ଭାରତରେ ୨୬/୧୧ ଭଳି ଆକ୍ରମଣ ପାଇଁ ଲସ୍କରର ଧମକ, ଟାର୍ଗେଟରେ ଅଯୋଧ୍ୟା ଭଳି ପ୍ରମୁଖ ହିନ୍ଦୁ ଧାର୍ମିକ ସ୍ଥଳ

Madhusudan Das Picture
Published On

ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ପୁଣି ଥରେ ଭାରତ ବିରୋଧରେ ଏକ ବଡ଼ ଷଡଯନ୍ତ୍ର ରଚୁଥିବା ଜଣାପଡ଼ିଛି। ୨୦୦୮ ମୁମ୍ବାଇ ଆକ୍ରମଣର ଭୟାବହତାକୁ ମନେ ପକାଇ ଏହି ସଂଗଠନ ପୁଣି ଥରେ ସମୁଦ୍ର ପଥ ଦେଇ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି। ସଦ୍ୟ ପ୍ରକାଶିତ ଏକ ଭିଡିଓରେ ଲସ୍କରର ଡେପୁଟି ଚିଫ୍ ସୈଫୁଲ୍ଲା କସୁରୀ ଖୋଲାଖୋଲି ଭାବେ ଭାରତକୁ ଚେତାବନୀ ଦେବା ସହ ୨୦୨୬ ମସିହାରେ ସମୁଦ୍ର ଉପରେ ‘ରାଜ୍’ କରିବା କଥା କହିଛି ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, କସୁରୀ ଦାବି କରିଛି ଯେ ପାକିସ୍ତାନ ୨୦୨୫ରେ ଆକାଶ ପଥରେ ନିଜର ଶକ୍ତି ଦେଖାଇଥିଲା ଏବଂ ୨୦୨୬ରେ ସମୁଦ୍ର ପଥରେ ମଧ୍ୟ ସମାନ ଦବଦବା ରହିବ। ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ମତରେ, ଏହି ମନ୍ତବ୍ୟ ୨୬/୧୧ ଆକ୍ରମଣ ପରି ସମୁଦ୍ର ପଥ ଦେଇ ଆତଙ୍କବାଦୀ ଅନୁପ୍ରବେଶର ଏକ ପୂର୍ବ ସୂଚନା ହୋଇପାରେ, ଯାହାକୁ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏପ୍ରିଲ ୨୨, ୨୦୨୫ରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛି ସୈଫୁଲ୍ଲା କସୁରୀ। ଏହାର କଡ଼ା ଜବାବ ଦେଇ ଭାରତ ମେ ୨୦୨୫ରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅପରେସନ୍ ଅଧୀନରେ ପାକିସ୍ତାନର ମୁରିଦକେ ଏବଂ ବାହାୱାଲପୁରରେ ଥିବା ଲସ୍କରର ଆତଙ୍କୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଭାରତୀୟ ସେନାର ଏହି କାର୍ଯ୍ୟାନୁଷ୍ଠାନ ପରେ କସୁରୀ ବିଚଳିତ ହୋଇପଡିଥିବା ଭିଡିଓରୁ ସ୍ପଷ୍ଟ ବାରି ହେଉଛି ଏବଂ ସେ ନିଜ ସଂଗଠନର ମନୋବଳ ବଢାଇବା ପାଇଁ ଏଭଳି ପ୍ରଚାର କରୁଛି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଭିଡିଓରେ କସୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଧମକ ଦେବା ସହ ଭାରତ ବିରୋଧରେ ‘ଜଳ ଆତଙ୍କବାଦ’ (Water Terrorism)ର ଅଭିଯୋଗ ଆଣିଛି। ଏହା ସହିତ ସେ ଅଯୋଧ୍ୟା ଭଳି ଭାରତର ପ୍ରମୁଖ ହିନ୍ଦୁ ଧାର୍ମିକ ସ୍ଥଳଗୁଡିକୁ ଟାର୍ଗେଟ କରିବା ନେଇ ମଧ୍ୟ ଇଙ୍ଗିତ ଦେଇଛି, ଯାହା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର ବୋଲି କୁହାଯାଉଛି। କସୁରୀ ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ, ତାଙ୍କ ସଂଗଠନ ପାକିସ୍ତାନ ସେନା ସହ ମିଶି କାମ କରୁଛି। ଏହି ଧମକ ପରେ ଭାରତର ପଶ୍ଚିମ ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର