ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ

The Sakala Picture
Published On

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଜିଲ୍ଲାର ଦୁଇ ପ୍ରାନ୍ତ କରଞ୍ଜିଆ ଓ ରାସଗୋବିନ୍ଦପୁର ବ୍ଲକରେ ଦୁଇଟି ପୃଥକ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିବା ସହିତ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କରଞ୍ଜିଆର ହାତୀବାରି ଠାରେ ଦେଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାର ୩୦ ହଜାର ହେକ୍ଟର ଚାଷଜମିର […]

ବାରିପଦା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଜିଲ୍ଲାର ଦୁଇ ପ୍ରାନ୍ତ କରଞ୍ଜିଆ ଓ ରାସଗୋବିନ୍ଦପୁର ବ୍ଲକରେ ଦୁଇଟି ପୃଥକ ଜଳସେଚନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିବା ସହିତ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କରଞ୍ଜିଆର ହାତୀବାରି ଠାରେ ଦେଓ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଳାର ୩୦ ହଜାର ହେକ୍ଟର ଚାଷଜମିର ଚାଷୀ ଉପକୃତ ହେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖରାପ ପାଣିପାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। କରଞ୍ଜିଆ ହାତିବାରି ହେଲିପ୍ୟାଡରେ ହେଲିକ୍ୟାପ୍ଟର ଅବତରଣ ପାଇଁ ଅନୁକୂଳ ପାଗ ହେଉ ନ ଥିବାରୁ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସେଠାରେ ସଡ଼କ ପଥରେ ଯାଇ ଯୋଗଦେବେ। ମୁଖ୍ୟମନ୍ତ୍ରୀ ରାସଗୋବିନ୍ଦପୁର ଟିକପଦାରେ ଠାରେ ଦିନ ୧୧ଟା ସମୟରେ ହେଲିକ୍ୟାପ୍ଟର ଯୋଗେ ପହଞ୍ଚି ସୁବର୍ଣ୍ଣରେଖା ଜଳସେଚନ ଅତିରିକ୍ତ ପ୍ରକଳ୍ପ (ରାଇବଣିଆ ସିଷ୍ଟମ)ର ୧୭ ହଜାର ୧୨୧ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧାର ପ୍ରଥମ ଜଳପ୍ରବାହର ଶୁଭ ଉଦ୍‍ଘାଟନ କରିବା ପରେ ଭର୍ଚୁଆଲ ମୋଡରେ ଦେଓ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସୁବର୍ଣ୍ଣରେଖା ବହୁମୂଖୀ ଜଳସେଚନ ପ୍ରକଳ୍ପ ଏକ ଆନ୍ତଃଜିଲ୍ଲା ପ୍ରକଳ୍ପ ଅଟେ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ମୟୂରଭଞ୍ଜ ଜିଲ୍ଲାରେ ୯୪ ହଜାର ୬୫୫ହେକ୍ଟର ଓ ବାଲେଶ୍ୱର ଜିଲ୍ଲାରେ ୧୪ ହଜାର ୯୭୨ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇପାରିବ। ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ୱାରା ୨୦୨୦ ମସିହା ସୁଦ୍ଧା ୨୦ହଜାର ହେକ୍ଟର ଚାଷଜମିକୁ ଖରିଫ ଫସଲ ପାଇଁ ଜଳସେଚିତ କରାଯାଉଥିଲା ଏବଂ ୨୦୨୧ ମସିହାରେ ପ୍ରଥମ ଥର ଅତିରିକ୍ତ ୧୫ ହଜାର ୩୫୯ ହେକ୍ଟର ଚାଷ ଜମିକୁ ଖରିଫ ଫସଲ ପାଇଁ ଜଳ ଯୋଗାଇ ଦିଆଯାଇଛି। ତଦ୍ୱାରା ମୋଟ ୩୫ହଜାର ୩୫୯ ହେକ୍ଟର ଚାଷଜମିକୁ ଖରିଫ ଫସଲ ପାଇଁ ଜଳସେଚିତ କରାଯାଉଛି। ଏହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ୮ଗୋଟି ବ୍ଲକରେ ଯଥା ସାରସକଣା, ବାଙ୍ଗିରିପୋଷି, କୁଳିଅଣା, ବାରିପଦା, ବେତନଟି, ଶୁଳିଆପଦା, ମୋରଡା ଓ ରାସଗୋବିନ୍ଦପୁର ବ୍ଲକର ୬୨ଟି ଗ୍ରାମର ୩୯ ହଜାର ୪୧୨ ଜଣ ଚାଷୀ ଉପକୃତ ହେଉଛନ୍ତି। ଚଳିତ ବର୍ଷ ଏହି ପ୍ରକଳ୍ପ ଦ୍ୱାରା ପ୍ରଥମଥର ଅତିରିକ୍ତ ୧୭ ହଜାର ୧୨୧ହେକ୍ଟର ଚାଷଜମିକୁ ଖରିଫ ଫସଲ ପାଇଁ ଅଗଷ୍ଟ ମାସଠାରୁ ମୟୂରଭଞ୍ଜ ଜିଲ୍ଲାରେ ୧୧ହଜାର ୬୮୮ ହେକ୍ଟର ଓ ବାଲେଶ୍ୱର ଜିଲ୍ଲାରେ ୫ହଜାର ୪୩୩ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ। ଏହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକ ଯଥା ବାଙ୍ଗିରିପୋଷି, ବାରିପଦା, ବେତନଟି, ରାସଗୋବିନ୍ଦପୁର ଓ ମୋରଡା, ବ୍ଲକର ୬୪ଟି ଗ୍ରାମର ୩୭ହଜାର ୨୫୮ ଜଣ ଚାଷୀ ଉପକୃତ ହେବେ। ସେହିପରି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକର ୨୩ଟି ଗ୍ରାମର ୧୩ ହଜାର ୩୮୯ ଜଣ ଚାଷୀ ଉପକୃତ ହେବେ। ଏହା ପରେ ଭିଡିଓ କନଫରେନ୍ସ ମାଧ୍ୟମରେ କରଞ୍ଜିଆ ସବଡିଭିଜନର ହାତୀବାରି ଠାରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ। ପ୍ରାୟ ୫୮ କିମି ଲମ୍ୱା କେନାଲ ବିଶିଷ୍ଟ ଏହି ପ୍ରକଳ୍ପ ଦ୍ୱାରା ୩ଟି ବ୍ଲକର ୯ହଜାର ୯ଶହ ହେକ୍ଟର ଚାଷଜମି ଜଳସେଚିତ ହେବା ସହିତ ୧୦୦ ଗ୍ରାମର ୧ଲକ୍ଷ ୭୮ ହଜାର ୫୧୭ ଲୋକ ଉପକୃତ ହେବେ। କେବଳ ସେତିକି ନୁହେଁ ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକର ୩ହଜାର ୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ଏହି ପ୍ରକଳ୍ପ ପାଣି ଯୋଗାଇବ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ପୁଲିସ ଅଧିକାରୀ କଡା ସୁରକ୍ଷା ଦାୟିତ୍ୱରେ ରହିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିବା ବେଳେ ଚାଷୀଙ୍କ ମନରେ ଖୁସିରଲହରୀ ଖେଳିଯାଇଛି ଏବଂ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ୨୦୨୪ ନିର୍ବାଚନ ଲାଗି ଏହା ପ୍ରାରମ୍ଭିକ ବିଗୁଲ୍‍ ବୋଲି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶାସକ ବିଜେଡି ଦଳକୁ ଶକ୍ତି ଯୋଗାଇବ ବୋଲି ଦଳର ନେତା ଓ କର୍ମୀ ଉତ୍ସାହିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର