ସ୍ପଷ୍ଟ ଦିବାଲୋକରେ ଜିଲ୍ଲାରେ ଚାଲିଛି ଲଘୁ ଖଣିଜର ହରିଲୁଟ

The Sakala Picture
Published On

ଦେବଗଡ଼: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ। ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ନ ଆସି ବାଲି ଓ ପଥର ମାଫିଆଙ୍କ ସହ କୋଳାକୋଳି ହୋଇ ପିସି କାରବାରରେ ବ୍ୟସ୍ତ ଥିବା କାରଣରୁ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର […]

ଦେବଗଡ଼: ଦେବଗଡରେ ଖୁଲମଖୁଲା ଚାଲିଛି ଖଣିଲୁଟ। ସେ ବାଲିଘାଟ ହେଉ କି ପଥର କୁଆଁରୀ ବିନା ଲିଜ୍ ରେ ଲୁଟ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ଖଣି ଅଧିକାରୀ  ଅଫିସ ନ ଆସି ବାଲି ଓ ପଥର ମାଫିଆଙ୍କ ସହ କୋଳାକୋଳି ହୋଇ ପିସି କାରବାରରେ ବ୍ୟସ୍ତ ଥିବା କାରଣରୁ ସରକାର ପ୍ରତି ମାସରେ ଲକ୍ଷଲକ୍ଷ ଟଙ୍କାର ରାଜସ୍ବ କ୍ଷତି ସହୁଛନ୍ତି। ଦେବଗଡ଼ ଜିଲ୍ଲାର ଲଘୁ ଖଣିଜ ସମ୍ପଦ ତହସିଲ ବିଭାଗରୁ ଖଣି ବିଭାଗକୁ ସ୍ଥାନାନ୍ତର ପରଠାରୁ ଜିଲ୍ଲାରେ ଖୁଲମଖୁଲା ଲୁଟ ଚାଲିଛି। ଲଘୁ ଖଣିଜ ଦ୍ରବ୍ୟ ଲୁଟ ହେଉଥିଲେ ମଧ୍ୟ ନିଦାବିଷ୍ଣୁ ସାଜିଛି ଜିଲ୍ଲା ଖଣି ବିଭାଗ। ବିନା ଲିଜ୍ ପରିମିଟରେ ବଡ ବଡ଼ ପାହାଡ଼ରେ ବେଆଇନ ପଥର କୁଆଁରି ଖନନ କରି ପଥର ଲୁଟ ଚାଲିଛି। ହେଲେ ସବୁଜାଣି  ଜିଲ୍ଲା ଖଣି ଅଧିକାରୀ ଚୁପ୍ ବସିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ହେଲା, ଖଣି ଅଧିକାରୀଙ୍କ ବିନା ଜାଣତରେ ଏତେ ବଡ ଲୁଟ୍ ସମ୍ଭବ ନୁହେଁ, ଜିଲ୍ଲାର ରିଆମାଳ ତହସିଲ ଅଧିନସ୍ତ ଛତ୍ରିପିଟା ଓ ଧୀରମୁଣ୍ଡା ଦୁଇଟି ଦେବଗଡ଼ ଅନୁଗୁଳ ସୀମାନ୍ତ ବର୍ତ୍ତି ଗ୍ରାମରେ ଏକାଧିକ ପଥର କୁଆଁରୀ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ଅନୁଗୁଳ ଜିଲ୍ଲାର କେତେକ ମାଫିଆ ନକଲି କାଗଜ ପତ୍ର ସହାୟତାରେ ରିଆମାଳ ତହସିଲ ଅଞ୍ଚଳରୁ ବେଆଇନ ପଥର ଚୋରି କରି ମାଲାମାଲ ହେଉଥିବା ବେଳେ ଜିଲ୍ଲାରୁ କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଚଳିତ ଆର୍ଥିକ ବର୍ଷରେ ୯ଟି ବାଲିଘାଟ ମଧ୍ୟରୁ ୬ଟି ବାଲିଘାଟର ଟେଣ୍ଡର ସରିଥିଲେ ମଧ୍ୟ ୫ଟି ବାଲିଘାଟର ନିଲାମ ଅର୍ଥ ସରକାରଙ୍କ ରାଜକୋଷରେ ଏଯାଏଁ ଜମା ହୋଇପାରି ନଥିବାବେଳେ ଛତ୍ରିପିଟା ଓ ଧୀରମୁଣ୍ଡା ଅଞ୍ଚଳରୁ ପାହାଡ଼ କଟା ଦୃଶ୍ୟ ଯେକୌଣସି ପରିବେଶ ପ୍ରେମୀକୁ ବ୍ୟଥିତ କରିବ। ଉପରୋକ୍ତ ଗ୍ରାମରେ ପଥର ଉତ୍ତୋଳନ ପାଇଁ ଶହଶହ ଫୁଟ ଡ୍ରିଲ କରାଯାଇ ବ୍ଲାଷ୍ଟିଙ୍ଗ କରଯାଉଥିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଘର ଦ୍ୱାର ଦୋହଲି ଫାଟି ଯାଉଥିବା ବେଳେ ଜଙ୍ଗଲ ମଧ୍ୟ ନଷ୍ଟ ହେବାକୁ ବସିଲାଣି।
03 Nov 2024 By The Sakala

https://www.thesakala.in/latest-odisha-news/deogarh/mining-of-minor-minerals-is-going-on-in-the-district-in-clear-light/article-36295
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର