ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

The Sakala Picture
Published On

ଭଂଜନଗର : ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଏପରି ଘଟଣା ଘଟିଛି ଗଂଜାମର ଭଂଜନଗର ଅଂଚଳରେ । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି । ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ […]

ଭଂଜନଗର : ବନ୍ଦ ଘରୁ ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ। ଏପରି ଘଟଣା ଘଟିଛି ଗଂଜାମର ଭଂଜନଗର ଅଂଚଳରେ । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ଗଳିତ ମୃତଦେହ ଉଦ୍ଧାର କରିଛି। ତେବେ ମୃତକଙ୍କ ନାଁ ଜେ. ଅନିତା ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗା ଯାଇଥିଲା । ତେବେ ସେ ୪-୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସୂଚନା ଅନୁସାରେ ଜେ. ଅନିତା ଗ୍ରାମୀଣ ବିକାଶ ବିଭାଗରେ ଜୁନିଅର ଇଂଜିନିଅର ଭାବେ କାମ କରୁଥିଲେ । ତାଙ୍କ ପରିବାର ବ୍ରହ୍ମପୁରରେ ରହୁଥିବା ବେଳେ ସେ ଭଂଜନଗରରେ ଭଡାଘରେ ଏକୁଟିଆ ରହିଆସୁଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର