ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ବିଧାନସଭାରେ ପାରିତ ହେଲା ବିଲ୍‌ : ଡ୍ରିମ୍‌ସକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

The Sakala Picture
Published On

ଭୁବନେଶ୍ୱର : ଡ୍ରିମସ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଲ୍‍, ୨୦୨୨ ସୋମବାର ବିଧାନସଭାରେ ଗୃହୀତ ହୋଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ଖୁବ୍‍ଶୀଘ୍ର ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବ। ପୂର୍ବରୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୧୨ଟି ଘରୋଇ ବିଶ୍ୱ ବିଦ୍ୟାଳୟ ରହିଛି। ଡ୍ରିମସକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଓଡ଼ିଶା(ସଂଶୋଧନ)ବିଲ୍‍, ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୟୁକ୍ତି […]

ଭୁବନେଶ୍ୱର : ଡ୍ରିମସ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଲ୍‍, ୨୦୨୨ ସୋମବାର ବିଧାନସଭାରେ ଗୃହୀତ ହୋଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ଖୁବ୍‍ଶୀଘ୍ର ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବ। ପୂର୍ବରୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୧୨ଟି ଘରୋଇ ବିଶ୍ୱ ବିଦ୍ୟାଳୟ ରହିଛି। ଡ୍ରିମସକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଓଡ଼ିଶା(ସଂଶୋଧନ)ବିଲ୍‍, ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୟୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱ ବିଦ୍ୟାଳୟ, ଓଡ଼ିଶା(ସଂଶୋଧନ) ବିଲ୍‍, ୨୦୨୨କୁ ମଧ୍ୟ ବିଧାନସଭାର ଅନୁମୋଦନ ମିଳିଛି।

ଆହୁରି ପଢ଼ନ୍ତୁ: ITR ଚାନ୍ଦିପୁରରେ 'ସୂର୍ଯ୍ୟାସ୍ତ୍ର' ରକେଟ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୩୦୦

ଡ୍ରିମସକୁ ଏକକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଆଇନ ପ୍ରଣୟନ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଲେ ଯେ ଏହା ଏକ ନିଜସ୍ୱ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନଥିବା ଏକକ ବିଶ୍ୱବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ ଏଥିପାଇଁ ଡ୍ରିମସ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଦ୍ୱାରା ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷାଦାନ ଓ ଗବେଷଣାର ପରିସର ବୃଦ୍ଧି କରିବ। ଏହାଦ୍ୱାରା ନୂତନ ପିଢ଼ିର ଯୁବଗୋଷ୍ଠୀ ବିଭିନ୍ନ ଶିଳ୍ପ ସଂସ୍ଥା ସଂସ୍ପର୍ଶରେ ଆସିବା ସହ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପଢ଼ିବା ପାଇଁ ସୁଯୋଗ ପାଇବେ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀ ପଠାରୁ ଅଧାପୋତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ବାରଙ୍ଗ ପୋଲିସର ତଦନ୍ତ

ସେହିପରି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା ଦ୍ୱାରା ରାଜ୍ୟରେ ବହୁବିଧ ଓ ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ପାଇଁ ପଥ ପରିଷ୍କାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବିଧେୟକ ଆଲୋଚନାରେ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ସୁରେଷ ରାଉତରାୟ, ମୋହନ ଚରଣ ମାଝୀ, ଶାସକ ଦଳ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଶାନ୍ତ ବେହେରା ଭାଗ ନେଇଥିଲେ। ସେହିପରି ଅନ୍ୟ ଦୁଇଟି ବିଧେୟକ ମଧ୍ୟ ଗୃହରେ ଆଲୋଚନା ହେବା ସହ ପାରିତ ହୋଇଥିଲା। ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଅଧିକରୁ ଅଧିକ ବିଶ୍ୱବିଦ୍ୟାଳୟ ଆବଶ୍ୟକ ଥିବାବେଳେ ସରକାରଙ୍କ ଏହି ପଦକ୍ଷେପ ଏକ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିରୋଧୀ ସଦସ୍ୟମାନେ ମତପ୍ରକାଶ କରିଥିଲେ। ବିଶେଷକରି ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଉପରୋକ୍ତ ବିଧେୟକ ପାରିତ ଥିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିବା ସହ ୩ଟି ଯାକ ବିଧେୟକକୁ ସମର୍ଥନ ଜଣାଇଥିଲେ।

ଆହୁରି ପଢ଼ନ୍ତୁ: ଥାନା ସାମ୍ନାରେ ଟ୍ରାକ୍ଟର ରଖି ଷ୍ଟିୟରିଂରେ ହାତକଡ଼ି ପକାଇଲା ପୋଲିସ, କ'ଣ ଏହାର କାରଣ....

05 Jul 2022 By The Sakala

ବିଧାନସଭାରେ ପାରିତ ହେଲା ବିଲ୍‌ : ଡ୍ରିମ୍‌ସକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର : ଡ୍ରିମସ ବିଶ୍ୱବିଦ୍ୟାଳୟ, ଓଡ଼ିଶା ବିଲ୍‍, ୨୦୨୨ ସୋମବାର ବିଧାନସଭାରେ ଗୃହୀତ ହୋଇଛି। ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଏହା ଖୁବ୍‍ଶୀଘ୍ର ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବ। ପୂର୍ବରୁ ଓଡ଼ିଶାରେ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ୧୨ଟି ଘରୋଇ ବିଶ୍ୱ ବିଦ୍ୟାଳୟ ରହିଛି। ଡ୍ରିମସକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏହି ସଂଖ୍ୟା ୧୩ରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ, ଓଡ଼ିଶା(ସଂଶୋଧନ)ବିଲ୍‍, ୨୦୨୨ ଏବଂ ଗାନ୍ଧୀ ଯାନ୍ତ୍ରିକ ଓ ପ୍ରୟୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ୱ ବିଦ୍ୟାଳୟ, ଓଡ଼ିଶା(ସଂଶୋଧନ) ବିଲ୍‍, ୨୦୨୨କୁ ମଧ୍ୟ ବିଧାନସଭାର ଅନୁମୋଦନ ମିଳିଛି।

ଡ୍ରିମସକୁ ଏକକ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବା ପାଇଁ ଆଇନ ପ୍ରଣୟନ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ କହିଲେ ଯେ ଏହା ଏକ ନିଜସ୍ୱ ଅର୍ଥରେ ପରିଚାଳିତ ବହୁ ବିଭାଗୀୟ ଅନୁବନ୍ଧନ ପ୍ରଦାନ କରୁ ନଥିବା ଏକକ ବିଶ୍ୱବିଦ୍ୟାଳୟ ହେବ। ରାଜ୍ୟ ସରକାରଙ୍କୁ ଏଥିପାଇଁ ଡ୍ରିମସ କୌଣସି ଆର୍ଥିକ ସହାୟତା ରାଶି ଦାବି କରିବ ନାହିଁ। ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଦ୍ୱାରା ରାଜ୍ୟରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଷୟରେ ଶିକ୍ଷାଦାନ ଓ ଗବେଷଣାର ପରିସର ବୃଦ୍ଧି କରିବ। ଏହାଦ୍ୱାରା ନୂତନ ପିଢ଼ିର ଯୁବଗୋଷ୍ଠୀ ବିଭିନ୍ନ ଶିଳ୍ପ ସଂସ୍ଥା ସଂସ୍ପର୍ଶରେ ଆସିବା ସହ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ପଢ଼ିବା ପାଇଁ ସୁଯୋଗ ପାଇବେ।

ସେହିପରି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗ ଖୋଲିବା ଦ୍ୱାରା ରାଜ୍ୟରେ ବହୁବିଧ ଓ ଅନ୍ତଃ-ବିଭାଗୀୟ ପାଠ୍ୟକ୍ରମ ପ୍ରଚଳନ ପାଇଁ ପଥ ପରିଷ୍କାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ବିଧେୟକ ଆଲୋଚନାରେ ବିଧାୟକ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ, ସୁରେଷ ରାଉତରାୟ, ମୋହନ ଚରଣ ମାଝୀ, ଶାସକ ଦଳ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଶାନ୍ତ ବେହେରା ଭାଗ ନେଇଥିଲେ। ସେହିପରି ଅନ୍ୟ ଦୁଇଟି ବିଧେୟକ ମଧ୍ୟ ଗୃହରେ ଆଲୋଚନା ହେବା ସହ ପାରିତ ହୋଇଥିଲା। ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଅଧିକରୁ ଅଧିକ ବିଶ୍ୱବିଦ୍ୟାଳୟ ଆବଶ୍ୟକ ଥିବାବେଳେ ସରକାରଙ୍କ ଏହି ପଦକ୍ଷେପ ଏକ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ବିରୋଧୀ ସଦସ୍ୟମାନେ ମତପ୍ରକାଶ କରିଥିଲେ। ବିଶେଷକରି ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଉପରୋକ୍ତ ବିଧେୟକ ପାରିତ ଥିବାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିବା ସହ ୩ଟି ଯାକ ବିଧେୟକକୁ ସମର୍ଥନ ଜଣାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର