ଏ.ଆଇ.ଏସ୍.ଏଫ୍ ପକ୍ଷରୁ ଶିକ୍ଷା ବଞ୍ଚାଅ ନେଇ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ

The Sakala Picture
Published On

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ଶିକ୍ଷା ବ୍ଯବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ବି ଗ୍ରାମାଞ୍ଚଳର ୮୦ଭାଗ ଓ ସହରାଞ୍ଚଳର ୩୦ଭାଗ ଛାତ୍ରଛାତ୍ରୀ ଲାପଟପ ଅଥବା ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଅନେକ […]

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ଶିକ୍ଷା ବ୍ଯବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ବି ଗ୍ରାମାଞ୍ଚଳର ୮୦ଭାଗ ଓ ସହରାଞ୍ଚଳର ୩୦ଭାଗ ଛାତ୍ରଛାତ୍ରୀ ଲାପଟପ ଅଥବା ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଅନେକ ଛାତ୍ରଛାତ୍ରୀ।

ଆହୁରି ପଢ଼ନ୍ତୁ: କଣାସ ବର୍ବରତା: ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ମହାପାତ୍ର ଓରଫ୍‌ ହାପି

ଯୁଜିସି ପକ୍ଷରୁ ନିକଟରେ ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ଯାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିବେ ନାହିଁ, ଏହା ଅନଲାଇନରେ ଆପ୍ ମାଧ୍ୟମରେ କରାଯିବ। ବିଶ୍ୱଗୁରୁ ପାଇଁ ସରକାର ସ୍ୱପ୍ନ ଦେଖାଉ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇନଟରନେଟ୍ ପାଠାଗାର ବା E- Library କରାଯାଇପାରି ନାହିଁ।

ଆହୁରି ପଢ଼ନ୍ତୁ: ବିବାହ ପ୍ରସ୍ତାବ ଭାଙ୍ଗିଯିବାରୁ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ପ୍ରେମିକ ଗିରଫ

କେନ୍ଦ୍ର ସରକାରଙ୍କ ଭୁଲ ମହାମାରୀ ପରିଚାଳନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଅକାଳ ମୃତ୍ୟୁ, ଦେଶର ଅର୍ଥନୀତି ଭୁଷୁଡି ପଡିବା ପରେ ଅର୍ଥନୀତି ସଜାଡିବା ପାଇଁ ଶିଳ୍ପ ଓ କଳ କାରଖାନା ଖୋଲାଗଲା, ମାତ୍ର ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଶିକ୍ଷାଦାନର ବିକଳ୍ପ ରାସ୍ତା ବାହାର କରାଯାଇ ପାରିନି। ଶିକ୍ଷା ବେପାରୀଙ୍କ ଲାଭ ପାଇଁ ଓ ଅବହେଳିତ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ପାଇଁ କରୋନା ମହାମାରୀ ଭିତରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କଲେ ଏବେ ବ୍ଲେଣ୍ଡେଡ୍ ଟିଚିଙ୍ଗ କଥା କହି ଶିକ୍ଷକ ହ୍ରାସର ଷଡ଼ଯନ୍ତ୍ର କରାଯାଉଛି ବୋଲି ଏଆଇଏସଏଫ ଅଭିଯୋଗ କରିଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ପ୍ରେମ ଜାଲରେ ଫସାଇ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ କଲେଜ ଛାତ୍ର ଗିରଫ

କରୋନାରେ କୋଟି କୋଟି ଛାତ୍ରାଛାତ୍ରୀଙ୍କ ଅଭିଭାବକମାନେ ଜୀବିକା ହରାଇ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଫି’ ବୋଝ ବେଡି ଉପରେ କୋରଡା ମାଡ ଭଳି। ଏହାଛଡା କରୋନା ଟିକା ଦେବାରେ ଅନ୍ୟ ପଟେ ଟିକାର ଅଭାବ, ଅକ୍ସିଜେନ୍ ସିଲିଣ୍ଡର ଓ ମେଡିସିନରେ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଵିରୋଧରେ ଦେଶର ପ୍ରଥମ ସର୍ବ ଭାରତୀୟ ଛାତ୍ର ସଂଗଠନ ‘ଅଖିଳ ଭାରତ ଛାତ୍ର ସଂଘ‘ (ଏଆଇଏସଏଫ) ପକ୍ଷରୁ କରୋନାକାଳରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ , ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର, ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି’ ଛାଡ୍ ସମେତ ସମସ୍ତ ୟୁଜିସିର ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର, ସମସ୍ତଙ୍କୁ ସାର୍ବଜନୀନ ଟିକାକରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବିରେ ରାଜ୍ୟବ୍ଯାପୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଆଜି ଡିଜିଟାଲ ଆନ୍ଦୋଳନ କରିଥିଲେ।  ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ୍ ଆନ୍ଦୋଳନରେ ସାମିଲ୍ ହୋଇଥିଲେ।

01 Jun 2021 By The Sakala

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ଶିକ୍ଷା ବଞ୍ଚାଅ ନେଇ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସମଗ୍ର ଦେଶରେ ଶିକ୍ଷା ବ୍ଯବସ୍ଥା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି। ଡିଜିଟାଲ ଇଣ୍ଡିଆ କଥା କହି ବିଶ୍ଵ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ବି ଗ୍ରାମାଞ୍ଚଳର ୮୦ଭାଗ ଓ ସହରାଞ୍ଚଳର ୩୦ଭାଗ ଛାତ୍ରଛାତ୍ରୀ ଲାପଟପ ଅଥବା ସ୍ମାର୍ଟ ଫୋନ୍, ଇଣ୍ଟରନେଟ୍ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ଅନେକ ଛାତ୍ରଛାତ୍ରୀ।

ଯୁଜିସି ପକ୍ଷରୁ ନିକଟରେ ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ଯାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିବେ ନାହିଁ, ଏହା ଅନଲାଇନରେ ଆପ୍ ମାଧ୍ୟମରେ କରାଯିବ। ବିଶ୍ୱଗୁରୁ ପାଇଁ ସରକାର ସ୍ୱପ୍ନ ଦେଖାଉ ଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇନଟରନେଟ୍ ପାଠାଗାର ବା E- Library କରାଯାଇପାରି ନାହିଁ।

କେନ୍ଦ୍ର ସରକାରଙ୍କ ଭୁଲ ମହାମାରୀ ପରିଚାଳନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଅକାଳ ମୃତ୍ୟୁ, ଦେଶର ଅର୍ଥନୀତି ଭୁଷୁଡି ପଡିବା ପରେ ଅର୍ଥନୀତି ସଜାଡିବା ପାଇଁ ଶିଳ୍ପ ଓ କଳ କାରଖାନା ଖୋଲାଗଲା, ମାତ୍ର ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଶିକ୍ଷାଦାନର ବିକଳ୍ପ ରାସ୍ତା ବାହାର କରାଯାଇ ପାରିନି। ଶିକ୍ଷା ବେପାରୀଙ୍କ ଲାଭ ପାଇଁ ଓ ଅବହେଳିତ ବର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିବା ପାଇଁ କରୋନା ମହାମାରୀ ଭିତରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କଲେ ଏବେ ବ୍ଲେଣ୍ଡେଡ୍ ଟିଚିଙ୍ଗ କଥା କହି ଶିକ୍ଷକ ହ୍ରାସର ଷଡ଼ଯନ୍ତ୍ର କରାଯାଉଛି ବୋଲି ଏଆଇଏସଏଫ ଅଭିଯୋଗ କରିଛି।

କରୋନାରେ କୋଟି କୋଟି ଛାତ୍ରାଛାତ୍ରୀଙ୍କ ଅଭିଭାବକମାନେ ଜୀବିକା ହରାଇ ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଫି’ ବୋଝ ବେଡି ଉପରେ କୋରଡା ମାଡ ଭଳି। ଏହାଛଡା କରୋନା ଟିକା ଦେବାରେ ଅନ୍ୟ ପଟେ ଟିକାର ଅଭାବ, ଅକ୍ସିଜେନ୍ ସିଲିଣ୍ଡର ଓ ମେଡିସିନରେ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଵିରୋଧରେ ଦେଶର ପ୍ରଥମ ସର୍ବ ଭାରତୀୟ ଛାତ୍ର ସଂଗଠନ ‘ଅଖିଳ ଭାରତ ଛାତ୍ର ସଂଘ‘ (ଏଆଇଏସଏଫ) ପକ୍ଷରୁ କରୋନାକାଳରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ , ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ୍ ଟ୍ରାନ୍ସଫର, ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି’ ଛାଡ୍ ସମେତ ସମସ୍ତ ୟୁଜିସିର ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର, ସମସ୍ତଙ୍କୁ ସାର୍ବଜନୀନ ଟିକାକରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବିରେ ରାଜ୍ୟବ୍ଯାପୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଆଜି ଡିଜିଟାଲ ଆନ୍ଦୋଳନ କରିଥିଲେ।  ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ୍ ଆନ୍ଦୋଳନରେ ସାମିଲ୍ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର