ଜବତ ଗଂଜେଇକୁ ବେପାର କରୁଛି ଏସ୍‌ଟିଏଫ୍‌; ଅଡିଓ ଭାଇରାଲ୍‌

The Sakala Picture
Published On

ଦେବଗଡ଼: ବ୍ରାଉନସୁଗାର, ଗଂଜେଇ ଭଳି ବେଆଇନ ନିଶା କାରବାରକୁ ରାଜ୍ୟରୁ ମୂଳପୋଛ କରିବା ଦିଗରେ କାମ କରୁଥିବା ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିରୋଧରେ ସଂଗିନ୍‌ ଅଭିଯୋଗ ଆସିଛି। ଖୋଦ୍‌ ଏସ୍‌ଟିଏଫ୍‌ର ଅଧିକାରୀମାନେ ମାଫିଆଙ୍କ ସହ ମିଶି ଗଂଜେଇ ବେପାର କରୁଛନ୍ତି। ଜଣେ ଗଂଜେଇ ବେପାରୀ ଓ ଏସ୍‌ଟିଏଫ୍‌ ଅଧିକାରୀଙ୍କ ଫୋନ୍‌ ବାର୍ତ୍ତାଳାପରୁ ଏଭଳି ଏକ ସଂଗିନ୍‌ ଅଭିଯୋଗ ମୁଣ୍ଡ ଟେକିଛି। ସୂଚନାନୁଯାୟୀ, ଜଣେ ଖବରୀର ସୂଚନା ଆଧାରରେ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା […]

ଦେବଗଡ଼: ବ୍ରାଉନସୁଗାର, ଗଂଜେଇ ଭଳି ବେଆଇନ ନିଶା କାରବାରକୁ ରାଜ୍ୟରୁ ମୂଳପୋଛ କରିବା ଦିଗରେ କାମ କରୁଥିବା ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିରୋଧରେ ସଂଗିନ୍‌ ଅଭିଯୋଗ ଆସିଛି। ଖୋଦ୍‌ ଏସ୍‌ଟିଏଫ୍‌ର ଅଧିକାରୀମାନେ ମାଫିଆଙ୍କ ସହ ମିଶି ଗଂଜେଇ ବେପାର କରୁଛନ୍ତି। ଜଣେ ଗଂଜେଇ ବେପାରୀ ଓ ଏସ୍‌ଟିଏଫ୍‌ ଅଧିକାରୀଙ୍କ ଫୋନ୍‌ ବାର୍ତ୍ତାଳାପରୁ ଏଭଳି ଏକ ସଂଗିନ୍‌ ଅଭିଯୋଗ ମୁଣ୍ଡ ଟେକିଛି।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

ସୂଚନାନୁଯାୟୀ, ଜଣେ ଖବରୀର ସୂଚନା ଆଧାରରେ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ବଞ୍ଜାରି ଗ୍ରାମର ଆଶିଷ ବାରିକଙ୍କ ଏକ ଗୋଦାମରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଥିଲା। ଜବତ ଗଂଜେଇର ପରିମାଣ ଏସ୍‌ଟିଏଫ୍‌ ୧ ଟନ୍‌ ଦର୍ଶାଇଥିଲା। ଏହି ଘଟଣାରେ ଏସ୍‌ଟିଏଫ୍‌ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ବିଶ୍ୱନାଥପୁର ଗ୍ରାମର ଆଶିଷ ବାରିକ, ବରଗଡ଼ ଜିଲ୍ଲା ଟାଉନ୍‌ ଥାନା କେଶବନଗର ଅଞ୍ଚଳର ସୁବାସ ସିକଦାର, ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ରତନ କିଶୋର ସାହୁ ଓ ଛେଣ୍ଡିପଦା ଥାନା ତେଲିବଣୀ ଗ୍ରାମର ସମିତ ନାୟକଙ୍କୁ ଗିରଫ କରିଥିଲା। ତେବେ ଏହି ଚଢ଼ଉକୁ ନେଇ ଏବେ ଭାଇରାଲ ହେଉଥିବା ଏକ ଅଡିଓରେ ଅତି ସାଂଘାତିକ ଘଟଣା ଶୁଣିବାକୁ ମିଳିଛି। ଭାଇରାଲ ଅଡିଓରେ କୁହାଯାଉଛି ଯେ ଗଂଜେଇର ପରିମାଣ ୧ଟନ୍‌ରୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ପାଖାପାଖି ୭ କ୍ବିଣ୍ଟାଲ ଗଂଜେଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ହେରଫେର୍‌ କରିଦେଇଛନ୍ତି। ସେମାନେ ଉକ୍ତ ଗଂଜେଇକୁ ପୁଲିସ୍‌ ଗାଡ଼ିରେ ନେଇ ମାଫିଆଙ୍କୁ ଦେଇଛନ୍ତି। ଏପରିକି, ଏସ୍‌ଟିଏଫ୍‌କୁ ଖବର ଦେଇଥିବା ଅନୁଗୁଳ ବନ୍ତଳାର ଖବରୀ ବି ଜଣେ କୁଖ୍ୟାତ ଗଂଜେଇ ମାଫିଆ ବୋଲି ଭାଇରାଲ ଅଡିଓରେ ଶୁଣିବାକୁ ମିଳିଛି। ଏଥିରେ ଦିଲ୍ଲୀ ଅଞ୍ଚଳର ଅମିତ ନାମକ ଜଣେ ଯୁବକ ସମେତ ଅନୁଗୁଳର ଅନ୍ୟ ଦୁଇଜଣ ଯୁବକଙ୍କ ସଂପୃକ୍ତି ରହିଛି ବୋଲି ଜଣାଯାଇଛି। ଗଂଜେଇ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହେବାରୁ ଏହି ଅଡିଓକୁ ଜାଣିଶୁଣି ଭାଇରାଲ କରାଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ସୂଚନାଯୋଗ୍ୟ ॥େଯ, ଉକ୍ତ ଦିନ ଏସଟିଏଫ୍‌ ଡିଏସ୍‌‌ପି ସଚ୍ଚିଦାନନ୍ଦ ରଥଙ୍କ ନେତୃତ୍ୱରେ ଭୁବନେଶ୍ୱର ଏସଟିଏଫ୍‌ର ଡିଏସ୍‌ପି ଦେବାଶିଷ ଜେନା, ଇନ୍ସପେକ୍ଟର ସରିତା ବେଉରିଆ, ଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା, ଇନ୍ସପେକ୍ଟର ଅରୁଣ ନାୟକ ଏଏସ୍‌ଆଇ ଅଜୟ ଦାଶ, ଡ୍ରାଇଭର ଅପର୍ତ୍ତି ସ୍ୱାଇଁ ଓ ଅମିୟ ପ୍ରସାଦ ରାଉତରାୟ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭାଗୀୟ ଗୁପ୍ତଚର ସହ ବଞ୍ଜାରି ଗାଁରେ ପହଞ୍ଚି ଚଢ଼ଉ କରିଥିଲେ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

11 Nov 2024 By The Sakala

ଜବତ ଗଂଜେଇକୁ ବେପାର କରୁଛି ଏସ୍‌ଟିଏଫ୍‌; ଅଡିଓ ଭାଇରାଲ୍‌

ଦେବଗଡ଼: ବ୍ରାଉନସୁଗାର, ଗଂଜେଇ ଭଳି ବେଆଇନ ନିଶା କାରବାରକୁ ରାଜ୍ୟରୁ ମୂଳପୋଛ କରିବା ଦିଗରେ କାମ କରୁଥିବା ସ୍ବତନ୍ତ୍ର ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ବିରୋଧରେ ସଂଗିନ୍‌ ଅଭିଯୋଗ ଆସିଛି। ଖୋଦ୍‌ ଏସ୍‌ଟିଏଫ୍‌ର ଅଧିକାରୀମାନେ ମାଫିଆଙ୍କ ସହ ମିଶି ଗଂଜେଇ ବେପାର କରୁଛନ୍ତି। ଜଣେ ଗଂଜେଇ ବେପାରୀ ଓ ଏସ୍‌ଟିଏଫ୍‌ ଅଧିକାରୀଙ୍କ ଫୋନ୍‌ ବାର୍ତ୍ତାଳାପରୁ ଏଭଳି ଏକ ସଂଗିନ୍‌ ଅଭିଯୋଗ ମୁଣ୍ଡ ଟେକିଛି।

ସୂଚନାନୁଯାୟୀ, ଜଣେ ଖବରୀର ସୂଚନା ଆଧାରରେ ଗତ ୬ ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଧୀନ ବଞ୍ଜାରି ଗ୍ରାମର ଆଶିଷ ବାରିକଙ୍କ ଏକ ଗୋଦାମରୁ ବିପୁଳ ପରିମାଣର ଗଂଜେଇ ଜବତ ହୋଇଥିଲା। ଜବତ ଗଂଜେଇର ପରିମାଣ ଏସ୍‌ଟିଏଫ୍‌ ୧ ଟନ୍‌ ଦର୍ଶାଇଥିଲା। ଏହି ଘଟଣାରେ ଏସ୍‌ଟିଏଫ୍‌ ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନ ବିଶ୍ୱନାଥପୁର ଗ୍ରାମର ଆଶିଷ ବାରିକ, ବରଗଡ଼ ଜିଲ୍ଲା ଟାଉନ୍‌ ଥାନା କେଶବନଗର ଅଞ୍ଚଳର ସୁବାସ ସିକଦାର, ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ରତନ କିଶୋର ସାହୁ ଓ ଛେଣ୍ଡିପଦା ଥାନା ତେଲିବଣୀ ଗ୍ରାମର ସମିତ ନାୟକଙ୍କୁ ଗିରଫ କରିଥିଲା। ତେବେ ଏହି ଚଢ଼ଉକୁ ନେଇ ଏବେ ଭାଇରାଲ ହେଉଥିବା ଏକ ଅଡିଓରେ ଅତି ସାଂଘାତିକ ଘଟଣା ଶୁଣିବାକୁ ମିଳିଛି। ଭାଇରାଲ ଅଡିଓରେ କୁହାଯାଉଛି ଯେ ଗଂଜେଇର ପରିମାଣ ୧ଟନ୍‌ରୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ପାଖାପାଖି ୭ କ୍ବିଣ୍ଟାଲ ଗଂଜେଇ ଏସ୍‌ଟିଏଫ୍‌ର ଅଧିକାରୀମାନେ ହେରଫେର୍‌ କରିଦେଇଛନ୍ତି। ସେମାନେ ଉକ୍ତ ଗଂଜେଇକୁ ପୁଲିସ୍‌ ଗାଡ଼ିରେ ନେଇ ମାଫିଆଙ୍କୁ ଦେଇଛନ୍ତି। ଏପରିକି, ଏସ୍‌ଟିଏଫ୍‌କୁ ଖବର ଦେଇଥିବା ଅନୁଗୁଳ ବନ୍ତଳାର ଖବରୀ ବି ଜଣେ କୁଖ୍ୟାତ ଗଂଜେଇ ମାଫିଆ ବୋଲି ଭାଇରାଲ ଅଡିଓରେ ଶୁଣିବାକୁ ମିଳିଛି। ଏଥିରେ ଦିଲ୍ଲୀ ଅଞ୍ଚଳର ଅମିତ ନାମକ ଜଣେ ଯୁବକ ସମେତ ଅନୁଗୁଳର ଅନ୍ୟ ଦୁଇଜଣ ଯୁବକଙ୍କ ସଂପୃକ୍ତି ରହିଛି ବୋଲି ଜଣାଯାଇଛି। ଗଂଜେଇ ଟଙ୍କା ଭାଗବଣ୍ଟାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହେବାରୁ ଏହି ଅଡିଓକୁ ଜାଣିଶୁଣି ଭାଇରାଲ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ॥େଯ, ଉକ୍ତ ଦିନ ଏସଟିଏଫ୍‌ ଡିଏସ୍‌‌ପି ସଚ୍ଚିଦାନନ୍ଦ ରଥଙ୍କ ନେତୃତ୍ୱରେ ଭୁବନେଶ୍ୱର ଏସଟିଏଫ୍‌ର ଡିଏସ୍‌ପି ଦେବାଶିଷ ଜେନା, ଇନ୍ସପେକ୍ଟର ସରିତା ବେଉରିଆ, ଇନ୍ସପେକ୍ଟର ଜିତୁ ମୋହନ ବେଶ୍ରା, ଇନ୍ସପେକ୍ଟର ଅରୁଣ ନାୟକ ଏଏସ୍‌ଆଇ ଅଜୟ ଦାଶ, ଡ୍ରାଇଭର ଅପର୍ତ୍ତି ସ୍ୱାଇଁ ଓ ଅମିୟ ପ୍ରସାଦ ରାଉତରାୟ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭାଗୀୟ ଗୁପ୍ତଚର ସହ ବଞ୍ଜାରି ଗାଁରେ ପହଞ୍ଚି ଚଢ଼ଉ କରିଥିଲେ।

https://www.thesakala.in/latest-odisha-news/deogarh/stf-is-dealing-with-seized-marijuana-audio-viral/article-36478
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର