ଖରିଫ୍‌ରେ ଜଟିଳ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା, ଚାଷୀଙ୍କୁ ଅଡୁଆ ‘ପୂର୍ବପୁରୁଷ’…

The Sakala Picture
Published On

ଭୁବନେଶ୍ୱର: ଖରିଫ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣରେ ଜଟିଳ ବ୍ୟବସ୍ଥା ଚାଷୀଙ୍କ ପାଇଁ ସୃଷ୍ଟିକରିଛି ସମସ୍ୟା। ଜମି ପଟ୍ଟାରେ ବାପା-ଜେଜେବାପାଙ୍କ ନାମ ରହିଥିବାରୁ ପଞ୍ଜିକରଣ କରିବାରୁ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ସରଳ ସୂତ୍ର ବାହାର କରିବା ପରିବର୍ତ୍ତେ ଯେଉଁ ସାନି ବ୍ୟବସ୍ଥା କରିଛନ୍ତି ତାହା ପୂର୍ବଠାରୁ ଅଧିକ ଜଟିଳ। ଚାଷୀମାନେ ପଞ୍ଜିକରଣ ନିମନ୍ତେ ସ୍ୱ-ଘୋଷଣାନାମା (ସେଲ୍ଫ ଡିକ୍ଲାରେସନ) ଦେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏହି ସ୍ୱ-ଘୋଷଣାନାମାରେ […]

ଭୁବନେଶ୍ୱର: ଖରିଫ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣରେ ଜଟିଳ ବ୍ୟବସ୍ଥା ଚାଷୀଙ୍କ ପାଇଁ ସୃଷ୍ଟିକରିଛି ସମସ୍ୟା। ଜମି ପଟ୍ଟାରେ ବାପା-ଜେଜେବାପାଙ୍କ ନାମ ରହିଥିବାରୁ ପଞ୍ଜିକରଣ କରିବାରୁ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ସରଳ ସୂତ୍ର ବାହାର କରିବା ପରିବର୍ତ୍ତେ ଯେଉଁ ସାନି ବ୍ୟବସ୍ଥା କରିଛନ୍ତି ତାହା ପୂର୍ବଠାରୁ ଅଧିକ ଜଟିଳ। ଚାଷୀମାନେ ପଞ୍ଜିକରଣ ନିମନ୍ତେ ସ୍ୱ-ଘୋଷଣାନାମା (ସେଲ୍ଫ ଡିକ୍ଲାରେସନ) ଦେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏହି ସ୍ୱ-ଘୋଷଣାନାମାରେ ଜମିର ସମସ୍ତ ଅଂଶୀଦାରଙ୍କ ଆଧାର ନମ୍ବର, ଦସ୍ତଖତ ବାଧ୍ୟତାମୂଳକ କରାଯାଇଛି। ତିନି ଚାରି ପିଢ଼ିର ସମସ୍ତ ଅଂଶୀଦାରଙ୍କ ନାମ, ଆଧାର, ଦସ୍ତଖତ ସହ ପଞ୍ଜିକରଣ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି। ଏକପକ୍ଷରେ ନିଜ ପେଟପାଟଣା ପାଇଁ ବାହାରେ ରହୁଥିବା ପରିବାରର ପିଲାମାନଙ୍କ ଦସ୍ତଖତ ସଂଗ୍ରହ କରିବା ମୁସ୍କିଲ ବ୍ୟାପାର, ଅନ୍ୟପକ୍ଷରେ ଅନେକ କ୍ଷେତ୍ରରେ ତିକ୍ତ ପାରିବାରିକ ସମ୍ପର୍କ ଯୋଗୁଁ ପଞ୍ଜିକରଣରେ ଦସ୍ତଖତ କରିବାରେ ଅଂଶୀଦାରମାନଙ୍କ ଅନାଗ୍ରହ ଚାଷୀଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଫଳରେ ଚାଷୀଙ୍କ ପାଇଁ ସ୍ୱ-ଘୋଷଣାନାମା ଦେବା ଏକପ୍ରକାର ଅସମ୍ଭବ ହୋଇଛି ଓ ପୂର୍ବାପେକ୍ଷା ପଞ୍ଜିକରଣ ସଂପୂର୍ଣ୍ଣ ଧୀମା ହୋଇଯାଇଛି। ବ୍ୟବସ୍ଥାର ସରଳୀକରଣ ନେଇ ଚାଷୀମାନେ ବାରମ୍ବାର ଦାବି କରୁଥିଲେ ହେଁ ତାହା କର୍ଣ୍ଣପାତ କରୁନାହାନ୍ତି। ତେଣୁ ଖରିଫରେ ଚାଷୀଙ୍କ ଠାରୁ କମ୍‌ ଧାନ କିଣିବାକୁ ସରକାର ବ୍ୟବସ୍ଥାଗତ ଷଡ଼ଯନ୍ତ୍ର କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହ ପାଇଁ ପ୍ରେମିକା ମନା କରିବାରୁ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ପୂର୍ବ ସରକାର ସମୟରେ ପଞ୍ଜିକରଣ ଓ ଋଣ ପ୍ରଦାନ ସମୟରେ ଏପରି ଜଟିଳ ବ୍ୟବସ୍ଥା ନ ଥିଲା। ମାତ୍ର ଏବେ ସରକାରୀ କଟକଣା ଯୋଗୁଁ ଚାଷୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପଟେ ଜମି ପଟ୍ଟା ସଂଶୋଧନ କାର୍ଯ୍ୟ ଚାଲିଥିଲେ ବି ଭଉଣୀ (ପରିବାରର କନ୍ୟାସନ୍ତାନ)ଙ୍କ ନାମକୁ ଏଥିରେ ସାମିଲ କରାଯିବାକୁ ନେଇ ବିିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଅନେକ ଲୋକ ପଟ୍ଟା ସଂଶୋଧନ କରିପାରି ନାହାନ୍ତି। ସେହିପରି ବାପା, ଜେଜେବାପାଙ୍କ ନାମ ଥିବା ପଟ୍ଟା ଜମିରେ ଚାଷ କରି ସେମାନେ ନିଜ ପରିବାର ଚଳାଇ ଆସୁଛନ୍ତି। ମାତ୍ର ଏବେ ଚାଷୀ ପଞ୍ଜିକରଣ ବେଳେ ପଟ୍ଟା ସଂଶୋଧନ ଜରୁରୀ ହୋଇ ପଡ଼ୁଛି। ଗୋଟିଏପଟେ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ରିହାତି ଦେଉଛନ୍ତି। ଚାଷୀଙ୍କୁ ଅଧିକ ଚାଷ କରିବାକୁ ସରକାର କହୁଛନ୍ତି। ମାତ୍ର ଧାନ ଚାଷ କରିବା ପରେ ଏହା କିପରି ସହଜରେ ବିକ୍ରିହେବ ସେଥିପାଇଁ ବ୍ୟବସ୍ଥା କରୁନାହାନ୍ତି। ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜିକରଣ ନିମନ୍ତେ କଠୋର ବ୍ୟବସ୍ଥା ଚାଷୀଙ୍କୁ ଚାଷ ଛାଡ଼ିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ପୁରୀ ପେଣ୍ଠକଟାରେ ଚାଞ୍ଚଲ୍ୟ, ଧାରୁଆ ଅସ୍ତ୍ରରେ ହାଣି ଯୁବକଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର ଉପକଣ୍ଠ ନଁପୁଟ ସମବାୟ ସମିତିର ଚାଷୀ ବିଶ୍ୱରଞ୍ଜନ ଦଳେଇ କହିଛନ୍ତି ଯେ ତାଙ୍କର ସବୁ ଜମି ଜେଜେବାପାଙ୍କ ନାମରେ ରହିଛି। ବଡ଼ବାପା ଓ ଦାଦାମାନେ ସବୁ ଚାକିରି ଓ କାମ ଧନ୍ଦା ପାଇଁ ଦୀର୍ଘଦିନ ଧରି ରାଜ୍ୟ ବାହାରେ ରହୁଛନ୍ତି। ତାଙ୍କ ଭାଗ ଜମି ପଡ଼ିଆ ପଡ଼ିଛି; ମୋ ବାପା ବୁଢ଼ା ହୋଇ ଯାଇଥିବାରୁ ଏବେ ଚାଷ କାମ ମୁଁ ନିଜେ ବୁଝୁଛି। ବାପାଙ୍କ ବାର୍ଦ୍ଧକ୍ୟ ଯୋଗୁଁ ମୁଁ ମୋ ନାମରେ ପଞ୍ଜିକରଣ କରିବାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇ ପାରିଲା ନାହିଁ। ସରକାରଙ୍କ ନିୟମ ଯୋଗୁଁ ଅତି କଷ୍ଟରେ ବୁଢ଼ା ବାପାଙ୍କୁ ଟେକି ଟେକି ସମବାୟ ସମିତିକୁ ନେବାକୁ ପଡ଼ିଲା। ପୁଣି ବୃଦ୍ଧ ଲୋକ ତାଙ୍କ ହାତ ଥରୁଛି, ଆଖିବୁ ଭଲ ଭାବେ ଦେଖାଯାଉନି। ତେଣୁ ଇ-କେୱାଇସି କରିବାରେ ସମସ୍ୟା ହେଲା ବୋଲି ବିଶ୍ୱରଞ୍ଜନ କହିଛନ୍ତି। କେବଳ ବିଶ୍ୱରଞ୍ଜନ ଜଣେ ନୁହନ୍ତି, ନଁପୁଟ ସମବାୟ ସମିତି ଅଧୀନରେ ପଞ୍ଜିକରଣ କରୁଥିବା ପାଖାପାଖି ଦେଢ଼ ଶହରୁ ଦୁଇ ଶହ ଲୋକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଜିକରଣ ଅବଧି ଶେଷ ହେବାକୁ ଆଉ ମାତ୍ର ୧୪ ଦିନ ଥିବାବେଳେ ଏପର୍ଯ୍ୟନ୍ତ ଅଧା ଚାଷୀ ବି ପଞ୍ଜିକରଣ କରିପାରିନାହାନ୍ତି। ତେଣୁ ଗତବର୍ଷ ଯେତିକି ଚାଷୀ ସରକାରଙ୍କ ଧାନ ବିକ୍ରି କରିଥିଲେ, ଏ ବର୍ଷ ସେତିକି ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି କୃଷକ ନେତା ନିରାକାର ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଭାତୀଙ୍କ ବିରୋଧରେ ସମୀରଙ୍କ ଯୁଦ୍ଧଂ ଦେହି ଡକରା: ପଞ୍ଚାୟତ ନିର୍ବାଚନରେ ପ୍ରଭାତୀଙ୍କ ପ୍ରାର୍ଥୀଙ୍କୁ ବିରୋଧ ଚେତାବନୀ

09 Aug 2025 By The Sakala

ଖରିଫ୍‌ରେ ଜଟିଳ ଚାଷୀ ପଞ୍ଜୀକରଣ ବ୍ୟବସ୍ଥା, ଚାଷୀଙ୍କୁ ଅଡୁଆ ‘ପୂର୍ବପୁରୁଷ’…

ଭୁବନେଶ୍ୱର: ଖରିଫ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣରେ ଜଟିଳ ବ୍ୟବସ୍ଥା ଚାଷୀଙ୍କ ପାଇଁ ସୃଷ୍ଟିକରିଛି ସମସ୍ୟା। ଜମି ପଟ୍ଟାରେ ବାପା-ଜେଜେବାପାଙ୍କ ନାମ ରହିଥିବାରୁ ପଞ୍ଜିକରଣ କରିବାରୁ ଚାଷୀମାନେ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ସରଳ ସୂତ୍ର ବାହାର କରିବା ପରିବର୍ତ୍ତେ ଯେଉଁ ସାନି ବ୍ୟବସ୍ଥା କରିଛନ୍ତି ତାହା ପୂର୍ବଠାରୁ ଅଧିକ ଜଟିଳ। ଚାଷୀମାନେ ପଞ୍ଜିକରଣ ନିମନ୍ତେ ସ୍ୱ-ଘୋଷଣାନାମା (ସେଲ୍ଫ ଡିକ୍ଲାରେସନ) ଦେଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମାତ୍ର ଏହି ସ୍ୱ-ଘୋଷଣାନାମାରେ ଜମିର ସମସ୍ତ ଅଂଶୀଦାରଙ୍କ ଆଧାର ନମ୍ବର, ଦସ୍ତଖତ ବାଧ୍ୟତାମୂଳକ କରାଯାଇଛି। ତିନି ଚାରି ପିଢ଼ିର ସମସ୍ତ ଅଂଶୀଦାରଙ୍କ ନାମ, ଆଧାର, ଦସ୍ତଖତ ସହ ପଞ୍ଜିକରଣ ବ୍ୟବସ୍ଥା ଚାଷୀଙ୍କ ପାଇଁ ଅସମ୍ଭବ ହୋଇ ପଡ଼ିଛି। ଏକପକ୍ଷରେ ନିଜ ପେଟପାଟଣା ପାଇଁ ବାହାରେ ରହୁଥିବା ପରିବାରର ପିଲାମାନଙ୍କ ଦସ୍ତଖତ ସଂଗ୍ରହ କରିବା ମୁସ୍କିଲ ବ୍ୟାପାର, ଅନ୍ୟପକ୍ଷରେ ଅନେକ କ୍ଷେତ୍ରରେ ତିକ୍ତ ପାରିବାରିକ ସମ୍ପର୍କ ଯୋଗୁଁ ପଞ୍ଜିକରଣରେ ଦସ୍ତଖତ କରିବାରେ ଅଂଶୀଦାରମାନଙ୍କ ଅନାଗ୍ରହ ଚାଷୀଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ଫଳରେ ଚାଷୀଙ୍କ ପାଇଁ ସ୍ୱ-ଘୋଷଣାନାମା ଦେବା ଏକପ୍ରକାର ଅସମ୍ଭବ ହୋଇଛି ଓ ପୂର୍ବାପେକ୍ଷା ପଞ୍ଜିକରଣ ସଂପୂର୍ଣ୍ଣ ଧୀମା ହୋଇଯାଇଛି। ବ୍ୟବସ୍ଥାର ସରଳୀକରଣ ନେଇ ଚାଷୀମାନେ ବାରମ୍ବାର ଦାବି କରୁଥିଲେ ହେଁ ତାହା କର୍ଣ୍ଣପାତ କରୁନାହାନ୍ତି। ତେଣୁ ଖରିଫରେ ଚାଷୀଙ୍କ ଠାରୁ କମ୍‌ ଧାନ କିଣିବାକୁ ସରକାର ବ୍ୟବସ୍ଥାଗତ ଷଡ଼ଯନ୍ତ୍ର କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ପୂର୍ବ ସରକାର ସମୟରେ ପଞ୍ଜିକରଣ ଓ ଋଣ ପ୍ରଦାନ ସମୟରେ ଏପରି ଜଟିଳ ବ୍ୟବସ୍ଥା ନ ଥିଲା। ମାତ୍ର ଏବେ ସରକାରୀ କଟକଣା ଯୋଗୁଁ ଚାଷୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପଟେ ଜମି ପଟ୍ଟା ସଂଶୋଧନ କାର୍ଯ୍ୟ ଚାଲିଥିଲେ ବି ଭଉଣୀ (ପରିବାରର କନ୍ୟାସନ୍ତାନ)ଙ୍କ ନାମକୁ ଏଥିରେ ସାମିଲ କରାଯିବାକୁ ନେଇ ବିିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏଥିପାଇଁ ଅନେକ ଲୋକ ପଟ୍ଟା ସଂଶୋଧନ କରିପାରି ନାହାନ୍ତି। ସେହିପରି ବାପା, ଜେଜେବାପାଙ୍କ ନାମ ଥିବା ପଟ୍ଟା ଜମିରେ ଚାଷ କରି ସେମାନେ ନିଜ ପରିବାର ଚଳାଇ ଆସୁଛନ୍ତି। ମାତ୍ର ଏବେ ଚାଷୀ ପଞ୍ଜିକରଣ ବେଳେ ପଟ୍ଟା ସଂଶୋଧନ ଜରୁରୀ ହୋଇ ପଡ଼ୁଛି। ଗୋଟିଏପଟେ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସହ ରିହାତି ଦେଉଛନ୍ତି। ଚାଷୀଙ୍କୁ ଅଧିକ ଚାଷ କରିବାକୁ ସରକାର କହୁଛନ୍ତି। ମାତ୍ର ଧାନ ଚାଷ କରିବା ପରେ ଏହା କିପରି ସହଜରେ ବିକ୍ରିହେବ ସେଥିପାଇଁ ବ୍ୟବସ୍ଥା କରୁନାହାନ୍ତି। ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜିକରଣ ନିମନ୍ତେ କଠୋର ବ୍ୟବସ୍ଥା ଚାଷୀଙ୍କୁ ଚାଷ ଛାଡ଼ିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ଉପକଣ୍ଠ ନଁପୁଟ ସମବାୟ ସମିତିର ଚାଷୀ ବିଶ୍ୱରଞ୍ଜନ ଦଳେଇ କହିଛନ୍ତି ଯେ ତାଙ୍କର ସବୁ ଜମି ଜେଜେବାପାଙ୍କ ନାମରେ ରହିଛି। ବଡ଼ବାପା ଓ ଦାଦାମାନେ ସବୁ ଚାକିରି ଓ କାମ ଧନ୍ଦା ପାଇଁ ଦୀର୍ଘଦିନ ଧରି ରାଜ୍ୟ ବାହାରେ ରହୁଛନ୍ତି। ତାଙ୍କ ଭାଗ ଜମି ପଡ଼ିଆ ପଡ଼ିଛି; ମୋ ବାପା ବୁଢ଼ା ହୋଇ ଯାଇଥିବାରୁ ଏବେ ଚାଷ କାମ ମୁଁ ନିଜେ ବୁଝୁଛି। ବାପାଙ୍କ ବାର୍ଦ୍ଧକ୍ୟ ଯୋଗୁଁ ମୁଁ ମୋ ନାମରେ ପଞ୍ଜିକରଣ କରିବାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇ ପାରିଲା ନାହିଁ। ସରକାରଙ୍କ ନିୟମ ଯୋଗୁଁ ଅତି କଷ୍ଟରେ ବୁଢ଼ା ବାପାଙ୍କୁ ଟେକି ଟେକି ସମବାୟ ସମିତିକୁ ନେବାକୁ ପଡ଼ିଲା। ପୁଣି ବୃଦ୍ଧ ଲୋକ ତାଙ୍କ ହାତ ଥରୁଛି, ଆଖିବୁ ଭଲ ଭାବେ ଦେଖାଯାଉନି। ତେଣୁ ଇ-କେୱାଇସି କରିବାରେ ସମସ୍ୟା ହେଲା ବୋଲି ବିଶ୍ୱରଞ୍ଜନ କହିଛନ୍ତି। କେବଳ ବିଶ୍ୱରଞ୍ଜନ ଜଣେ ନୁହନ୍ତି, ନଁପୁଟ ସମବାୟ ସମିତି ଅଧୀନରେ ପଞ୍ଜିକରଣ କରୁଥିବା ପାଖାପାଖି ଦେଢ଼ ଶହରୁ ଦୁଇ ଶହ ଲୋକ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଜିକରଣ ଅବଧି ଶେଷ ହେବାକୁ ଆଉ ମାତ୍ର ୧୪ ଦିନ ଥିବାବେଳେ ଏପର୍ଯ୍ୟନ୍ତ ଅଧା ଚାଷୀ ବି ପଞ୍ଜିକରଣ କରିପାରିନାହାନ୍ତି। ତେଣୁ ଗତବର୍ଷ ଯେତିକି ଚାଷୀ ସରକାରଙ୍କ ଧାନ ବିକ୍ରି କରିଥିଲେ, ଏ ବର୍ଷ ସେତିକି ଚାଷୀ ଧାନ ବିକ୍ରି କରିପାରିବେ ନାହିଁ ବୋଲି କୃଷକ ନେତା ନିରାକାର ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର