ଚିନ୍ତାରେ ହିତାଧିକାରୀ, ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ଅଭିଯୋଗ

The Sakala Picture
Published On

କାମାକ୍ଷାନଗର: ବ୍ୟାଙ୍କରେ ଜନଧନ ଯୋଜନାରେ ଖାତା ଖୋଲିବା ପରେ ଖାତାରୁ ଅର୍ଥ ହଡପ ହେଉଥିବା ଅଭିଯୋଗ। ଖାତା ଖୋଲିବାରେ ସାହାଯ୍ଯ କରିଥିବା ଯୁବକ ଏହି ଅର୍ଥକୁ ଅତ୍ମସାତ କରୁଥିବା ସନ୍ଦେହ କରାଯାଉଛି। ଅଞ୍ଚଳରୁ ପ୍ରାୟ ଶତାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହେଇଛି। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କାମର୍ଦା ଗ୍ରାମରେ । ଶତାଧିକ ଲୋକେ ପରଜଙ୍ଗ ବ୍ଲକ ଡିହଡୋଳ ଷ୍ଟେଟବ୍ୟାଙ୍କ ଶାଖାରେ ଖାତା ଖୋଲିଥିଲେ।  ଅଧିକାଂଶ ଲୋକଙ୍କ ଖାତା […]

କାମାକ୍ଷାନଗର: ବ୍ୟାଙ୍କରେ ଜନଧନ ଯୋଜନାରେ ଖାତା ଖୋଲିବା ପରେ ଖାତାରୁ ଅର୍ଥ ହଡପ ହେଉଥିବା ଅଭିଯୋଗ। ଖାତା ଖୋଲିବାରେ ସାହାଯ୍ଯ କରିଥିବା ଯୁବକ ଏହି ଅର୍ଥକୁ ଅତ୍ମସାତ କରୁଥିବା ସନ୍ଦେହ କରାଯାଉଛି। ଅଞ୍ଚଳରୁ ପ୍ରାୟ ଶତାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହେଇଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କାମର୍ଦା ଗ୍ରାମରେ । ଶତାଧିକ ଲୋକେ ପରଜଙ୍ଗ ବ୍ଲକ ଡିହଡୋଳ ଷ୍ଟେଟବ୍ୟାଙ୍କ ଶାଖାରେ ଖାତା ଖୋଲିଥିଲେ।  ଅଧିକାଂଶ ଲୋକଙ୍କ ଖାତା ସେହି ଗ୍ରାମର ନାରାୟଣ ସାହୁ ଖୋଲାଇବାରେ ସାହାଯ୍ଯ କରିଥିଲା। ଖାତା ଖୋଲିଲାବେଳେ ଟିପଚିହ୍ନ ଦେଲାବେଳେ ଚତୁରତାର ସହ ନାରାୟଣ ମଧ୍ଯ ନିଜ ଟିପଚିହ୍ନ ଦେଇଦେଇଥିଲା। ଫଳରେ ବ୍ୟାଙ୍କର ପ୍ରତ୍ୟେକ କାର୍ଯ୍ୟରେ ନାରାୟଣ ଉପସ୍ଥିତ ଆବଶ୍ଯକ ପଡେ। ସରକାରଙ୍କର ବିଭିନ୍ନ ଯୋଜନାରେ ହିତାଧିକାରିଙ୍କ ଖାତାକୁ ଆସୁଥିବା ଟଙ୍କା ଗୁଡିକ ଉଠାଇବାରେ ନାରାୟଣକୁ କୌଣସି ଅସୁବିଧା ହେଲାନାହିଁ। ଏପରିକି ଅଧିକାଂଶ ଲୋକଙ୍କର ଏଟିଏମ ଓ ସିକ୍ରେଟ ପିନ୍ ମଧ୍ୟ ନାରାୟଣ ରଖି ନେଇଛି। ଏଥିରୁ ଅଧିକାଂଶ ହିତାଧିକାରି ଅଶିକ୍ଷିତ ଓ ଗରିବ ଶ୍ରେଣୀୟ ଲୋକ। ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆସୁଥିବା କାଳିଆ ଯୋଜନା ହେଉକି କେନ୍ଦ୍ର ସରକାରଙ୍କ ଅନୁଦାନ କିମ୍ବା ମନରେଗାରେ ଆସୁଥିବା ଅର୍ଥ ସବୁ ହଡପ ହେଉଛି। ଗ୍ରାମବାସୀ ପ୍ରଥମେ ବ୍ୟାଙ୍କ ପରିଚାଳକ ଏବଂ ପରଜଙ୍ଗ ଥାନା ଓ ପରେ କାମାକ୍ଷାନଗର ଏସଡିପିଓଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ କେହି ତାଙ୍କ ଦୁଃଖ କେହି ବୁଝି ନ ଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇ ମୃତ

ବ୍ୟାଙ୍କ ଆକାଉଣ୍ଟଧାରି ଏବେ ଚିନ୍ତାରେ ପଡି ଯାଇଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଯାଇଥିବା ଟଙ୍କା କିପରି ଫେରିପାଇବେ। ପ୍ରତ୍ୟେକ ଆକାଉଣ୍ଟରୁ ୨୦୦୦ ରୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆକାଉଣ୍ଟରୁ ଗାୟବ ହୋଇଯାଇଛି। ଶତାଧିକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଠୁଥିବା ଏହା କେବ ଜଣେ ଲୋକର ସଂପୃକ୍ତି ହୋଇ ନ ଥିବା ସନ୍ଦେହ ସୃଷ୍ଟି ହେଉଛି। ତେଣୁ ଏଥିରେ ବ୍ୟାଙ୍କ କର୍ମଚାରି ସଂପୃକ୍ତି ଥିବା ଅନୁମାନ କରାଯାଉଛି। ତେଣୁ ଏହାର ଏକ ଉଚ୍ଚସ୍ତରିଅ ତଦନ୍ତ ହେବାପାଇଁ ଦାବି ହେଉଛି। ଏନେଇ ହିତାଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ, ସେ କହିଛନ୍ତ  ତୁରନ୍ତ ଏହାର ତଦନ୍ତ କରି ଦୋଶି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବ। ଗରିବ ଖଟିଖିଆ ଲୋକଙ୍କ ଆକାଉଣ୍ଟରୁ ଅର୍ଥ ହଡପ ହୋଇଥିବା ଘଟଣାରେ କିପରି ତଦନ୍ତ ହେଉଛି ଏବଂ ହଡପ କାରିରଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠା ନିଆଯାଉଛି ଓ ହିତାଧିକାରୀ କେବେ ଅର୍ଥ ଫେରି ପାଉଛନ୍ତି ତାହାକୁ ହିଁ ଅପେକ୍ଷା ରହିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

28 Dec 2021 By The Sakala

ଚିନ୍ତାରେ ହିତାଧିକାରୀ, ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ଅଭିଯୋଗ

କାମାକ୍ଷାନଗର: ବ୍ୟାଙ୍କରେ ଜନଧନ ଯୋଜନାରେ ଖାତା ଖୋଲିବା ପରେ ଖାତାରୁ ଅର୍ଥ ହଡପ ହେଉଥିବା ଅଭିଯୋଗ। ଖାତା ଖୋଲିବାରେ ସାହାଯ୍ଯ କରିଥିବା ଯୁବକ ଏହି ଅର୍ଥକୁ ଅତ୍ମସାତ କରୁଥିବା ସନ୍ଦେହ କରାଯାଉଛି। ଅଞ୍ଚଳରୁ ପ୍ରାୟ ଶତାଧିକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହେଇଛି।

ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କାମର୍ଦା ଗ୍ରାମରେ । ଶତାଧିକ ଲୋକେ ପରଜଙ୍ଗ ବ୍ଲକ ଡିହଡୋଳ ଷ୍ଟେଟବ୍ୟାଙ୍କ ଶାଖାରେ ଖାତା ଖୋଲିଥିଲେ।  ଅଧିକାଂଶ ଲୋକଙ୍କ ଖାତା ସେହି ଗ୍ରାମର ନାରାୟଣ ସାହୁ ଖୋଲାଇବାରେ ସାହାଯ୍ଯ କରିଥିଲା। ଖାତା ଖୋଲିଲାବେଳେ ଟିପଚିହ୍ନ ଦେଲାବେଳେ ଚତୁରତାର ସହ ନାରାୟଣ ମଧ୍ଯ ନିଜ ଟିପଚିହ୍ନ ଦେଇଦେଇଥିଲା। ଫଳରେ ବ୍ୟାଙ୍କର ପ୍ରତ୍ୟେକ କାର୍ଯ୍ୟରେ ନାରାୟଣ ଉପସ୍ଥିତ ଆବଶ୍ଯକ ପଡେ। ସରକାରଙ୍କର ବିଭିନ୍ନ ଯୋଜନାରେ ହିତାଧିକାରିଙ୍କ ଖାତାକୁ ଆସୁଥିବା ଟଙ୍କା ଗୁଡିକ ଉଠାଇବାରେ ନାରାୟଣକୁ କୌଣସି ଅସୁବିଧା ହେଲାନାହିଁ। ଏପରିକି ଅଧିକାଂଶ ଲୋକଙ୍କର ଏଟିଏମ ଓ ସିକ୍ରେଟ ପିନ୍ ମଧ୍ୟ ନାରାୟଣ ରଖି ନେଇଛି। ଏଥିରୁ ଅଧିକାଂଶ ହିତାଧିକାରି ଅଶିକ୍ଷିତ ଓ ଗରିବ ଶ୍ରେଣୀୟ ଲୋକ। ଫଳରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆସୁଥିବା କାଳିଆ ଯୋଜନା ହେଉକି କେନ୍ଦ୍ର ସରକାରଙ୍କ ଅନୁଦାନ କିମ୍ବା ମନରେଗାରେ ଆସୁଥିବା ଅର୍ଥ ସବୁ ହଡପ ହେଉଛି। ଗ୍ରାମବାସୀ ପ୍ରଥମେ ବ୍ୟାଙ୍କ ପରିଚାଳକ ଏବଂ ପରଜଙ୍ଗ ଥାନା ଓ ପରେ କାମାକ୍ଷାନଗର ଏସଡିପିଓଙ୍କ ନିକଟରେ ହାଜର ହୋଇଥିଲେ। କିନ୍ତୁ କେହି ତାଙ୍କ ଦୁଃଖ କେହି ବୁଝି ନ ଥିଲେ।

ବ୍ୟାଙ୍କ ଆକାଉଣ୍ଟଧାରି ଏବେ ଚିନ୍ତାରେ ପଡି ଯାଇଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଯାଇଥିବା ଟଙ୍କା କିପରି ଫେରିପାଇବେ। ପ୍ରତ୍ୟେକ ଆକାଉଣ୍ଟରୁ ୨୦୦୦ ରୁ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଆକାଉଣ୍ଟରୁ ଗାୟବ ହୋଇଯାଇଛି। ଶତାଧିକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଉଠୁଥିବା ଏହା କେବ ଜଣେ ଲୋକର ସଂପୃକ୍ତି ହୋଇ ନ ଥିବା ସନ୍ଦେହ ସୃଷ୍ଟି ହେଉଛି। ତେଣୁ ଏଥିରେ ବ୍ୟାଙ୍କ କର୍ମଚାରି ସଂପୃକ୍ତି ଥିବା ଅନୁମାନ କରାଯାଉଛି। ତେଣୁ ଏହାର ଏକ ଉଚ୍ଚସ୍ତରିଅ ତଦନ୍ତ ହେବାପାଇଁ ଦାବି ହେଉଛି। ଏନେଇ ହିତାଧିକାରୀମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ, ସେ କହିଛନ୍ତ  ତୁରନ୍ତ ଏହାର ତଦନ୍ତ କରି ଦୋଶି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠା ନିଆଯିବ। ଗରିବ ଖଟିଖିଆ ଲୋକଙ୍କ ଆକାଉଣ୍ଟରୁ ଅର୍ଥ ହଡପ ହୋଇଥିବା ଘଟଣାରେ କିପରି ତଦନ୍ତ ହେଉଛି ଏବଂ ହଡପ କାରିରଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠା ନିଆଯାଉଛି ଓ ହିତାଧିକାରୀ କେବେ ଅର୍ଥ ଫେରି ପାଉଛନ୍ତି ତାହାକୁ ହିଁ ଅପେକ୍ଷା ରହିଛି।

https://www.thesakala.in/latest-odisha-news/dhenkanal/allegations-of-money-laundering-from-a-bank-account/article-7953
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର