ରାସ୍ତାରେ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ
କଟକ: ରାସ୍ତାରେ ପାଠ ପଢ଼ିଲେ ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରଛାତ୍ରୀ ରାସ୍ତାରେ ବସି ପଢ଼ିଛନ୍ତି। ଅଧ୍ୟାପକ ମଧ୍ୟ ରାସ୍ତାରେ ବସି ଛାତ୍ରଛାତ୍ରୀଙ୍କୁ ପଢ଼ାଇଛନ୍ତି। କ୍ଲାସରୁମ୍ ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ଦାବି କରିଛନ୍ତି। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ: ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ.....





