ଶିକ୍ଷାନୁଷ୍ଠାନରେ କରୋନା ଭୟ : ଥଣ୍ଡାକାଶର ଲକ୍ଷଣ ଥିଲେ ସ୍କୁଲ ଆସିବେନି ପିଲା

The Sakala Picture
Published On

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‍’ ଭୟ ଦେଶକୁ ଘାରିଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ସୁନ୍ଦରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭାଗର ବଢ଼଼ିଛି। ଶିକ୍ଷାନୁଷ୍ଠାନ ପରିସରରେ ପିଲାଙ୍କ ସୁରକ୍ଷା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବାବେଳେ କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ବିଶେଷତଃ ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ […]

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‍’ ଭୟ ଦେଶକୁ ଘାରିଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ସୁନ୍ଦରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭାଗର ବଢ଼଼ିଛି। ଶିକ୍ଷାନୁଷ୍ଠାନ ପରିସରରେ ପିଲାଙ୍କ ସୁରକ୍ଷା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବାବେଳେ କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ବିଶେଷତଃ ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ତୃଣମୂଳ ସ୍ତରରେ ନିୟମ କଡ଼ାକଡ଼ି କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତିକୁ ଅପମାନ: ଇସ୍କନର ମନମାନି ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ଓଡ଼ିଆ ଅସ୍ମିତା ପରିଷଦ

କରୋନା ସ୍ଥିତିର ସାମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନରେ କଟକଣା କଡ଼ାକଡ଼ି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ପକ୍ଷରୁ ଜାରି ରହିଥିବା ନିୟମିତ ଟ୍ରାକିଂକୁ ଗୁରୁତ୍ୱ ଦେବା ସହିତ ପ୍ରତ୍ୟେକ ଦିନର ପିଲାଙ୍କ ତଥ୍ୟ ବିଭାଗ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଲେ ଆଇସୋଲେସନ୍‍ ଗୃହ ବ୍ୟବହାର ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ପରାମର୍ଶ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଥାଣ୍ଡା, ଜ୍ୱର, କାଶ, ଛିଙ୍କ ଭଳି ଲକ୍ଷଣ ଥିବା ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଛାଡ଼ିବା ପାଇଁ ବିଭାଗ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି। ଅନଲାଇନ୍‍ କ୍ଲାସକୁ ଗୁରୁତ୍ୱ ଦେବାକୁ ବିଭାଗ କହିଛି। ସେହିପରି ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ଲକ୍ଷଣ ଥିଲେ ଶିକ୍ଷାନୁଷ୍ଠାନ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

ସେହିପରି ଶିକ୍ଷାନୁଷ୍ଠାନରେ କ୍ଲାସରୁମ୍‍ ପାଠପଢ଼଼ା ସମୟରେ କମ୍‍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼଼ାଇବା ଓ ସାମାଜିକ ଦୂରତାକୁ ପାଳନ ସହିତ ମାସ୍କ ପରିଧାନକୁ କଠୋର ଭାବେ ଲାଗୁ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ଟ୍ରାକିଂ ସେଲ୍‌ଫ ସହିତ ଡିଇଓ, ବିଇଓ ଏବଂ ସିଆରସିସିମାନେ ମଧ୍ୟ ଅଚନକ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ପରଖିବା ପାଇଁ ବିଭାଗ କହିଛି। ତେବେ ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଶେଷ ଧ୍ୟାନ ଦିଆଯାଉଛି। କରୋନା ପଜିଟିଭ୍‍ ବାହାରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯିବା ସହିତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ କରାଯାଇଥିବା ନୋଡାଲ୍‍ ଅଧିକାରୀମାନଙ୍କୁ ନିୟମିତ ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପିଲାମାନଙ୍କର ଅଚାନକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ସୁଧୁରୁଛି ଆଇନଶୃଙ୍ଖଳା: ନୂଆ ଥାନା ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ କାର୍ଯ୍ୟଶୈଳୀକୁ ନେଇ ଚର୍ଚ୍ଚା

05 Dec 2021 By The Sakala

ଶିକ୍ଷାନୁଷ୍ଠାନରେ କରୋନା ଭୟ : ଥଣ୍ଡାକାଶର ଲକ୍ଷଣ ଥିଲେ ସ୍କୁଲ ଆସିବେନି ପିଲା

ଭୁବନେଶ୍ୱର: କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‍’ ଭୟ ଦେଶକୁ ଘାରିଥିବାବେଳେ ଶିକ୍ଷାନୁଷ୍ଠାନଗୁଡ଼ିକୁ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ସୁନ୍ଦରଗଡ଼଼, ସମ୍ବଲପୁର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭାଗର ବଢ଼଼ିଛି। ଶିକ୍ଷାନୁଷ୍ଠାନ ପରିସରରେ ପିଲାଙ୍କ ସୁରକ୍ଷା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବାବେଳେ କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ବିଶେଷତଃ ଆବାସିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ ତୃଣମୂଳ ସ୍ତରରେ ନିୟମ କଡ଼ାକଡ଼ି କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି।

କରୋନା ସ୍ଥିତିର ସାମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନରେ କଟକଣା କଡ଼ାକଡ଼ି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ପକ୍ଷରୁ ଜାରି ରହିଥିବା ନିୟମିତ ଟ୍ରାକିଂକୁ ଗୁରୁତ୍ୱ ଦେବା ସହିତ ପ୍ରତ୍ୟେକ ଦିନର ପିଲାଙ୍କ ତଥ୍ୟ ବିଭାଗ ଓ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପିଲାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଲେ ଆଇସୋଲେସନ୍‍ ଗୃହ ବ୍ୟବହାର ଓ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ସହ ପରାମର୍ଶ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଥାଣ୍ଡା, ଜ୍ୱର, କାଶ, ଛିଙ୍କ ଭଳି ଲକ୍ଷଣ ଥିବା ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଛାଡ଼ିବା ପାଇଁ ବିଭାଗ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛି। ଅନଲାଇନ୍‍ କ୍ଲାସକୁ ଗୁରୁତ୍ୱ ଦେବାକୁ ବିଭାଗ କହିଛି। ସେହିପରି ଶିକ୍ଷକ ଓ କର୍ମଚାରୀଙ୍କୁ ମଧ୍ୟ ଲକ୍ଷଣ ଥିଲେ ଶିକ୍ଷାନୁଷ୍ଠାନ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରିଛି।

ସେହିପରି ଶିକ୍ଷାନୁଷ୍ଠାନରେ କ୍ଲାସରୁମ୍‍ ପାଠପଢ଼଼ା ସମୟରେ କମ୍‍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢ଼଼ାଇବା ଓ ସାମାଜିକ ଦୂରତାକୁ ପାଳନ ସହିତ ମାସ୍କ ପରିଧାନକୁ କଠୋର ଭାବେ ଲାଗୁ କରିବା ପାଇଁ ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ଟ୍ରାକିଂ ସେଲ୍‌ଫ ସହିତ ଡିଇଓ, ବିଇଓ ଏବଂ ସିଆରସିସିମାନେ ମଧ୍ୟ ଅଚନକ ଶିକ୍ଷାନୁଷ୍ଠାନ ଗସ୍ତ କରି ସ୍ଥିତି ପରଖିବା ପାଇଁ ବିଭାଗ କହିଛି। ତେବେ ଏସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକରେ ବିଶେଷ ଧ୍ୟାନ ଦିଆଯାଉଛି। କରୋନା ପଜିଟିଭ୍‍ ବାହାରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରାଯିବା ସହିତ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ବିଭିନ୍ନ ଜିଲ୍ଲା ପାଇଁ ନିୟୋଜିତ କରାଯାଇଥିବା ନୋଡାଲ୍‍ ଅଧିକାରୀମାନଙ୍କୁ ନିୟମିତ ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପିଲାମାନଙ୍କର ଅଚାନକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର