ଆସନ୍ତା ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ସରିଲା ମୁଖ୍ୟମନ୍ତ୍ରୀଙ୍କ କୃଷି କ୍ଷୟକ୍ଷତି ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ। ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରିଛନ୍ତି । କାଲି ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି […]

ଭୁବନେଶ୍ବର: ସରିଲା ମୁଖ୍ୟମନ୍ତ୍ରୀଙ୍କ କୃଷି କ୍ଷୟକ୍ଷତି ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ। ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରିଛନ୍ତି । କାଲି ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ, ବଦଳିଲେ ଥାନାର ସବୁ କର୍ମଚାରୀ

ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ମୁଖ୍ୟ ଶାସନ ସଚିବ ମୋନୋଜ ଆହୁଜାଙ୍କ ସହ ସମୃକ୍ତ ବିଭାଗୀୟ ମନ୍ତ୍ରୀ ସାମିଲ ହୋଇଥିଲେ। ଗତ ୨୦ ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ  କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଏହାକୁ ନେଇ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି।

ଆହୁରି ପଢ଼ନ୍ତୁ: ଥାଇଲ୍ୟାଣ୍ଡରେ ଫସିଛନ୍ତି ୪ ଓଡ଼ିଆ ଶ୍ରମିକ: ଭୋକ ଉପବାସରେ କଟୁଛି ଜୀବନ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ..

ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷୟକ୍ଷତି ସହିଥିବା ଚାଷୀ। ଏହି ଚାଷୀ ମାନଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଆସିଥିବା ରିପୋର୍ଟକୁ ନେଇ ଇନ୍ସୁରାନ୍ସ କମ୍ପାନୀମାନଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର। ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ। ଏବେ ପର୍ଯ୍ୟନ୍ତ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ରିପୋର୍ଟ ହୋଇଛି। କାଲିସୁଦ୍ଧା ସମସ୍ତେ ସମୟ ମଧ୍ୟରେ ଚାଷୀ ନିଜର କ୍ଷୟକ୍ଷତି ବାବଦରେ ଅଭିଯୋଗ ଦିଅନ୍ତୁ। ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଅପ୍ଲିକେସରେ ନିଜର କ୍ଷୟକ୍ଷତି ବାବଦରେ ସୂଚନା ଚାଷୀଙ୍କୁ ଦେବାକୁ କୁହାଯାଇଛି। ଜାରି ହୋଇଥିବା ୧୪୪୪୭ ଟୋଲ ଫ୍ରି ନମ୍ୱରରେ ମଧ୍ୟ ଚାଷୀ ଅଭିଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

28 Dec 2024 By The Sakala

ଆସନ୍ତା ୩୦ ତାରିଖ ସୁଦ୍ଧା ଫସଲ କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସରିଲା ମୁଖ୍ୟମନ୍ତ୍ରୀଙ୍କ କୃଷି କ୍ଷୟକ୍ଷତି ସମୀକ୍ଷା ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ। ଆସନ୍ତା ୩୦ ତାରିଖ ମଧ୍ୟରେ ମଧ୍ୟରେ ଫସଲ କ୍ଷତି ଆକଳନ କରାଯିବ। ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ କ୍ଷତିପୂରଣ ପାଇବେ। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୨୬ ହଜାର ଚାଷୀ ଆବେଦନ କରିଛନ୍ତି । କାଲି ସୁଦ୍ଧା ଅନ୍ୟ ଚାଷୀମାନେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ମୁଖ୍ୟ ଶାସନ ସଚିବ ମୋନୋଜ ଆହୁଜାଙ୍କ ସହ ସମୃକ୍ତ ବିଭାଗୀୟ ମନ୍ତ୍ରୀ ସାମିଲ ହୋଇଥିଲେ। ଗତ ୨୦ ରୁ ୨୮ ତାରିଖ ମଧ୍ୟରେ ଅଦିନିଆ ବର୍ଷା ଓ ଦ୍ୱିତୀୟ ଫେଜ ବର୍ଷା ଯୋଗୁଁ  କ୍ଷୟକ୍ଷତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଏହାକୁ ନେଇ ସଂପୃକ୍ତ ବିଭାଗର ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି।

ବୀମା କରିଥିବା ଚାଷୀଙ୍କୁ ସମୟ ପୂର୍ବରୁ ନିଜର କ୍ଷୟକ୍ଷତି ନେଇ ସରକାରଙ୍କୁ ଅବଗତ କରିବା ପାଇଁ ନିବେଦନ କରାଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷୟକ୍ଷତି ସହିଥିବା ଚାଷୀ। ଏହି ଚାଷୀ ମାନଙ୍କୁ ଡିବିଟି ମାଧ୍ୟମରେ କ୍ଷତିପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଆସିଥିବା ରିପୋର୍ଟକୁ ନେଇ ଇନ୍ସୁରାନ୍ସ କମ୍ପାନୀମାନଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର। ସରକାରୀ ସାହାଯ୍ୟ ସମସ୍ତଙ୍କୁ ମିଳିବ। ଏବେ ପର୍ଯ୍ୟନ୍ତ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ରିପୋର୍ଟ ହୋଇଛି। କାଲିସୁଦ୍ଧା ସମସ୍ତେ ସମୟ ମଧ୍ୟରେ ଚାଷୀ ନିଜର କ୍ଷୟକ୍ଷତି ବାବଦରେ ଅଭିଯୋଗ ଦିଅନ୍ତୁ। ଧାନ ସହ ପାନ ଆଉ ପରିବା ଚାଷୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ। କୃଷି ବିଭାଗ ପକ୍ଷରୁ କୃଷି ରକ୍ଷକ ଅପ୍ଲିକେସରେ ନିଜର କ୍ଷୟକ୍ଷତି ବାବଦରେ ସୂଚନା ଚାଷୀଙ୍କୁ ଦେବାକୁ କୁହାଯାଇଛି। ଜାରି ହୋଇଥିବା ୧୪୪୪୭ ଟୋଲ ଫ୍ରି ନମ୍ୱରରେ ମଧ୍ୟ ଚାଷୀ ଅଭିଯୋଗ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର