁ ବଡ଼ ଭୂକମ୍ପ ଝଟକା ପଡ଼ିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ହୋଇଥିବାରୁ ରାଜ୍ୟ ପାଇଁ ସୁନାମୀ ଭୟ ମଧ୍ୟ ସୃଷ୍ଟି ହୋଇଥିଲା। କୋଣାର୍କଠାରୁ ମାତ୍ର ୨୭୬ କିମି ଦୂର ସମୁଦ୍ର ମଧ୍ୟରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୫.୯ ଥିବା ବେଳେ ଯଦି ଏହାର ତୀବ୍ରତା ସାମାନ୍ୟ ଅଧିକ ଥିଲେ ପରିସ୍ଥିତି ଭୟଙ୍କର ହୋଇଥାନ୍ତା। ରାଜ୍ୟର ୬ ଟି ଉପକୂଳବର୍ତ୍ତୀ ଜିଲ୍ଲାର ୨୨ ବ୍ଲକକୁ ସୁନାମୀ ପ୍ରବଣ ଅଞ୍ଚଳ ଭାବେ ଗ୍ରହଣ କରାଯାଉଛି। ଏଥିପାଇଁ ଅନେକ ସମୟରେ ଓସଡମା ପକ୍ଷରୁ ସୁନାମୀ ପ୍ରବଣ ଅଞ୍ଚଳଗୁଡ଼ିକରେ ମକ୍‌‌ଡ୍ରିଲ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର