ଯାତ୍ରା ଦେଖି ଯାଇଥିବା ବେଳେ ଖୋଲା କୂଅରେ ପଡି ୧୨ ବର୍ଷ ବାଳକର ମୃତ୍ୟୁ

The Sakala Picture
Published On

କାମାକ୍ଷାନଗର: ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ । ସୂଚନା ଅନୁଯାୟୀ, ଗତକାଲି ଶୁଭମ ମାମୁଁ ଘରକୁ ନିଜ […]

କାମାକ୍ଷାନଗର: ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ ।

ସୂଚନା ଅନୁଯାୟୀ, ଗତକାଲି ଶୁଭମ ମାମୁଁ ଘରକୁ ନିଜ ପରିବାର ଲୋକଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିଶ୍ରା କରିବାକୁ ଆସିଥିବା ବେଳେ ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ । ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜା ଖୋଜି କରିଥିଲେ ମାତ୍ର ଶୁଭମଙ୍କ କୌଣସି ପତ୍ତା ପାଇନଥିଲେ । ଆଜି ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତ ଦେହ କୂଅରେ ଭାସୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କ ମୃତ ଦେହ କୂଅରୁ ଉଦ୍ଧାର କରାଯାଇଥିଲା । ଏ ନେଇ ଖବର ପାଇ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହ ଅଧିକ ତଦନ୍ତ ଜିରି ରଖିଛି । ଶୁଭମଙ୍କ ମୃତ୍ୟୁକୁ ନେଇ ମାମୁଁ ଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

24 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର