ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପ୍ରତି ବିଜେପିର ଅସହିଷ୍ଣୁତା ମନୋଭାବ: ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ଜବାବ ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ‘ଆୟୁଷ୍ମାନ ଭାରତ ଇନ୍ସୁରାନ୍ସ କିନ୍ତୁ ବିଏସ୍‌କେଓ୍ୱାଇ ହେଉଛି ଏସୁରାନ୍ସ,’

The Sakala Picture
Published On

ଭୁବନେଶ୍ୱର: ସ୍ବାସ୍ଥ୍ଯ କ୍ଷେତ୍ରରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈପ୍ଲବିକ ପରିବର୍ତ୍ତନ ଅଣିବାକୁ ଯାଉଥିବା ବେଳେ ଏହାକୁ ବିଜେପି ସହିପାରୁ ନାହିଁ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପ୍ରତି ବିଜେପିର ଅସହିଷ୍ଣୁତା ମନୋଭାବ ଦେଖିବାକୁ ମିଳିଛି। ରାଜ୍ୟବାସୀଙ୍କୁ ଉନ୍ନତ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପରେ ବିଚଳିତ ହୋଇପଡ଼ିଛି ବିଜେପି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତକୁ ଲାଗୁ କରିବା ପାଇଁ […]

ଭୁବନେଶ୍ୱର: ସ୍ବାସ୍ଥ୍ଯ କ୍ଷେତ୍ରରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବୈପ୍ଲବିକ ପରିବର୍ତ୍ତନ ଅଣିବାକୁ ଯାଉଥିବା ବେଳେ ଏହାକୁ ବିଜେପି ସହିପାରୁ ନାହିଁ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ପ୍ରତି ବିଜେପିର ଅସହିଷ୍ଣୁତା ମନୋଭାବ ଦେଖିବାକୁ ମିଳିଛି। ରାଜ୍ୟବାସୀଙ୍କୁ ଉନ୍ନତ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପରେ ବିଚଳିତ ହୋଇପଡ଼ିଛି ବିଜେପି । ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତକୁ ଲାଗୁ କରିବା ପାଇଁ ପୁଣି ଟ୍ୱିଟ କରି ଦାବି ଦୋହରାଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହେଲେ ରାଜ୍ୟ ସରକାରଙ୍କ BSKY କାର୍ଡ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ। ଏନେଇ ଧର୍ମେନ୍ଦ୍ରଙ୍କୁ ଟ୍ୱିଟ୍ କରି ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ।

ଆହୁରି ପଢ଼ନ୍ତୁ: ଦଶହରା ଉପଲକ୍ଷେ ଅକ୍ଟୋବର ୧୯ରୁ ୨୬ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

ଆହୁରି ପଢ଼ନ୍ତୁ: ସ୍ୟାଣ୍ଡ ଆନିମେଶନରେ ନବୀନଙ୍କୁ ଜନ୍ମଦିନ ଶୁଭେଚ୍ଛା, ପୁରୀରେ ସୁଦର୍ଶନ ବାଲୁକା କଳା ଅନୁଷ୍ଠାନର ନିଆରା ଉପହାର

 

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେବାର ଆଶଙ୍କା

ଧର୍ମେନ୍ଦ୍ରଙ୍କ ଟ୍ୱିଟର ଜବାବ ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ

ଧର୍ମେନ୍ଦ୍ରଙ୍କ ଟ୍ୱିଟରେ ପ୍ରତିକ୍ରୟା ଦେଇ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ଆୟୁଷ୍ମାନ ଭାରତର ହିତାଧିକାରୀ ୬୦ ଲକ୍ଷରେ ସୀମିତ।  କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ୯୬ ଲକ୍ଷ ପରିବାର। ଯାହା ପ୍ରାୟ ଶତ ପ୍ରତିଶତ। ଆୟୁଷ୍ମାନ ଭାରତର କଭରେଜ ସରକାରୀ ହସ୍ପିଟାଲ୍ ସମେତ ମାତ୍ର ୫ ଲକ୍ଷ ଟଙ୍କାରେ ସୀମିତ ରହୁଛି। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାରୀ ହସ୍ପିଟାଲରେ କୌଣସି ସୀମା ନାହିଁ। ଆୟୁଷ୍ମାନ ଭାରତରେ ନିର୍ଦ୍ଦିଷ୍ଟ ଭାବେ ମା’ମାନଙ୍କ କୌଣସି ସୁବିଧା ନଥିବା ବେଳେ, BSKYରେ ସ୍ୱତନ୍ତ୍ର ଭାବେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବ୍ୟବସ୍ଥା ରହିଛି।

ପ୍ରଣବ ଆହୁରି ଲେଖିଛନ୍ତି ଯେ ଆୟୁଷ୍ମାନରେ ଆପୋଲୋ, ଫର୍ଟିଜ ଭଳି ହସ୍ପିଟାଲ ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ  BSKYରେ ଆପୋଲୋ, ଫର୍ଟିଜ ସହ ପ୍ରାୟ ସମସ୍ତ ବଡ଼ ବଡ଼ ହସ୍ପିଟାଲ ଅନ୍ତର୍ଭୁକ୍ତ। ଆୟୁଷ୍ମାନ ଭାରତ ହେଉଛି ଏକ ଇନ୍ସୁରାନ୍ସ। କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏସୁରାନ୍ସ, ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଭରସା। ଆଜିଠି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ଯାୟରେ ମାଲକାନଗିରିରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର