ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା, ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ

The Sakala Picture
Published On

ଭୁବନେଶ୍ବର: ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟଓ୍ବେଭ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଉପରେ ରହିବ ପାରଦ । ଗ୍ରୀଷ୍ମପ୍ରବାହ ନେଇ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ସେହିପରି ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ । ୩୫ ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ ରୁ ୭୦ ପ୍ରତିଶତ […]

ଭୁବନେଶ୍ବର: ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟଓ୍ବେଭ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଉପରେ ରହିବ ପାରଦ ।
ଗ୍ରୀଷ୍ମପ୍ରବାହ ନେଇ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର।

ସେହିପରି ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ । ୩୫ ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ ରୁ ୭୦ ପ୍ରତିଶତ ରହିବ ଆର୍ଦ୍ରତା। ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଏବଂ ଗଜପତିକୁ ଏ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ବହିବ ୪୦ ରୁ ୫୦ କିମି ବେଗରେ ପବନ ବୋହିବ। ସେପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ସାଇବର ଠକେଇ ରୋକିବାକୁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା 'ଇ-ଜିରୋ ଏଫଆଇଆର' ବ୍ୟବସ୍ଥା

08 Jun 2024 By The Sakala

ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା, ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ

ଭୁବନେଶ୍ବର: ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟଓ୍ବେଭ ଆଲର୍ଟ ଜାରି କରାଯାଇଛି।  ସ୍ବାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଉପରେ ରହିବ ପାରଦ ।
ଗ୍ରୀଷ୍ମପ୍ରବାହ ନେଇ ଉକ୍ତ ଜିଲ୍ଲାଗୁଡ଼ିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର।

ସେହିପରି ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ ଉପକୂଳବାସୀ । ୩୫ ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ ରୁ ୭୦ ପ୍ରତିଶତ ରହିବ ଆର୍ଦ୍ରତା। ଆଜିଠାରୁ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଏବଂ ଗଜପତିକୁ ଏ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ବହିବ ୪୦ ରୁ ୫୦ କିମି ବେଗରେ ପବନ ବୋହିବ। ସେପଟେ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର