ମନୋରଞ୍ଜନ
ଓଡ଼ିଶା
ଗିରଫ ହେଲେ କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି; ରେଡ୍ ବେଳେ ଟଙ୍କାର ପାହାଡ଼ ଦେଖି ଭିଜିଲାନ୍ସ ତଟକା
କଟକ: ଗିରଫ ହେଲେ କୁବେର ଖଣି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ରେଡ୍ ବେଳେ ଖଣି ବାବୁଙ୍କ ଘରୁ ମିଳିଛି ଟଙ୍କାର ଖଣି । ଆଖି ଝଲସିଗଲା ଭଳି ଜବତ ହୋଇଛି ନଗଦ ଟଙ୍କା । ଘରୁ ମିଳିଛି ୪ କୋଟିରୁ ଅଧିକ ନଗଦ କ୍ୟାସ୍। ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ କରିଛି ବିଭାଗ । ଏଥିସହ ତାଙ୍କ ଅଫିସ୍ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଟଙ୍କା ସହ ୧୩୦ ଗ୍ରାମ୍ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।ଭୁବନେଶ୍ବର ପାହାଳରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା ଘର ମଧ୍ୟ ରହିଛି । ଏବେବି ବାବୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ଆକଳନ କରୁଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବାରୁ ଆହୁରି ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇପାରେ ବୋଲି ଅନୁମାନ କରୁଛି ଭିଜିଲାନ୍ସ ବିଭାଗ ।
ସୂଚନାଯୋଗ୍ୟ, ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ କୋଇଲା ଡିପୋକୁ ସୁରୁଖୁରୁରେ ଚଳାଇବା ଏବଂ କୋଇଲା ପରିବହନ ପାଇଁ ଅନୁମତି ପ୍ରଦାନ କରିବା ବଦଳରେ ଶ୍ରୀ ମହାନ୍ତି ୩୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ୟବସାୟୀ ଭିଜିଲାନ୍ସକୁ ଜଣାଇଥିଲେ । ଗତକାଲି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।





