ମନୋରଞ୍ଜନ
ଓଡ଼ିଶା
ହତ୍ୟାକାରୀ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ, ୧୫ ବର୍ଷ ପରେ ରାୟ ଶୁଣାଇଲେ ଭୁବନେଶ୍ୱର କୋର୍ଟ
ଭୁବନେଶ୍ୱର: ହତ୍ୟାକାରୀ ପ୍ରେମିକକୁ ଆଜୀବନ କାରାଦଣ୍ଡ । ୧୫ ବର୍ଷ ପରେ ରାୟ ଶୁଣାଇଲେ ଏଡିଜେ ୪ ଭୁବନେଶ୍ୱର କୋର୍ଟ। ଅଭିଯୁକ୍ତ ରାଜେଶ କୁମାର ସେଠୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଲେ ମାନ୍ୟବର କୋର୍ଟ। ୨୦୧୦ ମସିହା ମାର୍ଚ୍ଚ ୨୩ ତାରିଖରେ ଖାରବେଳନଗର ଥାନାରେ ହୋଇଥିଲା ହତ୍ୟାକାଣ୍ଡ । ମେଡ଼ିକାଲ ଛାତ୍ରୀଙ୍କ ହୋଇଥିଲା ବିଭତ୍ସ ହତ୍ୟା। ଏ ନେଇ ମୃତ ଛାତ୍ରୀଙ୍କ ବାପା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତ୍ରିକୋଣୀୟ ପ୍ରେମରୁ ହୋଇଥିଲା ହତ୍ୟାକାଣ୍ଡ । ୨୦ ଜଣ ସାକ୍ଷୀ, ୩୫ଟି ଦସ୍ତାବିଜ ଆଧାରରେ ଦଣ୍ଡବିଧାନ ହୋଇଛି। ସିଡ଼ିଆର, ବ୍ଲଡ଼ ଟେଣ୍ଟ ସାମ୍ପୁଲ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ଆଧାରାରେ ଦଣ୍ଡବିଧାନ କରିଛନ୍ତି କୋର୍ଟ । ସରକାରୀ ଓକିଲ ପି.ପି.ବାରିକ ଏହି ସମ୍ବେଦନଶୀଳ ମାମଲାର ପରିଚାଳନା କରୁଥିଲେ।





