ଲେଜର ସ୍କାନିଂ ଦ୍ୱାରା ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ, ତୃଟି ଥିଲେ ମରାମତି କରାଯିବ

The Sakala Picture
Published On

ପୁରୀ: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ। ବିଶେଷ କରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ। ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ଏହି ସମୟରେ କରାଯିବ ବୋଲି ଏଏସଆଇ ସୂଚନା ଦେଇଛି। ଏହାଛଡ଼ା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ। ପ୍ରାୟ […]

ପୁରୀ: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ହେବ ଡକ୍ୟୁମେଣ୍ଟସନ। ବିଶେଷ କରି ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ। ରତ୍ନସିଂହାସନର ଅବସ୍ଥା କିଭଳି ଅଛି ତାହା ଲେଜର ସ୍କାନିଂ ଦ୍ୱାରା ଜଣାପଡ଼ିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏହାଛଡ଼ା ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ ଏହି ସମୟରେ କରାଯିବ ବୋଲି ଏଏସଆଇ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ପୁରୀରେ ନିଃଶୁଳ୍କ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ଅନଲାଇନ୍ ପଞ୍ଜୀକରଣ ଆଜିଠାରୁ ଆରମ୍ଭ

ଏହାଛଡ଼ା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ୱଳ ଆଲୋକ ଦ୍ୱାରା ଆଚ୍ଛାଦିତ କରାଯିବ। ପ୍ରାୟ ଦେଢ଼ କୋଟି ଟଙ୍କା ବିନିମୟରେ ଆସନ୍ତା ତିନିମାସ ମଧ୍ୟରେ ଏହି ଆଲୋକୀକରଣ କାର୍ଯ୍ୟ ସମ୍ପର୍ଣ୍ନ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ଏହି ଆଲୋକୀକରଣ ବ୍ୟବସ୍ଥା ପାଇଁ ଆଜି ଏକ ଘରୋଇ ସଂସ୍ଥା ଶ୍ରୀମନ୍ଦିର ଆସି ପ୍ରାରମ୍ଭିକ ଯାଞ୍ଚ କରିଛନ୍ତି। ଆଜି ହେଉଥିବା ଛତିଶାନିଯୋଗ ବୈଠକରେ ଏସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ବନ୍ଦ ବେଳେ ଭଦ୍ରକରେ ଉତ୍ତେଜନା: ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଜଣେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର