ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ: ପରିବହନ ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରିବହନ ବିଭାଗରେ ଚାଲୁଥିବା ଗାଡିର ନାହିଁ ପ୍ରଦୂଷଣ ପ୍ରମାଣପତ୍ର । ବିନା PUCC ରେ ଗଡୁଛି ମାଳ ମାଳ ଗାଡ଼ି । ଆଜି ବିଧାନସଭାର ଏକ ଅଣତାରକା ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସରକାରଙ୍କ ନିଜସ୍ୱ ଓ ଭଡ଼ାରେ ପରିବହନ ବିଭାଗରେ ଚାଲୁଛି ୨୪୨ଟି ଗାଡ଼ି। ଏସବୁ ଗାଡ଼ିର ପ୍ରଦୂଷଣ ପ୍ରମାଣ ପତ୍ର ବା PUCC ଗତ ଡିସେମ୍ବର ୨୨ ତାରିଖରୁ ସରିଗଲାଣି। ସେପଟେ ରାଜ୍ୟରେ ଗଡ଼ୁଥିବା ସ୍କୁଲ ଅଧିକାଂଶ ସ୍କୁଲ ବସ ଗୁଡ଼ିକର ଫିଟନେସ ସରିଗଲାଣି। ତଥାପି ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ ବିନା ଫିଟନେସ ପ୍ରମାଣ ପତ୍ରରେ ଗାଡ଼ି ଚଳାଉଛନ୍ତି। ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ଯେଉଁ ଗାଡ଼ିର ଫିଟନେସ ନାହିଁ ତା ଉପରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସ୍କୁଲ ବସର ଫିଟନେସ ଓ PUCC ଆବଶ୍ୟକ । ଏସବୁର ଯାଞ୍ଚ ହେବ । କିଛି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି । ବାରମ୍ବାର ଅମାନିଆ ହେଲେ ସେହି ଗାଡିଗୁଡିକର RC ବାତିଲ ହେବ ବୋଲି ମନ୍ତ୍ରୀ ସଚେତନ କରାଇଦେଇଛନ୍ତି । ତେବେ ଡେଡଲାଇନ ଦେଲେ ଲୋକଙ୍କୁ ବାଧୁଛି ବୋଲି ଡେଡଲାଇନ ଦିଆଯାଉନି ବୋଲି ମନ୍ତ୍ରୀ କଟାକ୍ଷ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଜଟିଳ ମେରୁଦଣ୍ଡ ରୋଗରେ ପୀଡ଼ିତ ୩ ବର୍ଷର ଶିଶୁ ସୁସ୍ଥ , ନୂଆ ଜୀବନ ଦେଲା ମଣିପାଲ ହସ୍ପିଟାଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp