ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ, ୫ ବର୍ଷରେ ଗଲାଣି ୧୧୦୩ ଜଣଙ୍କ ଜୀବନ…

The Sakala Picture
Published On

ଭୁବନେଶ୍ବର: ଗୃହରେ ବଜ୍ରପାତ ଜନିତ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  ଦେଶରେ ଓଡ଼ିଶା ଏହି କ୍ଷେତ୍ରରେ ବହୁ ଆଗରେ ଅଛି। ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ୧୧୦୩ ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ହେଲେ ଓଡ଼ିଶା ଠାରୁ ପାଞ୍ଚ ଗୁଣ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏହା ୫୪୨। ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ହେଉଛି। ଖଣିଜ […]

ଭୁବନେଶ୍ବର: ଗୃହରେ ବଜ୍ରପାତ ଜନିତ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।  ଦେଶରେ ଓଡ଼ିଶା ଏହି କ୍ଷେତ୍ରରେ ବହୁ ଆଗରେ ଅଛି। ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ୧୧୦୩ ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ହେଲେ ଓଡ଼ିଶା ଠାରୁ ପାଞ୍ଚ ଗୁଣ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏହା ୫୪୨। ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ହେଉଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଖଣିଜ ରାଜ୍ୟରେ ଅଧିକ ବଜ୍ରପାତ ହୁଏ। କାରଣ ଖଣି ହେଉଛି ଗୁଡ଼ କାଣ୍ଡକ୍ଟର ଅଫ ଇଲେକ୍ଟ୍ରିସିଟି। ଏହାର ସ୍ଥାୟୀ ନିରାକରଣ ପାଇଁ ଏ ଯାଏଁ କୌଣସି ବ୍ୟବସ୍ଥା ନାହିଁ। ଏଥି ପାଇଁ ଗବେଷଣା ଚାଲିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବଜ୍ରପାତ ପ୍ରାକ ମୌସୁମୀ ଓ ମୌସୁମୀ ସମୟରେ ହୁଏ । ବାଦଲ ଓ ବାଦଲ ଭିତରେ ସଂଘର୍ଷ ଯୋଗୁଁ ଏହା ହୋଇଥାଏ । ସେ ସମୟରେ କେବଳ ଆଲୋକ ଓ ଶବ୍ଦ ହୁଏ। ହେଲେ କ୍ଷତି ହୁଏନି। ହେଲେ ଯେବେ ବାଦଲରୁ ପୃଥିବୀକୁ ମାଡ଼ ହୁଏ, ତାହା କ୍ଷତି ଆଣିଥାଏ। କାରଣ ବଜ୍ରପାତ ନେଗେଟିଭ ଇଲେକ୍ଟ୍ରିସିଟି ହୋଇଥିବା ବେଳେ ପୃଥିବୀ ପଜିଟିଭ ଇଲେକଟ୍ରିସିଟି। ନେଗେଟିଭ ଓ ପଜିଟିଭି ମିଶିଲେ ହିଁ ବିପଦ ଆଣେୟ ସେ ସମୟରେ ୩୦ ହାଜର ଡିଗ୍ରୀ ସେଲସିୟସରେ ତାପମାତ୍ରା ସୃଷ୍ଟି ହୋଇଥାଏ। ମୁଖ୍ୟତଃ ବିଲ ଓ ପାଣିରେ କାମ କରୁଥିବା ଲୋକ ବଜ୍ରପାତର ଶିକାର ହୁଅନ୍ତି। ୧.୪.୨୦୧୫ ରେ ବଜ୍ରପାତକୁ ରାଜ୍ୟ ସ୍ତରୀୟ ବିପର୍ଯୟ ଘୋଷଣା କରାଯାଇଛି। ରାଜ୍ୟସ୍ୱ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ବଜ୍ରପାତ ରୋକିବାକୁ ବ୍ୟାପକ ତାଳ ଗଛ ଲଗାଯିବ। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ୭କୋଟି ଟଙ୍କା ଦିଆଯାଇଛି। ସତର୍କ ଆପ ଜରିଆରେ ଲୋକଙ୍କୁ ବଜ୍ରପାତର ପ୍ରାକ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ବଜ୍ରପାତରେ ମାରୁଥିବା ଲୋକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦେବା ପାଇଁ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଗୃହରେ ଦାବି କରିଛନ୍ତି। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ଏହା ଜାତୀୟ ନୁହେଁ, ରାଜ୍ୟ ସ୍ତରୀୟ ବିପର୍ଯୟ। କେନ୍ଦ୍ର ସରକାର ଓଡ଼ିଶାକୁ ବିପର୍ଯୟ ପରିଚାଳନା ପାଇଁ ୨୩୦୦ କୋଟି ଦେଇଛନ୍ତି। ଏଥିରୁ ୨୦୦ କୋଟି କ୍ଷତିପୂରଣ ପାଇଁ ରଖାଯାଇଛି। କ୍ଷତିପୂରଣ ରାଶି ବୃଦ୍ଧିର ଆବଶ୍ୟକତା ଅନୁଭବ କରିଛନ୍ତି ରାଜସ୍ୱ ମନ୍ତ୍ରୀ। କେନ୍ଦ୍ର ପର୍ଯ୍ୟାପ୍ତ ଅର୍ଥ ଦେଉଥିବାରୁ ଏହାକୁ ପୁନର୍ବିଚାର କରି ପାଣ୍ଠି ଅନୁସାରେ ସହଯୋଗ ଦିଆଯିବା ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବଜ୍ରପାତର ପୂର୍ବାନୁମାନ କରିବା ନେଇ କୌଣସି ପ୍ରଣାଳୀ ନାହିଁୟ ଏହାର ଗବେଷଣା ଚାଲିଛି. ସମ୍ବଲପୁର ଓ ବାଲେଶ୍ୱରରେ ରାଡାର ଲଗାଇବାକୁ କାମ ଚାଲିଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର