ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାର ମୃତଦେହକୁ ମିଳିଲାନି ଚାରି କାନ୍ଧ

Madhusudan Das Picture
Published On

ନବରଙ୍ଗପୁର: ଏବେ ବ ବଂଚି ରହିଛି କୁସ୍ଚିତ ଜାତିପ୍ରଥା । ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବାପାର ମୃତଦେହକୁ ମିଳିଲାନି ଚାରିକାନ୍ଧ। ସାହି ପଡିସା ତ ଦୂରର କଥା, ନିଜ ବଡ଼ ପୁଅ ବି ବାପାର ଶବକୁ କାନ୍ଧ ଦେଲାନି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ ସାନ ପୁଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । 

ଆହୁରି ପଢ଼ନ୍ତୁ: ଅଜିତ ପାୱାର ବିମାନ ଦୁର୍ଘଟଣା: ବ୍ଲାକ୍ ବକ୍ସକୁ ନେଇ ବଢିଲା ରହସ୍ୟ, ସିବିଆଇ ତଦନ୍ତ ଦାବି କଲେ ପୁଅ ଜୟ ପାୱାର

ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ । କିନ୍ତୁ ଦୁଇ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି ଗାଁ ଲୋକ ତଥା ସାହି ପଡିଶା । ଫଳରେ ଅନ୍ୟ କିଛି ଉପାୟ ନପାଇ ଦୁର୍ଯ୍ୟୋଧନଙ୍କ ପୁଅ-ଝିଅ ଓ ଭଉଣୀ-ଭାଣିଜୀ ମିଶି ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କଲେ । ପୁଣିଥରେ ଜାତିରେ ମିଶିଲେ ହିଁ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି ଗ୍ରାମବାସୀ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ରହିଛି ମାଳ ମାଳ ସୁନା ଖଣି: ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp