ପଞ୍ଚାୟତ କାର୍ଯ୍ୟାଳୟରୁ ଡିଜି ଚୋରି ଘଟଣାରେ ସରପଞ୍ଚଙ୍କ ସ୍ବାମୀ ଓ ଭାଇ ଗିରଫ

The Sakala Picture
Published On

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଏକ ଜେନେରେଟର(ଡିଜି) ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି। ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ବା ସଂଘରୋଧ ଗୃହ ପାଇଁ ଏହି ଡିଜି କ୍ରୟ କରାଯାଇଥିଲା। ବ୍ଲକପାଣ୍ଠିରୁ ୧,୧୦,୧୦୦ ଟଙ୍କା ଓ ପଞ୍ଚାୟତ ପାଣ୍ଠିରୁ ୩୯,୯୦୦ଟଙ୍କା ବ୍ୟୟରେ ଏହା କ୍ରୟ […]

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଏକ ଜେନେରେଟର(ଡିଜି) ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ବା ସଂଘରୋଧ ଗୃହ ପାଇଁ ଏହି ଡିଜି କ୍ରୟ କରାଯାଇଥିଲା। ବ୍ଲକପାଣ୍ଠିରୁ ୧,୧୦,୧୦୦ ଟଙ୍କା ଓ ପଞ୍ଚାୟତ ପାଣ୍ଠିରୁ ୩୯,୯୦୦ଟଙ୍କା ବ୍ୟୟରେ ଏହା କ୍ରୟ କରାଯାଇଥିଲା। ସେହି ଘରେ ଇନଭର୍ଟର ଓ ଓ୍ବାଟର ପ୍ଯୁରିଫାୟର ଥିଲେ ମଧ ଅଭିଯୁକ୍ତ କେବଳ ଡିଜି ନେଇ ପଳାଇଯାଇଥିଲେ। ପଞ୍ଚାୟତରେ ସ୍ଥାୟୀ ରାତ୍ର ଜଗୁଆଳି ନଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ସାରୁଆଳି ଗାଁର କଟାସାହି ତ୍ରୈଲୋକ୍ୟ ନାଏକଙ୍କ ପୁଅ ଦେବେନ୍ଦ୍ର ନାଏକ(୩୩) ଓ ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗରା ପଞ୍ଚାୟତ ପଣ୍ଡୁଆର ସନାତନ ନାଏକଙ୍କ ପୁଅ ପ୍ରଶାନ୍ତ ନାୟକ। ସବୁଠାରୁ ରୋଚକ ଖବର ହେଲା ଏହି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୁକ୍ତ ଦ୍ବୟଙ୍କ ସମ୍ପର୍କ। କାମାକ୍ଷାନଗର ପୋଲିସ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ଡିଜିକୁ ଉଦ୍ଧାର କରିଛି । ଏହା ସହ ଚୋରିରେ ବ୍ୟବହୃତ କାର OD06J5021 ମାରୁତି ସୁଇଫ୍ଟି କୁ ଜବତ କରିଛି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

14 Nov 2021 By The Sakala

ପଞ୍ଚାୟତ କାର୍ଯ୍ୟାଳୟରୁ ଡିଜି ଚୋରି ଘଟଣାରେ ସରପଞ୍ଚଙ୍କ ସ୍ବାମୀ ଓ ଭାଇ ଗିରଫ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଏକ ଜେନେରେଟର(ଡିଜି) ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି।

ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ କୋଭିଡ କେୟାର ସେଣ୍ଟର ବା ସଂଘରୋଧ ଗୃହ ପାଇଁ ଏହି ଡିଜି କ୍ରୟ କରାଯାଇଥିଲା। ବ୍ଲକପାଣ୍ଠିରୁ ୧,୧୦,୧୦୦ ଟଙ୍କା ଓ ପଞ୍ଚାୟତ ପାଣ୍ଠିରୁ ୩୯,୯୦୦ଟଙ୍କା ବ୍ୟୟରେ ଏହା କ୍ରୟ କରାଯାଇଥିଲା। ସେହି ଘରେ ଇନଭର୍ଟର ଓ ଓ୍ବାଟର ପ୍ଯୁରିଫାୟର ଥିଲେ ମଧ ଅଭିଯୁକ୍ତ କେବଳ ଡିଜି ନେଇ ପଳାଇଯାଇଥିଲେ। ପଞ୍ଚାୟତରେ ସ୍ଥାୟୀ ରାତ୍ର ଜଗୁଆଳି ନଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ଏହି କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ ସାରୁଆଳି ଗାଁର କଟାସାହି ତ୍ରୈଲୋକ୍ୟ ନାଏକଙ୍କ ପୁଅ ଦେବେନ୍ଦ୍ର ନାଏକ(୩୩) ଓ ତୁମୁସିଙ୍ଗା ଥାନା ଅନ୍ତର୍ଗତ କୋଟଗରା ପଞ୍ଚାୟତ ପଣ୍ଡୁଆର ସନାତନ ନାଏକଙ୍କ ପୁଅ ପ୍ରଶାନ୍ତ ନାୟକ। ସବୁଠାରୁ ରୋଚକ ଖବର ହେଲା ଏହି ପଞ୍ଚାୟତର ସରପଞ୍ଚଙ୍କ ସହ ଅଭିଯୁକ୍ତ ଦ୍ବୟଙ୍କ ସମ୍ପର୍କ। କାମାକ୍ଷାନଗର ପୋଲିସ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ଡିଜିକୁ ଉଦ୍ଧାର କରିଛି । ଏହା ସହ ଚୋରିରେ ବ୍ୟବହୃତ କାର OD06J5021 ମାରୁତି ସୁଇଫ୍ଟି କୁ ଜବତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର