ସଂସାର ଯୋଡ଼ିଦେବା ଆଳରେ ଦୁଷ୍କର୍ମ

The Sakala Picture
Published On

ଭୁବନେଶ୍ବର : ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଥିବା ପାରିବାରିକ କଳହର ସମାଧାନ କରିବା ଆଳରେ ଜଣେ ମଧ୍ୟସ୍ଥ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ବେଣୁଧର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରୁଛି ପୁଲିସ | ମହିଳା ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ୨୦୧୪ ନଭେମ୍ବର ୧୪ ତାରିଖରେ ବୈଦିକ ରୀତିରେ ନୟାଗଡ଼ ଜିଲ୍ଲା ପତେଗଡ଼ ଗ୍ରାମର ଅନ୍ତର୍ଯ୍ୟାମୀ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ମହିଳାଙ୍କୁ ବିବାହ କରିବା […]

ଭୁବନେଶ୍ବର : ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଥିବା ପାରିବାରିକ କଳହର ସମାଧାନ କରିବା ଆଳରେ ଜଣେ ମଧ୍ୟସ୍ଥ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ବେଣୁଧର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରୁଛି ପୁଲିସ | ମହିଳା ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ୨୦୧୪ ନଭେମ୍ବର ୧୪ ତାରିଖରେ ବୈଦିକ ରୀତିରେ ନୟାଗଡ଼ ଜିଲ୍ଲା ପତେଗଡ଼ ଗ୍ରାମର ଅନ୍ତର୍ଯ୍ୟାମୀ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ମହିଳାଙ୍କୁ ବିବାହ କରିବା ପରେ ଅନ୍ତର୍ଯ୍ୟାମୀ ତାଙ୍କୁ କଳିଙ୍ଗବିହାର ଆଣି ଘର ଭଡ଼ା ନେଇ ରହୁଥିଲେ।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କ ଛଡା ବିଜୁ ଲିଗାସୀ ଆଉ କେହିନାହାନ୍ତି ଓଡ଼ିଶାରେ: ପଞ୍ଚାନନ କାନୁନଗୋ

ବିବାହର କିଛି ଦିନ ପରେ ଅନ୍ତର୍ଯ୍ୟାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ। ୨୦୧୫ ମସିହାରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଅନ୍ତଯ୍ୟାମୀ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଛନ୍ତି। ତାଙ୍କର ପିଲାଛୁଆ ଥିବା ଜାଣିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢ଼ିଯାଇଥିଲା। ଫେତେଗଡ଼ର ବେଣୁଧର ତାଙ୍କ ଭିତରେ ଥିବା ବିବାଦକୁ ସମାଧାନ କରିଦେବ ବୋଲି ଅନ୍ତର୍ଯାମୀ କହିଥିଲେ। ଗତ ୨୦୨୧ ଜୁନ୍‌ ୧୧ତାରିଖ ରାତି ୧୦ଟା ସମୟରେ ମହିଳା ସ୍ଵାମୀ ଘରେ ନ ଥିବା ବେଳେ ବେଣୁଧର ତାଙ୍କ ଘରକୁ ଆସିଥିଲେ। ତାଙ୍କ ଭିତରେ ବିବାଦ ସମାଧାନ କରିବାକୁ କହି ଘର ଭିତରେ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ।

ଆହୁରି ପଢ଼ନ୍ତୁ: ଦଣ୍ଡ ନାଚ ଦେଖି ଫେରିବାବେଳେ ବାଟରେ ଜଗିଥିଲା ଯମ, ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ସେହିଦିନ ରାତିରେ ମହିଳାଙ୍କୁ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଦୁଷ୍କର୍ମ ସମୟର ଭିଡିଓ ନିଜ ମୋବାଇଲ୍‌ରେ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଯଦି କାହା ଆଗରେ ପାଟି ଖୋଲିଲେ ଏହାକୁ ଭାଇରାଲ୍ କରି ଦେବାକୁ ଧମକ ଦେଇଥିବା ମହିଳା ଜଣଙ୍କ କହିଛନ୍ତି। ଏପରିକି ଉକ୍ତ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଦେଖାଇ ବେଣୁଧର ଆଚାର୍ଯ୍ୟବିହାର ଏବଂ ଜୟଦେହ ବିହାରରେ ଥିବା ହୋଟେଲରେ ଏକାଧିକ ଥର ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଶେଷରେ ବେଣୁଧରଙ୍କ ଅତ୍ୟାଚାର ଅଧିକ ହେବାରୁ ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

06 Nov 2021 By The Sakala

ସଂସାର ଯୋଡ଼ିଦେବା ଆଳରେ ଦୁଷ୍କର୍ମ

ଭୁବନେଶ୍ବର : ସ୍ଵାମୀ- ସ୍ତ୍ରୀଙ୍କ ମଧ୍ୟରେ ଥିବା ପାରିବାରିକ କଳହର ସମାଧାନ କରିବା ଆଳରେ ଜଣେ ମଧ୍ୟସ୍ଥ ଦୁଷ୍କର୍ମ କରିଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅଧାରରେ ବେଣୁଧର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁକରି ତଦନ୍ତ କରୁଛି ପୁଲିସ | ମହିଳା ଅଭିଯୋଗ ଅନୁସାରେ, ମହିଳା ଜଣଙ୍କ ୨୦୧୪ ନଭେମ୍ବର ୧୪ ତାରିଖରେ ବୈଦିକ ରୀତିରେ ନୟାଗଡ଼ ଜିଲ୍ଲା ପତେଗଡ଼ ଗ୍ରାମର ଅନ୍ତର୍ଯ୍ୟାମୀ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ମହିଳାଙ୍କୁ ବିବାହ କରିବା ପରେ ଅନ୍ତର୍ଯ୍ୟାମୀ ତାଙ୍କୁ କଳିଙ୍ଗବିହାର ଆଣି ଘର ଭଡ଼ା ନେଇ ରହୁଥିଲେ।

ବିବାହର କିଛି ଦିନ ପରେ ଅନ୍ତର୍ଯ୍ୟାମୀ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ। ୨୦୧୫ ମସିହାରେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ଅନ୍ତଯ୍ୟାମୀ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଛନ୍ତି। ତାଙ୍କର ପିଲାଛୁଆ ଥିବା ଜାଣିବା ପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢ଼ିଯାଇଥିଲା। ଫେତେଗଡ଼ର ବେଣୁଧର ତାଙ୍କ ଭିତରେ ଥିବା ବିବାଦକୁ ସମାଧାନ କରିଦେବ ବୋଲି ଅନ୍ତର୍ଯାମୀ କହିଥିଲେ। ଗତ ୨୦୨୧ ଜୁନ୍‌ ୧୧ତାରିଖ ରାତି ୧୦ଟା ସମୟରେ ମହିଳା ସ୍ଵାମୀ ଘରେ ନ ଥିବା ବେଳେ ବେଣୁଧର ତାଙ୍କ ଘରକୁ ଆସିଥିଲେ। ତାଙ୍କ ଭିତରେ ବିବାଦ ସମାଧାନ କରିବାକୁ କହି ଘର ଭିତରେ ପଶି ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ।

ସେହିଦିନ ରାତିରେ ମହିଳାଙ୍କୁ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଦୁଷ୍କର୍ମ ସମୟର ଭିଡିଓ ନିଜ ମୋବାଇଲ୍‌ରେ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ଯଦି କାହା ଆଗରେ ପାଟି ଖୋଲିଲେ ଏହାକୁ ଭାଇରାଲ୍ କରି ଦେବାକୁ ଧମକ ଦେଇଥିବା ମହିଳା ଜଣଙ୍କ କହିଛନ୍ତି। ଏପରିକି ଉକ୍ତ ଅଶ୍ଳୀଳ ଫଟୋ ଏବଂ ଭିଡିଓକୁ ଦେଖାଇ ବେଣୁଧର ଆଚାର୍ଯ୍ୟବିହାର ଏବଂ ଜୟଦେହ ବିହାରରେ ଥିବା ହୋଟେଲରେ ଏକାଧିକ ଥର ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ଶେଷରେ ବେଣୁଧରଙ୍କ ଅତ୍ୟାଚାର ଅଧିକ ହେବାରୁ ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର