ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

The Sakala Picture
Published On

ଭଂଜନଗର : ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଏପରି ଘଟଣା ଘଟିଛି ଗଂଜାମର ଭଂଜନଗର ଅଂଚଳରେ । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି । ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ […]

ଭଂଜନଗର : ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଏପରି ଘଟଣା ଘଟିଛି ଗଂଜାମର ଭଂଜନଗର ଅଂଚଳରେ । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ କଟକରେ ଆଲର୍ଟ: ସମସ୍ତ ସ୍କୁଲ ବନ୍ଦ, ପ୍ରସ୍ତୁତ ରହିଛି ୩୦୦ ଆଶ୍ରୟସ୍ଥଳୀ

ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇଥିଲା । ତେବେ ସେ ୪-୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ।

ଆହୁରି ପଢ଼ନ୍ତୁ: ଶ୍ରମିକ ଯୋଗାଣକାରୀ ୬ଟି ରାଜ୍ୟ ମଧ୍ୟରେ ଓଡ଼ିଶା, ସନ୍ଦେହରେ ରାଜ୍ୟରେ ଶିଳ୍ପ ସ୍ଥାପନ ଓ ନିବେଶ ସଂକ୍ରାନ୍ତ ଦାବି

ସୂଚନା ଅନୁସାରେ ଜେ. ଅନିତା ଗ୍ରାମୀଣ ବିକାଶ ବିଭାଗରେ ଜୁନିଅର ଇଂଜିନିଅର ଭାବେ କାମ କରୁଥିଲେ । ତାଙ୍କ ପରିବାର ବ୍ରହ୍ମପୁରରେ ରହୁଥିବା ବେଳେ ସେ ଭଂଜନଗରରେ ଭଡାଘରେ ଏକୁଟିଆ ରହିଆସୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଲନଖରା ଡେପୁଟି ଫରେଷ୍ଟ ରେଞ୍ଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର