ନୂଆ ତରିକାରେ ଲୁଟୁଛନ୍ତି ସାଇବର ଠକ : କେବେ ମିଛ ପୁଲିସ ଅଫିସର ହୋଇ ତ କେବେ ନକଲି ଟ୍ରାଫିକ ଚାଲାଣ ପଠାଇ
କଟକ : ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସତ୍ତ୍ବେ ଲୋକେ ଅଜାଣତରେ ବି ସାଇବର ଲୁଟେରାଙ୍କ ଠକେଇ ଜାଲରେ ପଡିଆସୁଛନ୍ତି । ଏବେ ସାବର ଅପରାଧି ମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ମୋବାଇଲକୁ ନକଲି ଟ୍ରାଫିକ ଚାଲାଣ ମେସେଜ ମାନ ପଠାଇ ସାଇବର ଅପରାଧି ମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି । ଲୋକେ ଟ୍ରାଫିକ ଚାଲାଣ କଟିଥିବା ଭାବି ଏହି ଲିଙ୍କରେ କ୍ଲିକ କରିବା କ୍ଷଣି ସେମାନଙ୍କ ଆକାଉଣ୍ଟ ହ୍ୟାକ ହେଉଛି […]
କଟକ : ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସତ୍ତ୍ବେ ଲୋକେ ଅଜାଣତରେ ବି ସାଇବର ଲୁଟେରାଙ୍କ ଠକେଇ ଜାଲରେ ପଡିଆସୁଛନ୍ତି । ଏବେ ସାବର ଅପରାଧି ମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ମୋବାଇଲକୁ ନକଲି ଟ୍ରାଫିକ ଚାଲାଣ ମେସେଜ ମାନ ପଠାଇ ସାଇବର ଅପରାଧି ମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି । ଲୋକେ ଟ୍ରାଫିକ ଚାଲାଣ କଟିଥିବା ଭାବି ଏହି ଲିଙ୍କରେ କ୍ଲିକ କରିବା କ୍ଷଣି ସେମାନଙ୍କ ଆକାଉଣ୍ଟ ହ୍ୟାକ ହେଉଛି । ଏହି ଇ-ଚାଲାଣ ଠକେଇ ଏବେ କେତେକ ରାଜ୍ୟରେ ଦୃଷ୍ଟିଗୋଚର ହୋଇଥିବା ବେଳେ ଓଡିଶା ପୁଲିସ ଏ ନେଇ ସତର୍କ ସୂଚନା ଜାରି କରିଛି ।
Cyber Scam Alert pic.twitter.com/LDdAQ3ZGpW
— COMMISSIONERATE POLICE (@cpbbsrctc) April 19, 2024
ସାଇବର ଠକମାନେ ଓଭର ସ୍ପିଡିଙ୍ଗରେ ଟଙ୍କା କଟିଛି କହି ଗାଡ଼ି ଚାଳକଙ୍କ ପାଖକୁ ଲିଙ୍କ ପଠାଉଛନ୍ତି ଏବଂ ଲିଙ୍କରେ କ୍ଲିକ୍ କରିବା ମାତ୍ରକେ ଖାଲି ହୋଇଯାଉଛି ଆକାଉଣ୍ଟ । ଏନେଇ ଲୋକଙ୍କୁ ସତର୍କ କରାଇଛି କମିଶନରେଟ୍ ପୁଲିସ । ଠକ୍ ପଠାଉଥିବା ଲିଙ୍କ୍ରେ ଫଟୋ ଦେଖାଇ ଲାଲ୍ ରଙ୍ଗର ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଇଛି।
ସାବଧାନତା ହିଁ ଆପଣଙ୍କ ପରିଚୟ III#cybercopodisha #cybersafeodisha #OdishaPolice pic.twitter.com/udSCT5w56Q
— Cybercop Odisha (@cybercopodisha) April 19, 2024
ସେହିପରି ପୁଲିସ ଅଫିସର ପରିଚୟ ଦେଇ ଲୋକଙ୍କୁ ମିଥ୍ୟା ଅପରାଧରେ ଫସାଇ ଦେବା ଆଳରେ ମଧ୍ୟ ଫୋନ କରି ଟଙ୍କା ମାଗୁଛନ୍ତି ସାଇବର ଅପରାଧି । ପାର୍ଟ ଟାଇମ ଜବ ନାଁରେ ଠକୁଥିବା ସାଇବର ଅପରାଧିଙ୍କ ରାକେଟ ଏବେ ବି ରାଜ୍ୟରେ ସକ୍ରିୟ ଥିବା ମଧ୍ୟ ଜଣାପଡିଛି । ଅପରାଧି ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ନକଲି ୱେବସାଇଟର ପ୍ରମୋସନ କରାଇ ଆସୁଛନ୍ତି । ମାଳମାଳ ନକଲି ୱେବସାଇଟ ଓ ଆପ୍ଲିକେସନ ଜରିଆରେ ସାଇବର ଅପରାଧି ମାନେ ସହଜରେ ଲୋକଙ୍କୁ ଠକିବାରେ ସକ୍ଷମ ହେଉଛନ୍ତି। ଏହି ନକଲି ୱେବସାଇଟ ଓ ଅସଲି ୱେବସାଇଟର ହୋମପେଜରେ ସାମଞ୍ଜସ୍ୟ ରହୁଛି । କିନ୍ତୁ ଏହାର ଲିଙ୍କକୁ ନପରଖି ସାଧାରଣ ଲୋକେ ଅସଲି ଭାବି କ୍ଲିକ କରୁଥିବା ଦେଖାଯାଉଛି ।
QR codes can redirect to fake websites or authorise a payment or transfer money to a scammer…#cybercopodisha #cybersafeodisha #OdishaPolice pic.twitter.com/wpTjssG2Sf
— Cybercop Odisha (@cybercopodisha) April 17, 2024
ଦିନକୁ ଦିନ ଏହି ଅପରାଧ ବଢିବାରେ ଲାଗିଛି। ବୈଷୟିକ ଜ୍ଞାନକୌଶଳର ବିକାଶ ଘଟୁଥିବା ବେଳେ ସାଇବର ଅପରାଧର ତରିକା ମଧ୍ୟ ବଦଳିବାରେ ଲାଗିଛି । ଫେକ୍ ୱେବସାଇଟ ଦ୍ୱାରା ଠକେଇ କ୍ରାଇମବ୍ରାଞ୍ଚ ପାଇଁ ଏକ ଆହ୍ୱାନ ହୋଇଛି । ବିଗତ ୫ବର୍ଷ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ୱେବସାଇଟକୁ ନକଲ ବା କ୍ଲୋନିଂ କରାଯାଇ ଠକେଇ ଘଟଣା ମଧ୍ୟ ପଦାକୁ ଆସିଛି । ହେଲେ ଏହାର ମୂଳ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପହଞ୍ଚିବାକୁ ସକ୍ଷମ ହେଉନାହିଁ । ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ ଠକେଇ ପୂର୍ବରୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ହେଉଛି ବୁଦ୍ଧିମତାର ପରିଚୟ ।