କଟକ ପାଇଁ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି: ଖର୍ଚ୍ଚ ହେଲାଣି ୨୪ କୋଟି, ସୁଧୁରୁନି ସହରର ସ୍ଥିତି

Madhusudan Das Picture
Published On

କଟକ: ଏବେ ଦିଲ୍ଲୀ ପ୍ରଦୂଷଣ ଦେଶରେ ଚିନ୍ତାଜନକ ହୋଇଥିବା ବେଳେ କଟକ ପାଇଁ ମଧ୍ୟ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି ବାଜିଲାଣି। ଶୀତ ଋତୁରେ ପ୍ରଦୂଷଣ ସ୍ତର ସୀମା ଅତିକ୍ରମ କରିଥିବା ବେଳେ ଧୂଳି ଓ ଯାନବାହନ ଧୂଆଁ ପାଇଁ ସହରର ବାୟୁ ପ୍ରଦୂଷଣ ବେଶୀ ହେଉଥିବା କୁହାଯାଉଛି। ଅନ୍ୟପଟରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କଟକ ସହରରେ ବିଗତ ୬ବର୍ଷ ମଧ୍ୟରେ ୨୪କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ଏହାର ସୁଫଳ ମିଳିପାରିନି। ଆସନ୍ତା ୨୦୨୬ରେ କଟକ ସହରକୁ ବାୟୁ ପ୍ରଦୂଷଣମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ମଧ୍ୟ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ନେଇ ସତର୍କ କରି ଆସିଥିବାର ନଜିର ରହିଛି। 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ରାଜ୍ୟର ଯେଉଁ କେତେଗୋଟି ସହରରେ ବାୟୁ ପ୍ରଦୂଷଣ ସ୍ଥିତି ସଂଗୀନ ରହିଛି ସେଥିମଧ୍ୟରେ କଟକ ସହର ସ୍ଥାନିତ ହୋଇଛି। ନୂତନ ମାନଦଣ୍ଡ ଅନୁସାରେ ପିଏମ ୨.୫ ଓ ପିଏମ ୧୦ର ସ୍ତର କମାଇ ଦିଆଯାଇଛି। ଏହି ସ୍ଥିତିରୁ ସୁଧାରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଇତିମଧ୍ୟରେ ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସହରରେ ବାୟୁ ପ୍ରଦୂଷଣ ବଢିଚାଲିଛି। ସହରର ବାଦାମବାଡ଼ିରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁସାରେ କଟକ ସହରରେ ନାଇଟ୍ରୋଜେନ ଡାଇଆକ୍‌ସାଇଡକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି କାରଣ ସର୍ବାଧିକ ପ୍ରଦୂଷଣ ଯାନବାହନ ଜନିତ ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ଯାନବାହନ ଓ ନିର୍ମାଣ କାର୍ଯ୍ୟ ଦ୍ୱାରା ସହରର ବାୟୁ ପ୍ରଦୂଷଣ ଅଧିକ ହେବାରେ ଲାଗିଛି। କଟକ ସହରରେ ପିଏମ ୧୦ ଆଧାରରେ ୬୦ ଓ ପିଏମ୨.୫ଆଧାରରେ ୪୦ ରହିବା କଥା; ହେଲେ ଏହା ଅଧିକ ରହିଆସୁଛି। ସହରର ୪ଟି ସ୍ଥାନରେ ବାୟୁ ପ୍ରଦୂଷଣ ଯାଞ୍ଚ କରାଯାଉଛି। ବ୍ୟସ୍ତବହୁଳ ବାଦାମବାଡି, ଲିଙ୍କରୋଡ ଓ ବାରବାଟୀ ଷ୍ଟାଡିୟମ, ସିଡିଏ ନିକଟରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ବେଧଡକ ବାଲି ପରିବହନ ପାଇଁ ସହରର ଅଧିକାଂଶ ରାସ୍ତାଘାଟରେ ଏବେ ବାଲିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳୁଛି। ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଏମସିକୁ ଗତ ୬ବର୍ଷରେ ୨୪କୋଟି  ଟଙ୍କା ଦିଆଯାଇଥିବା ଜଣାପଡିଛି। ଯାନ୍ତ୍ରିକ ସଫେଇ ଦ୍ୱାରା ସହରର ରାସ୍ତାଘାଟକୁ ଧୂଳିବାଲିରୁ ମୁକ୍ତ ରଖିବା ଯୋଜନା ଫଳପ୍ରଦ ହୋଇନାହିଁ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ଆଡୁ ମାମଲା କରି ନିୟମ ଉଲ୍ଲଘଂନ କ୍ଷେତ୍ରରେ ନୋଟିସ ଜାରି କରିବା ଉପରେ ନିକଟରେ ଓଡିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାଁଭାଁ ନୋଟିସ କରିଥିବା ଜଣାପଡିଛି। ୨୦୧୯ ମସିହା ଅଗଷ୍ଟ ମାସ ପରେ ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ପ୍ରମାଣ ପତ୍ରକୁ କଡାକଡି କରିବା ପାଇଁ ସବୁ ଆରଟିଓଙ୍କୁ ଚିଠି ହୋଇଥିଲା। ୨୦୨୦ ଜାନୁଆରୀ ମାସରୁ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବହୁ ଗାଡି ରାସ୍ତାରେ ଚଳାଚଳ କରିବା ପାଇଁ ପ୍ରଦୂଷଣ ଦୃଷ୍ଟିକୋଣରୁ ଅଯୋଗ୍ୟ ଥିଲେ ମଧ୍ୟ ଏଗୁଡିକ ବେଧଡକ ଗଡୁଛି। 

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

29 Nov 2025 By Madhusudan Das

କଟକ ପାଇଁ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି: ଖର୍ଚ୍ଚ ହେଲାଣି ୨୪ କୋଟି, ସୁଧୁରୁନି ସହରର ସ୍ଥିତି

କଟକ: ଏବେ ଦିଲ୍ଲୀ ପ୍ରଦୂଷଣ ଦେଶରେ ଚିନ୍ତାଜନକ ହୋଇଥିବା ବେଳେ କଟକ ପାଇଁ ମଧ୍ୟ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି ବାଜିଲାଣି। ଶୀତ ଋତୁରେ ପ୍ରଦୂଷଣ ସ୍ତର ସୀମା ଅତିକ୍ରମ କରିଥିବା ବେଳେ ଧୂଳି ଓ ଯାନବାହନ ଧୂଆଁ ପାଇଁ ସହରର ବାୟୁ ପ୍ରଦୂଷଣ ବେଶୀ ହେଉଥିବା କୁହାଯାଉଛି। ଅନ୍ୟପଟରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କଟକ ସହରରେ ବିଗତ ୬ବର୍ଷ ମଧ୍ୟରେ ୨୪କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ଏହାର ସୁଫଳ ମିଳିପାରିନି। ଆସନ୍ତା ୨୦୨୬ରେ କଟକ ସହରକୁ ବାୟୁ ପ୍ରଦୂଷଣମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ମଧ୍ୟ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ନେଇ ସତର୍କ କରି ଆସିଥିବାର ନଜିର ରହିଛି। 

ରାଜ୍ୟର ଯେଉଁ କେତେଗୋଟି ସହରରେ ବାୟୁ ପ୍ରଦୂଷଣ ସ୍ଥିତି ସଂଗୀନ ରହିଛି ସେଥିମଧ୍ୟରେ କଟକ ସହର ସ୍ଥାନିତ ହୋଇଛି। ନୂତନ ମାନଦଣ୍ଡ ଅନୁସାରେ ପିଏମ ୨.୫ ଓ ପିଏମ ୧୦ର ସ୍ତର କମାଇ ଦିଆଯାଇଛି। ଏହି ସ୍ଥିତିରୁ ସୁଧାରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଇତିମଧ୍ୟରେ ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସହରରେ ବାୟୁ ପ୍ରଦୂଷଣ ବଢିଚାଲିଛି। ସହରର ବାଦାମବାଡ଼ିରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁସାରେ କଟକ ସହରରେ ନାଇଟ୍ରୋଜେନ ଡାଇଆକ୍‌ସାଇଡକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି କାରଣ ସର୍ବାଧିକ ପ୍ରଦୂଷଣ ଯାନବାହନ ଜନିତ ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ଯାନବାହନ ଓ ନିର୍ମାଣ କାର୍ଯ୍ୟ ଦ୍ୱାରା ସହରର ବାୟୁ ପ୍ରଦୂଷଣ ଅଧିକ ହେବାରେ ଲାଗିଛି। କଟକ ସହରରେ ପିଏମ ୧୦ ଆଧାରରେ ୬୦ ଓ ପିଏମ୨.୫ଆଧାରରେ ୪୦ ରହିବା କଥା; ହେଲେ ଏହା ଅଧିକ ରହିଆସୁଛି। ସହରର ୪ଟି ସ୍ଥାନରେ ବାୟୁ ପ୍ରଦୂଷଣ ଯାଞ୍ଚ କରାଯାଉଛି। ବ୍ୟସ୍ତବହୁଳ ବାଦାମବାଡି, ଲିଙ୍କରୋଡ ଓ ବାରବାଟୀ ଷ୍ଟାଡିୟମ, ସିଡିଏ ନିକଟରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି। 

ବେଧଡକ ବାଲି ପରିବହନ ପାଇଁ ସହରର ଅଧିକାଂଶ ରାସ୍ତାଘାଟରେ ଏବେ ବାଲିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳୁଛି। ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଏମସିକୁ ଗତ ୬ବର୍ଷରେ ୨୪କୋଟି  ଟଙ୍କା ଦିଆଯାଇଥିବା ଜଣାପଡିଛି। ଯାନ୍ତ୍ରିକ ସଫେଇ ଦ୍ୱାରା ସହରର ରାସ୍ତାଘାଟକୁ ଧୂଳିବାଲିରୁ ମୁକ୍ତ ରଖିବା ଯୋଜନା ଫଳପ୍ରଦ ହୋଇନାହିଁ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ଆଡୁ ମାମଲା କରି ନିୟମ ଉଲ୍ଲଘଂନ କ୍ଷେତ୍ରରେ ନୋଟିସ ଜାରି କରିବା ଉପରେ ନିକଟରେ ଓଡିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାଁଭାଁ ନୋଟିସ କରିଥିବା ଜଣାପଡିଛି। ୨୦୧୯ ମସିହା ଅଗଷ୍ଟ ମାସ ପରେ ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ପ୍ରମାଣ ପତ୍ରକୁ କଡାକଡି କରିବା ପାଇଁ ସବୁ ଆରଟିଓଙ୍କୁ ଚିଠି ହୋଇଥିଲା। ୨୦୨୦ ଜାନୁଆରୀ ମାସରୁ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବହୁ ଗାଡି ରାସ୍ତାରେ ଚଳାଚଳ କରିବା ପାଇଁ ପ୍ରଦୂଷଣ ଦୃଷ୍ଟିକୋଣରୁ ଅଯୋଗ୍ୟ ଥିଲେ ମଧ୍ୟ ଏଗୁଡିକ ବେଧଡକ ଗଡୁଛି। 

https://www.thesakala.in/latest-odisha-news/cuttack/air-pollution-warning-to-cuttack-city/article-43331
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର