ପଲିଥିନ ତଳେ ବୃଦ୍ଧ ଦମ୍ପତି

The Sakala Picture
Published On

ଦାରିଙ୍ଗବାଡ଼ି: ଦିବ୍ୟାଙ୍ଗ, ଅସହାୟ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ପଞ୍ଚାୟତ ବୁର୍ଜୁବାଡ଼ି ୱାର୍ଡରେ ନଜରକୁ ଆସିଛି। ବୁର୍ଜୁବାଡ଼ିର କେଡ଼େପା ପ୍ରଧାନ (୬୬) ଓ ତାଙ୍କ ସ୍ତ୍ରୀ ବନାଦେଇ ପ୍ରଧାନ (୬୪) […]

ଦାରିଙ୍ଗବାଡ଼ି: ଦିବ୍ୟାଙ୍ଗ, ଅସହାୟ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ପଞ୍ଚାୟତ ବୁର୍ଜୁବାଡ଼ି ୱାର୍ଡରେ ନଜରକୁ ଆସିଛି।

ଆହୁରି ପଢ଼ନ୍ତୁ: ରାୟଗଡ଼ା ଭିଡ଼ ହିଂସା ଓ ବର୍ବରତା: ଏନ୍‌ଜିଓ କର୍ମୀଙ୍କୁ ମାଡ଼ ଘଟଣାରେ ଆଉ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଗିରଫ ସଂଖ୍ୟା ୨୦କୁ ବୃଦ୍ଧି

ବୁର୍ଜୁବାଡ଼ିର କେଡ଼େପା ପ୍ରଧାନ (୬୬) ଓ ତାଙ୍କ ସ୍ତ୍ରୀ ବନାଦେଇ ପ୍ରଧାନ (୬୪) ଅନେକ ବର୍ଷ ହେବ ଏକ ଭଙ୍ଗାଦଦରା ପଲିଥିନ ଢଙ୍କା ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି। ଦୁଇ ଝିଅ ବାହା ହୋଇ ଶାଶୂ ଘରକୁ ଚାଲିଯିବା ପରେ ଏମାନଙ୍କ ଦୁଃଖସୁଖ ବୁଝିବାକୁ କେହି ବି ନାହାନ୍ତି। ମୂଲଲାଗି ପେଟ ପୋଷୁଥିବା ଏହି ବୃଦ୍ଧ ଦମ୍ପତି ଘର ଖଣ୍ଡିଏ କରିବାକୁ ଅସମର୍ଥ ହୋଇଥିବାରୁ ସ୍ଥାନୀୟ ସରପଞ୍ଚଙ୍କୁ ଅନେକଥର ଗୁହାରି କରିବା ସହ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଆବାସ ଯୋଜନାରେ ଘର ଯୋଗେଇ ଦେବା ନିମନ୍ତେ କହି ଆସୁଥିଲେ ବି କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି। ସରପଞ୍ଚ କୁଆଡ଼େ ଏକ ବର୍ଷ ପୂର୍ବରୁ ଘର ଦିଆଯିବ ବୋଲି କହିଥିଲେ। ହେଲେ କୌଣସି ପଦକ୍ଷେପ ନେଇ ନ ଥିବା ଦମ୍ପତି ଅଭିଯୋଗ କରିଛନ୍ତି। ଫଳରେ ଭାଗ୍ୟକୁ ଆଦରି ପଲିଥିନ ତଳେ କାଳାତିପାତ କରୁଛନ୍ତି କେଡ଼େପା ଓ ବନାଦେଇ। ଏ ନେଇ ଆମେ ସ୍ଥାନୀୟ ସରପଞ୍ଚ ରମାକାନ୍ତ ପ୍ରଧାନଙ୍କୁ ପଚାରିଥିଲୁ। ଏ ସମ୍ପର୍କରେ କେହି ତାଙ୍କୁ ଅଭିଯୋଗ କରିନାହାନ୍ତି, ଆବାସ ଯୋଜନାରେ, କେଡ଼େପା ପ୍ରଧାନଙ୍କ ନାମ ନାହିଁ, ତେଣୁ ଘର ମିଳି ନ ଥିବା ସରପଞ୍ଚ ପ୍ରଧାନ କହିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଅସହାୟ କେଡ଼େପାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ

08 Mar 2021 By The Sakala

ପଲିଥିନ ତଳେ ବୃଦ୍ଧ ଦମ୍ପତି

ଦାରିଙ୍ଗବାଡ଼ି: ଦିବ୍ୟାଙ୍ଗ, ଅସହାୟ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଅନେକ ସମୟରେ ସ୍ଥାନୀୟ ବ୍ଲକ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଏସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଉଦାହରଣ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ପଞ୍ଚାୟତ ବୁର୍ଜୁବାଡ଼ି ୱାର୍ଡରେ ନଜରକୁ ଆସିଛି।

ବୁର୍ଜୁବାଡ଼ିର କେଡ଼େପା ପ୍ରଧାନ (୬୬) ଓ ତାଙ୍କ ସ୍ତ୍ରୀ ବନାଦେଇ ପ୍ରଧାନ (୬୪) ଅନେକ ବର୍ଷ ହେବ ଏକ ଭଙ୍ଗାଦଦରା ପଲିଥିନ ଢଙ୍କା ଝାଟିମାଟି ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛନ୍ତି। ଦୁଇ ଝିଅ ବାହା ହୋଇ ଶାଶୂ ଘରକୁ ଚାଲିଯିବା ପରେ ଏମାନଙ୍କ ଦୁଃଖସୁଖ ବୁଝିବାକୁ କେହି ବି ନାହାନ୍ତି। ମୂଲଲାଗି ପେଟ ପୋଷୁଥିବା ଏହି ବୃଦ୍ଧ ଦମ୍ପତି ଘର ଖଣ୍ଡିଏ କରିବାକୁ ଅସମର୍ଥ ହୋଇଥିବାରୁ ସ୍ଥାନୀୟ ସରପଞ୍ଚଙ୍କୁ ଅନେକଥର ଗୁହାରି କରିବା ସହ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଆବାସ ଯୋଜନାରେ ଘର ଯୋଗେଇ ଦେବା ନିମନ୍ତେ କହି ଆସୁଥିଲେ ବି କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି। ସରପଞ୍ଚ କୁଆଡ଼େ ଏକ ବର୍ଷ ପୂର୍ବରୁ ଘର ଦିଆଯିବ ବୋଲି କହିଥିଲେ। ହେଲେ କୌଣସି ପଦକ୍ଷେପ ନେଇ ନ ଥିବା ଦମ୍ପତି ଅଭିଯୋଗ କରିଛନ୍ତି। ଫଳରେ ଭାଗ୍ୟକୁ ଆଦରି ପଲିଥିନ ତଳେ କାଳାତିପାତ କରୁଛନ୍ତି କେଡ଼େପା ଓ ବନାଦେଇ। ଏ ନେଇ ଆମେ ସ୍ଥାନୀୟ ସରପଞ୍ଚ ରମାକାନ୍ତ ପ୍ରଧାନଙ୍କୁ ପଚାରିଥିଲୁ। ଏ ସମ୍ପର୍କରେ କେହି ତାଙ୍କୁ ଅଭିଯୋଗ କରିନାହାନ୍ତି, ଆବାସ ଯୋଜନାରେ, କେଡ଼େପା ପ୍ରଧାନଙ୍କ ନାମ ନାହିଁ, ତେଣୁ ଘର ମିଳି ନ ଥିବା ସରପଞ୍ଚ ପ୍ରଧାନ କହିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଅସହାୟ କେଡ଼େପାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର