ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଚଇତି ପର୍ବ କଟକଣା : ୧୩ ଓ ୧୪ରେ ମା’ ତାରିଣୀଙ୍କୁ ଦର୍ଶନ କରିପାରିବେନି ଭକ୍ତ

The Sakala Picture
Published On

ଘଟଗାଁ/କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ଚଇତିପର୍ବ ପାଇଁ ନିୟମାବଳୀ ଜାରି କଲା ଜିଲ୍ଲା ପ୍ରଶାସନ । ଚଇତି ପର୍ବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।  ୯ ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ […]

ଘଟଗାଁ/କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ଚଇତିପର୍ବ ପାଇଁ ନିୟମାବଳୀ ଜାରି କଲା ଜିଲ୍ଲା ପ୍ରଶାସନ । ଚଇତି ପର୍ବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।  ୯ ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ।

ଆହୁରି ପଢ଼ନ୍ତୁ: ସତ୍ୟ ଖବର ପ୍ରକାଶ କରିବାରୁ ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା, ଦୈନିକ ସକାଳ ଖବର କାଗଜ ପୋଡ଼ି

ଚଇତିପର୍ବରେ ମନ୍ଦିର ଭିତରକୁ ଭୋଗ ମନା କରାଯାଇଛି, ୯ ଏପ୍ରିଲ ରୁ ୧୨ ଏପ୍ରିଲ , ଏବଂ ୧୫ ଏପ୍ରିଲ ସକାଳ ୭ ଘଟିକା ରୁ ଦିବା ୧୨.୩୦ ଏବଂ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ୧୩ ଏପ୍ରିଲ ମଙ୍ଗଳବାର ଏବଂ ୧୪ ଏପ୍ରିଲ ପଣାସଂକ୍ରାନ୍ତି ରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏଥିସହ ମନ୍ଦିର ପରିସରରେ ଥିବା ସମସ୍ତ ଭୋଗ ଦୋକାନ ବନ୍ଦ ରହିବ । ଏହାବ୍ୟତୀତ ଚଇତି ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି। ସେବାୟତ, କର୍ମକର୍ତ୍ତା, କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ରହିଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

ଏ ସମ୍ପର୍କରେ ରବିବାର ତାରିଣୀ ଠାକୁରାଣୀ ଟ୍ରଷ୍ଟ କାର୍ଯ୍ୟାଳୟ ଘଟଗାଁ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ଅଧକ୍ଷ ରାଜେନ୍ଦ୍ର ପଟନାୟକ,ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ,ବଳଭଦ୍ର ନନ୍ଦ,କ୍ଷୀରୋଦ ପ୍ରସାଦ ଦାଶ,ନିର୍ମଲ ମହାନ୍ତି ଓ ମନ୍ଦିର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତି ରେ କଟକଣା ବାବଦରେ ସୂଚନା ପ୍ରଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

04 Apr 2021 By The Sakala

ଚଇତି ପର୍ବ କଟକଣା : ୧୩ ଓ ୧୪ରେ ମା’ ତାରିଣୀଙ୍କୁ ଦର୍ଶନ କରିପାରିବେନି ଭକ୍ତ

ଘଟଗାଁ/କେନ୍ଦୁଝର : ଘଟଗାଁ ମା ତାରିଣୀଙ୍କ ଚଇତିପର୍ବ ପାଇଁ ନିୟମାବଳୀ ଜାରି କଲା ଜିଲ୍ଲା ପ୍ରଶାସନ । ଚଇତି ପର୍ବ ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।  ୯ ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ।

ଚଇତିପର୍ବରେ ମନ୍ଦିର ଭିତରକୁ ଭୋଗ ମନା କରାଯାଇଛି, ୯ ଏପ୍ରିଲ ରୁ ୧୨ ଏପ୍ରିଲ , ଏବଂ ୧୫ ଏପ୍ରିଲ ସକାଳ ୭ ଘଟିକା ରୁ ଦିବା ୧୨.୩୦ ଏବଂ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ୧୩ ଏପ୍ରିଲ ମଙ୍ଗଳବାର ଏବଂ ୧୪ ଏପ୍ରିଲ ପଣାସଂକ୍ରାନ୍ତି ରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏଥିସହ ମନ୍ଦିର ପରିସରରେ ଥିବା ସମସ୍ତ ଭୋଗ ଦୋକାନ ବନ୍ଦ ରହିବ । ଏହାବ୍ୟତୀତ ଚଇତି ପର୍ବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି। ସେବାୟତ, କର୍ମକର୍ତ୍ତା, କର୍ମଚାରୀ କୋଭିଡ ନିୟମ ମାନିବା ବାଧ୍ୟତାମୂଳକ କରାଯାଇଛି।

ଏ ସମ୍ପର୍କରେ ରବିବାର ତାରିଣୀ ଠାକୁରାଣୀ ଟ୍ରଷ୍ଟ କାର୍ଯ୍ୟାଳୟ ଘଟଗାଁ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ ର ଅଧକ୍ଷ ରାଜେନ୍ଦ୍ର ପଟନାୟକ,ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂ,ବଳଭଦ୍ର ନନ୍ଦ,କ୍ଷୀରୋଦ ପ୍ରସାଦ ଦାଶ,ନିର୍ମଲ ମହାନ୍ତି ଓ ମନ୍ଦିର ନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରମୁଖ ଉପସ୍ଥିତି ରେ କଟକଣା ବାବଦରେ ସୂଚନା ପ୍ରଦାନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର