ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା : ଚଳିତବର୍ଷରେ ହେବ ୨୦୦ କିମି ଲାଇନିଂ, ଖର୍ଚ୍ଚହେବ ୨୭୦କୋଟି ଟଙ୍କା

The Sakala Picture
Published On

ଭୁବନେଶ୍ୱର : କେନାଲର ତଳମୁଣ୍ଡରେ ସହଜରେ ପାଣି ପହଞ୍ଚାଇ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ କେନାଲ ଲାଇନିଂ ଆଣ୍ଡ ସିଷ୍ଟମ୍‌‌ ରିହାବିଲେସନ୍‌‌ ପ୍ରୋଗ୍ରାମ(ସିଏଲ୍‌‌ଏସ୍‌‌ଆର୍‌‌ପି) ଯୋଜନା ଆରମ୍ଭ କରିଛନ୍ତି। ଉକ୍ତ ଯୋଜନାର ବିଭିନ୍ନ ଉପଯୋଗିତାକୁ ଦୃଷ୍ଟିରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନାର ଅବଧିକୁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ବଢ଼଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୦୩୨.୯୨ କୋଟି ଟଙ୍କା ଖର୍ଚ୍ଚ […]

ଭୁବନେଶ୍ୱର : କେନାଲର ତଳମୁଣ୍ଡରେ ସହଜରେ ପାଣି ପହଞ୍ଚାଇ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ କେନାଲ ଲାଇନିଂ ଆଣ୍ଡ ସିଷ୍ଟମ୍‌‌ ରିହାବିଲେସନ୍‌‌ ପ୍ରୋଗ୍ରାମ(ସିଏଲ୍‌‌ଏସ୍‌‌ଆର୍‌‌ପି) ଯୋଜନା ଆରମ୍ଭ କରିଛନ୍ତି। ଉକ୍ତ ଯୋଜନାର ବିଭିନ୍ନ ଉପଯୋଗିତାକୁ ଦୃଷ୍ଟିରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନାର ଅବଧିକୁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ବଢ଼଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୦୩୨.୯୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌‌ ମୋହର ମାରିଥିଲା। ମୋଟ କ୍ୟାବିନେଟ୍‌‌ ନିଷ୍ପତ୍ତି ପରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ଏକ ସଂକଳ୍ପ ପ୍ରକାଶ ପାଇଛି। ଉକ୍ତ ସଂକଳ୍ପରେ ପ୍ରକଳ୍ପ ପାଇଁ ବର୍ଷୱାରୀ ଖର୍ଚ୍ଚ, ଯୋଜନାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇସାରିଛି। ତେବେ ଯୋଜନା ୨ୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ୨୮୭.୬୨ କିଲୋମିଟର ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ୨୪.୫୮ କିମି କେନାଲ ଲାଇନିଂ କାର୍ଯ୍ୟ ଏହି ୫ ବର୍ଷରେ ସମ୍ପୂର୍ଣ୍ଣ କରାଯିବ। ଏତଦବ୍ୟତୀତ ନୂତନ ଭାବେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ୬୬୦.୨୮ କିମି ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ୨୯୫.୩୪ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୨୭୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୪-୨୫ରେ ୫୯୭.୧୯ କୋଟି, ୨୦୨୫-୨୬ରେ ୭୩୫.୨୪ କୋଟି ଟଙ୍କା ବ୍ୟୟ କରାଯିବ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ଡରାଇଲାଣି ତାତି: ଝାରସୁଗୁଡ଼ାରେ ପାରଦ ଟପିଲା ୪୦ ଡିଗ୍ରୀ

ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ୩୧୭.୨୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୭-୨୮ରେ ୧୧୩.୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଚଳିତ ଆର୍ଥିକ ବର୍ଷରେ ମୋଟ ୨୦୦ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାପରେ ବର୍ଷୱାରୀ ଯଥାକ୍ରମେ ୩୫୦ କିମି, ୩୭୦ କିଲୋମିଟର, ୨୦୦ କିଲୋମିଟର, ୧୪୭.୮୨ କିଲୋମିଟର କେନାଲ ଲାଇନ୍‌‌ିଂ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ସଂକଳ୍ପରେ ଉଲ୍ଲେଖ ରହିଛି। ସେହିପରି ନୂଆ ବୃହତ୍‌‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥରାଶିରୁ ସର୍ବାଧିକ୧୨୭୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପୂରୁଣା ପ୍ରକଳ୍ପ ପାଇଁ ୬୪୦.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏହି ଯୋଜନା କେନାଲର ଜଳ ଧାରଣା କ୍ଷମତା ବୃଦ୍ଧି ସହିତ ଜଳସେଚନ ପ୍ରକ୍ରିୟାକୁ ସୁଦୃଢ଼ କରିବ।

ଆହୁରି ପଢ଼ନ୍ତୁ: ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ

21 Aug 2023 By The Sakala

ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା : ଚଳିତବର୍ଷରେ ହେବ ୨୦୦ କିମି ଲାଇନିଂ, ଖର୍ଚ୍ଚହେବ ୨୭୦କୋଟି ଟଙ୍କା

ଭୁବନେଶ୍ୱର : କେନାଲର ତଳମୁଣ୍ଡରେ ସହଜରେ ପାଣି ପହଞ୍ଚାଇ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୩-୧୪ ଆର୍ଥିକ ବର୍ଷରୁ କେନାଲ ଲାଇନିଂ ଆଣ୍ଡ ସିଷ୍ଟମ୍‌‌ ରିହାବିଲେସନ୍‌‌ ପ୍ରୋଗ୍ରାମ(ସିଏଲ୍‌‌ଏସ୍‌‌ଆର୍‌‌ପି) ଯୋଜନା ଆରମ୍ଭ କରିଛନ୍ତି। ଉକ୍ତ ଯୋଜନାର ବିଭିନ୍ନ ଉପଯୋଗିତାକୁ ଦୃଷ୍ଟିରେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଯୋଜନାର ଅବଧିକୁ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ବଢ଼଼ାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୨୦୩୨.୯୨ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଉକ୍ତ ପ୍ରସ୍ତାବକୁ କ୍ୟାବିନେଟ୍‌‌ ମୋହର ମାରିଥିଲା। ମୋଟ କ୍ୟାବିନେଟ୍‌‌ ନିଷ୍ପତ୍ତି ପରେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏନେଇ ଏକ ସଂକଳ୍ପ ପ୍ରକାଶ ପାଇଛି। ଉକ୍ତ ସଂକଳ୍ପରେ ପ୍ରକଳ୍ପ ପାଇଁ ବର୍ଷୱାରୀ ଖର୍ଚ୍ଚ, ଯୋଜନାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।

ଏହି ଯୋଜନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇସାରିଛି। ତେବେ ଯୋଜନା ୨ୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ୨୮୭.୬୨ କିଲୋମିଟର ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅବଶିଷ୍ଟ ୨୪.୫୮ କିମି କେନାଲ ଲାଇନିଂ କାର୍ଯ୍ୟ ଏହି ୫ ବର୍ଷରେ ସମ୍ପୂର୍ଣ୍ଣ କରାଯିବ। ଏତଦବ୍ୟତୀତ ନୂତନ ଭାବେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ୬୬୦.୨୮ କିମି ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ୨୯୫.୩୪ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୨୭୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୪-୨୫ରେ ୫୯୭.୧୯ କୋଟି, ୨୦୨୫-୨୬ରେ ୭୩୫.୨୪ କୋଟି ଟଙ୍କା ବ୍ୟୟ କରାଯିବ।

ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ୩୧୭.୨୩ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୨୦୨୭-୨୮ରେ ୧୧୩.୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ଚଳିତ ଆର୍ଥିକ ବର୍ଷରେ ମୋଟ ୨୦୦ କିଲୋମିଟର କେନାଲ ଲାଇନିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାପରେ ବର୍ଷୱାରୀ ଯଥାକ୍ରମେ ୩୫୦ କିମି, ୩୭୦ କିଲୋମିଟର, ୨୦୦ କିଲୋମିଟର, ୧୪୭.୮୨ କିଲୋମିଟର କେନାଲ ଲାଇନ୍‌‌ିଂ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ସଂକଳ୍ପରେ ଉଲ୍ଲେଖ ରହିଛି। ସେହିପରି ନୂଆ ବୃହତ୍‌‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥରାଶିରୁ ସର୍ବାଧିକ୧୨୭୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ପୂରୁଣା ପ୍ରକଳ୍ପ ପାଇଁ ୬୪୦.୫୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏହି ଯୋଜନା କେନାଲର ଜଳ ଧାରଣା କ୍ଷମତା ବୃଦ୍ଧି ସହିତ ଜଳସେଚନ ପ୍ରକ୍ରିୟାକୁ ସୁଦୃଢ଼ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର