ତଳକୁ ଆସ, ଟିକା ନିଅ

The Sakala Picture
Published On

ଭୁବନେଶ୍ୱର : ଆଉ ଟିକା ପାଇଁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଭୁବନେଶ୍ୱରର ଆପାର୍ଟମେଣ୍ଟଗୁଡ଼ିକରେ ପହଞ୍ଚି ଟିକାକରଣ ଆରମ୍ଭ କରିଛି ବିଏମ୍‍ସି। ପୂର୍ବସୂଚନା ଅନୁଯାୟୀ ଆପାର୍ଟମେଣ୍ଟ ତଳକୁ ଲୋକଙ୍କ୍‍ୁ ଡାକି ଟିକା ଦେବାର ବ୍ୟବସ୍ଥା କରିଛି ବିଏମ୍‍ସି। ପ୍ରଥମ ଦିନରେ ସହରର ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଆରମ୍ଭ ହୋଇଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କୁ ଟିକାକରଣ କରାଯାଇଛି। ବରିଷ୍ଠମାନଙ୍କୁ ଘର ପାଖରେ ଟିକା ଦେବା ପାଇଁ ବିଏମ୍‍ସି ଏହି ଅଭିଯାନ ଆରମ୍ଭ […]

ଭୁବନେଶ୍ୱର : ଆଉ ଟିକା ପାଇଁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଭୁବନେଶ୍ୱରର ଆପାର୍ଟମେଣ୍ଟଗୁଡ଼ିକରେ ପହଞ୍ଚି ଟିକାକରଣ ଆରମ୍ଭ କରିଛି ବିଏମ୍‍ସି। ପୂର୍ବସୂଚନା ଅନୁଯାୟୀ ଆପାର୍ଟମେଣ୍ଟ ତଳକୁ ଲୋକଙ୍କ୍‍ୁ ଡାକି ଟିକା ଦେବାର ବ୍ୟବସ୍ଥା କରିଛି ବିଏମ୍‍ସି। ପ୍ରଥମ ଦିନରେ ସହରର ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଆରମ୍ଭ ହୋଇଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କୁ ଟିକାକରଣ କରାଯାଇଛି। ବରିଷ୍ଠମାନଙ୍କୁ ଘର ପାଖରେ ଟିକା ଦେବା ପାଇଁ ବିଏମ୍‍ସି ଏହି ଅଭିଯାନ ଆରମ୍ଭ କରିଛି। ସହରରେ ବର୍ତ୍ତମାନ ଅଧିକାଂଶ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଦିଆଯାଇସାରିଥିବା ବେଳେ ଅଳ୍ପ କିଛିି ଲୋକ ବାକି ରହିଯାଇଛନ୍ତି। ଏଥିପାଇଁ ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କୁ ଏହି ସେବା ପ୍ରଦାନ କରିବା ପାଇଁ ବିଏମ୍‍ସି ଅଣ୍ଟା ଭିଡିଛି। ଏଠାରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଉଛି। ଏଥିପାଇଁ ସ୍ଲଟ୍‍ ବୁକିଂର କୌଣସି ଆବଶ୍ୟକତା ପଡୁ ନ ଥିବାରୁ ବରିଷ୍ଠମାନେ ସୁବିଧାରେ ଟିକା ନେଇପାରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ଟିକାକରଣ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟରେ ଉତ୍ତର ଜୋନ୍‍ରେ ଡିଏଚ୍‍ଏଫ୍‍ଏଲ୍‍ ସାହୁ ରେସିଡେନ୍ସି, ଆରକୋନ ରିଟ୍ରିଟ୍‍ ଓାର୍ଡ୍ୱ, କ୍ଲବ୍‍ ଟାଉନ୍‍ ଆପାର୍ଟମେଣ୍ଟ ଦକ୍ଷିଣ ପୂର୍ବ ଜୋନରୁ ବିଏମ୍‍ସି ଭବାନୀ ଏନକ୍ଲଭ, ବାଲାଜୀ ଆପାର୍ଟମେଣ୍ଟ ଓ ଦକ୍ଷିଣ ପଶ୍ଚିମ ଜୋନରୁ କସ୍ମୋପଲିସ ଆପାର୍ଟମେଣ୍ଟରେ ଟିକାକରଣ କରାଯାଇଛି ବୋଲି ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‍ସିର ୩ ଟି ଜୋନ୍‍ର ଜୋନାଲ୍‍ ଡେପୁଟି କମିସନରମାନେ ନିଜ ନିଜ ଜୋନ୍‍ରେ ଥିବା ଆପାର୍ଟମେଣ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି। ଦୈନିକ ଆପାର୍ଟମେଣ୍ଟକୁ ଯାଇ ପ୍ରାୟ ୧୦୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦେବା ପାଇଁ କୁହାଯାଇଛି। ଧୀରେଧୀରେ ଦୈନିକ ଅଧିକ ସଂଖ୍ୟକ ଆପାର୍ଟମେଣ୍ଟରେ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଅଧିକାଂଶ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଟିକା ନେଇ ସାରିଛନ୍ତି। ସେଥିପାଇଁ ବହୁତ କମ୍‍ ଲୋକ ଟିକା ନେବାକୁ ଆସୁଛନ୍ତି। ତେବେ ସମସ୍ତଙ୍କ୍‍ୁ ଟିକା ଦେବା ପାଇଁ ବିଏମ୍‍ସି ଲକ୍ଷ୍ୟ ରଖିଥିବା ବେଳେ ଏହି ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ଆପାର୍ଟମେଣ୍ଟଗୁଡିକରେ ସକାଳ ୮ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଟିକାକରଣ କରାଯାଉଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ଥାନାରେ ଥାର୍ଡ ଡିଗ୍ରି, ନିଲମ୍ୱିତ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା

ପ୍ରତିଦିନ ରାଜଧାନୀରେ ପ୍ରାୟ ୩୦ଟି ସରକାରୀ ଟିକାଦାନ କେନ୍ଦ୍ର ସହିତ ୭ ଟି ଡ୍ରାଇଭ-ଇନ୍‍ ଭ୍ୟାକ୍ସିନେସନ କେନ୍ଦ୍ରରେ ଟିକା ଦିଆଯାଉଛି। ଏହା ସହିତ ଯେଉଁ ବରିଷ୍ଠ ନାଗରିକମାନେ ବିଭିନ୍ନ କାରଣରୁ ଟିକା ନେବା ପାଇଁ ଆସିବାରେ ଅକ୍ଷମ ଅଛନ୍ତି ସେମାନଙ୍କୁ ବିିଏମ୍‍ସି ନିଜ ଗାଡ଼ିରେ ଆଣି ଟିକା ଦେବା ପରେ ପୁଣି ଘରେ ଛାଡୁଛି। ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଣି ଆପାର୍ଟମେଣ୍ଟକୁ ଯାଇ ଟିକାକରଣ କରାଯାଉଥିବାରୁ ଖୁବ୍‍ଶୀଘ୍ର ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କର ଉଭୟ ଡୋଜ୍‍ ଟିକାକରଣ ସରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଭିଭିଆଇପିଙ୍କ ଗସ୍ତ ସୂଚନା ଲିକ୍ ନେଇ ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ

01 Jun 2021 By The Sakala

ତଳକୁ ଆସ, ଟିକା ନିଅ

ଭୁବନେଶ୍ୱର : ଆଉ ଟିକା ପାଇଁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ଭୁବନେଶ୍ୱରର ଆପାର୍ଟମେଣ୍ଟଗୁଡ଼ିକରେ ପହଞ୍ଚି ଟିକାକରଣ ଆରମ୍ଭ କରିଛି ବିଏମ୍‍ସି। ପୂର୍ବସୂଚନା ଅନୁଯାୟୀ ଆପାର୍ଟମେଣ୍ଟ ତଳକୁ ଲୋକଙ୍କ୍‍ୁ ଡାକି ଟିକା ଦେବାର ବ୍ୟବସ୍ଥା କରିଛି ବିଏମ୍‍ସି। ପ୍ରଥମ ଦିନରେ ସହରର ୬ଟି ଆପାର୍ଟମେଣ୍ଟରେ ଏହି ଟିକାକରଣ ଆରମ୍ଭ ହୋଇଛି। ଏଥିରେ ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କୁ ଟିକାକରଣ କରାଯାଇଛି। ବରିଷ୍ଠମାନଙ୍କୁ ଘର ପାଖରେ ଟିକା ଦେବା ପାଇଁ ବିଏମ୍‍ସି ଏହି ଅଭିଯାନ ଆରମ୍ଭ କରିଛି। ସହରରେ ବର୍ତ୍ତମାନ ଅଧିକାଂଶ ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କୁ ଟିକା ଦିଆଯାଇସାରିଥିବା ବେଳେ ଅଳ୍ପ କିଛିି ଲୋକ ବାକି ରହିଯାଇଛନ୍ତି। ଏଥିପାଇଁ ବିଭିନ୍ନ ଆପାର୍ଟମେଣ୍ଟରେ ରହୁଥିବା ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କୁ ଏହି ସେବା ପ୍ରଦାନ କରିବା ପାଇଁ ବିଏମ୍‍ସି ଅଣ୍ଟା ଭିଡିଛି। ଏଠାରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଉଛି। ଏଥିପାଇଁ ସ୍ଲଟ୍‍ ବୁକିଂର କୌଣସି ଆବଶ୍ୟକତା ପଡୁ ନ ଥିବାରୁ ବରିଷ୍ଠମାନେ ସୁବିଧାରେ ଟିକା ନେଇପାରୁଛନ୍ତି।

ଟିକାକରଣ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟରେ ଉତ୍ତର ଜୋନ୍‍ରେ ଡିଏଚ୍‍ଏଫ୍‍ଏଲ୍‍ ସାହୁ ରେସିଡେନ୍ସି, ଆରକୋନ ରିଟ୍ରିଟ୍‍ ଓାର୍ଡ୍ୱ, କ୍ଲବ୍‍ ଟାଉନ୍‍ ଆପାର୍ଟମେଣ୍ଟ ଦକ୍ଷିଣ ପୂର୍ବ ଜୋନରୁ ବିଏମ୍‍ସି ଭବାନୀ ଏନକ୍ଲଭ, ବାଲାଜୀ ଆପାର୍ଟମେଣ୍ଟ ଓ ଦକ୍ଷିଣ ପଶ୍ଚିମ ଜୋନରୁ କସ୍ମୋପଲିସ ଆପାର୍ଟମେଣ୍ଟରେ ଟିକାକରଣ କରାଯାଇଛି ବୋଲି ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‍ସିର ୩ ଟି ଜୋନ୍‍ର ଜୋନାଲ୍‍ ଡେପୁଟି କମିସନରମାନେ ନିଜ ନିଜ ଜୋନ୍‍ରେ ଥିବା ଆପାର୍ଟମେଣ୍ଟ ତାଲିକା ପ୍ରସ୍ତୁତ କରିଛନ୍ତି। ଦୈନିକ ଆପାର୍ଟମେଣ୍ଟକୁ ଯାଇ ପ୍ରାୟ ୧୦୦ ଜଣ ଲେଖାଏଁ ଲୋକଙ୍କୁ ଟିକା ଦେବା ପାଇଁ କୁହାଯାଇଛି। ଧୀରେଧୀରେ ଦୈନିକ ଅଧିକ ସଂଖ୍ୟକ ଆପାର୍ଟମେଣ୍ଟରେ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ବିଏମ୍‍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଅଧିକାଂଶ ଆପାର୍ଟମେଣ୍ଟରେ ରହୁଥିବା ଲୋକମାନେ ଟିକା ନେଇ ସାରିଛନ୍ତି। ସେଥିପାଇଁ ବହୁତ କମ୍‍ ଲୋକ ଟିକା ନେବାକୁ ଆସୁଛନ୍ତି। ତେବେ ସମସ୍ତଙ୍କ୍‍ୁ ଟିକା ଦେବା ପାଇଁ ବିଏମ୍‍ସି ଲକ୍ଷ୍ୟ ରଖିଥିବା ବେଳେ ଏହି ଅଭିଯାନକୁ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି। ଆପାର୍ଟମେଣ୍ଟଗୁଡିକରେ ସକାଳ ୮ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଟିକାକରଣ କରାଯାଉଛି।

ପ୍ରତିଦିନ ରାଜଧାନୀରେ ପ୍ରାୟ ୩୦ଟି ସରକାରୀ ଟିକାଦାନ କେନ୍ଦ୍ର ସହିତ ୭ ଟି ଡ୍ରାଇଭ-ଇନ୍‍ ଭ୍ୟାକ୍ସିନେସନ କେନ୍ଦ୍ରରେ ଟିକା ଦିଆଯାଉଛି। ଏହା ସହିତ ଯେଉଁ ବରିଷ୍ଠ ନାଗରିକମାନେ ବିଭିନ୍ନ କାରଣରୁ ଟିକା ନେବା ପାଇଁ ଆସିବାରେ ଅକ୍ଷମ ଅଛନ୍ତି ସେମାନଙ୍କୁ ବିିଏମ୍‍ସି ନିଜ ଗାଡ଼ିରେ ଆଣି ଟିକା ଦେବା ପରେ ପୁଣି ଘରେ ଛାଡୁଛି। ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଣି ଆପାର୍ଟମେଣ୍ଟକୁ ଯାଇ ଟିକାକରଣ କରାଯାଉଥିବାରୁ ଖୁବ୍‍ଶୀଘ୍ର ୪୫ ବର୍ଷରୁ ଊର୍ଦ୍ଧ୍ବଙ୍କର ଉଭୟ ଡୋଜ୍‍ ଟିକାକରଣ ସରିବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର