ଜଳବାୟୁ ପରିବର୍ତ୍ତନ ପ୍ରଭାବ : ରାଜ୍ୟର ୬ ଜିଲ୍ଲାରେ କମିଲା ଖାଦ୍ୟ ଉତ୍ପାଦନ

The Sakala Picture
Published On

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ଏହି ତାଲିକାରେ ଓଡ଼ିଶାରୁ ୬ ଜିଲ୍ଲା ରହିଛି। ଏଥିଯୋଗୁଁ ରାଜ୍ୟର ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, ସମ୍ବଲପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବେ। ଏସବୁ ଜିଲ୍ଲାରେ ଅନିୟମିତ ବର୍ଷା ପାଖାପାଖି ୨୦% ଖାଦ୍ୟ ଉତ୍ପାଦନକୁ କମାଇବ ବୋଲି ଓୟୁଏଟିର କୃଷି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ବଦଳୁଥିବା ପାଣିପାଗକୁ ଆଖି ଆଗରେ ରଖି ରାଜ୍ୟ ସରକାର […]

ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇଥିବା ବେଳେ ଏହି ତାଲିକାରେ ଓଡ଼ିଶାରୁ ୬ ଜିଲ୍ଲା ରହିଛି। ଏଥିଯୋଗୁଁ ରାଜ୍ୟର ଅନୁଗୁଳ, ଭଦ୍ରକ, ବୌଦ୍ଧ, ଯାଜପୁର, ଝାରସୁଗୁଡା, ସମ୍ବଲପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବେ। ଏସବୁ ଜିଲ୍ଲାରେ ଅନିୟମିତ ବର୍ଷା ପାଖାପାଖି ୨୦% ଖାଦ୍ୟ ଉତ୍ପାଦନକୁ କମାଇବ ବୋଲି ଓୟୁଏଟିର କୃଷି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ବଦଳୁଥିବା ପାଣିପାଗକୁ ଆଖି ଆଗରେ ରଖି ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ଚିନ୍ତା କରୁଛନ୍ତି। କ୍ଲାଇମେଟ୍‍ ରେଜିଲିଆଣ୍ଟ ଟେକ୍ନୋଲୋଜି (ଜଳବାୟୁ ସୁହାଇଲା ଭଳି ବୈଷୟିକ ଜ୍ଞାନ କୌଶଳ)ର ଉପଯୋଗରେ ଚାଷ କରାଯିବା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରାଯାଇଛି। କେବଳ ସେତିକି ନୁହେଁ ରୋଗପୋକ ଦାଉରୁ କିପରି ଚାଷୀଙ୍କୁ ରକ୍ଷା କରାଯାଇ ପାରିବ ସେ ଦିଗରେ ମଧ୍ୟ ପରୀକ୍ଷାମୂଳକ ଗବେଷଣା ଆରମ୍ଭ ହୋଇଛି।
ଓଡ଼ିଶାର ଚାଷୀମାନେ ମୁଖ୍ୟତଃ ଧାନ ଉପରେ ନିର୍ଭର କରୁଥିବା ବେଳେ ଚଳିତ ବର୍ଷର ଅନିୟମିତ ବର୍ଷା ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜୁନ୍‌ରେ ସ୍ୱାଭାବିକଠାରୁ ୧୭% କମ୍‍ ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ୨୦% କମ୍‍ ଓ ଅଗଷ୍ଟ ମାସରେ ୪୪% କମ୍‍ ବର୍ଷା ହୋଇଛି। ସେହିପରି ଜୁନ୍‍ରୁ ଅଗଷ୍ଟ ମଧ୍ୟରେ ଅନୁଗୁଳ ଜିଲ୍ଲାରେ ସ୍ୱାଭାବିକଠାରୁ ୪୪% କମ୍‍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୪୮%, ବୌଦ୍ଧରେ ୪୪%, ଯାଜପୁରରେ ୪୬%, ଝାରସୁଗୁଡାରେ ୪୦% ଓ ସମ୍ବଲପୁରରେ ୪୧% କମ୍‍ ବର୍ଷା ହୋଇଛି। ଏହି ୬ ଜିଲ୍ଲାରେ ବର୍ଷାର ପରିମାଣ କମ୍‍ ହୋଇଥିବାରୁ ସେଠାରେ ଧାନ ଚାଷ ପ୍ରଭାବିତ ହେବ ବୋଲି ପାଣିପାଗବିତ୍‍ ଓ କୃଷି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

ଓୟୁଏଟିର କୃଷି ପାଣିବାଗବିତ୍‍ ଡକ୍ଟର ତୁଷାର ରଞ୍ଜନ ମହାନ୍ତି କହିଛନ୍ତି ଏକ କିଲୋ ଧାନ ଚାଷ ପାଇଁ ପାଖାପାଖି ୪ ହଜାର ଲିଟର ପାଣି ଦରକାର ହେଉଥିବା ବେଳେ ଅନିୟମିତ ବର୍ଷା ଧାନ ଚାଷକୁ ପ୍ରଭାବିତ କରିବ। ଏସବୁ ସମସ୍ୟାକୁ ଏଡାଇବା ପାଇଁ ଏବେ ଓୟୁଏଟି ପରିସରରେ ଗବେଷଣା ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି (ଏକ୍ସଟ୍ରିମ୍‍ କଣ୍ଡିସନ୍‍)କୁ ଆଖି ଆଗରେ ରଖି ଚାଷୀମାନେ କିପରି ନିଜ ନିଜର ଶସ୍ୟ ଚୟନ କରିବେ, କେତେ ଦିନର ବ୍ୟବଧାନରେ ଏହାକୁ ଲଗାଇବେ, ରୋଗପୋକରୁ ଏହାକୁ କିପରି ନିରାକରଣ କରିବେ ସେ ବାବଦରେ ଗବେଷଣା କରାଯାଉଛି। ରାଜ୍ୟରେ ବିହନ ପାଇଁ ସ୍ୱତନ୍ତ୍ର ଭାବେ ଏକ ବଫର ଷ୍ଟକ୍‍ ନିର୍ମାଣ କରାଯିବା ଦରକାର। ଯେଉଁଥିରେ ଚାଷୀଙ୍କ ଆବଶ୍ୟକତାର ୧୦% ବିହନ ମହଜୁଦ୍‍ ରହିପାରିବ। ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତି ସୃଷ୍ଟି ହେଲେ ଚାଷୀ ପୁଣିଥରେ ସୁବିଧାରେ ବିହନ ପାଇପାରିବ।

ଆହୁରି ପଢ଼ନ୍ତୁ: ପଣା ସଂକ୍ରାନ୍ତିରେ 'ବସୁନ୍ଧରା ଠେକି'ର ମହତ୍ତ୍ୱ: ଜାଣନ୍ତୁ ଓଡ଼ିଆ ପରମ୍ପରାରେ କାହିଁକି ରହିଛି ଏହାର ସ୍ୱତନ୍ତ୍ର ସ୍ଥାନ

ସେ ଆହୁରି କହିଛନ୍ତି ବଦଳୁଥିବା ଜଳବାୟୁ ଯୋଗୁଁ ଆସନ୍ତା ଦିନରେ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ। ଗତ ଖରାର ଅଭାବ ଯୋଗୁଁ ଗଛରେ ରୋଗପୋକ ସୃଷ୍ଟି ହେଉଛି ପୁଣି ଅନିୟମିତ ବର୍ଷା ଯୋଗୁଁ ଜମିରେ ପାଣି ଠିଆ ହୋଇ ଚକଡା ପୋକକୁ ପ୍ରୋତ୍ସାହିତ କରୁଛି। ଯାହାକି ଆଗାମୀ ଦିନରେ ଖାଦ୍ୟ ଅଭାବ ଭଳି ପରିସ୍ଥିତି ସୃଷ୍ଟି କରାଇବ। ଏ ବାବଦରେ ଆଇଏମ୍‍ଡି ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି; ମୌସୁମୀ ଋତୁରେ ଓଡ଼ିଶାରେ ଦୁଇ ପ୍ରକାର ଚାଷ ନିର୍ଭର କରୁଛି। ଉପକୂଳ ଓଡ଼ିଶାରେ ୧୬୦ ଦିନରୁ ୧୯୦ ଦିନିଆ ଧାନ ବୁଣା ଯାଉଥିବା ବେଳେ ବର୍ତ୍ତମାନ ଜୁଲାଇ ମାସରେ ବର୍ଷର ପରିମାଣ କମି ଯାଉଥିବାରୁ ଗଛ ବିକାଶ ହେବାର ସମୟ ବି କମି ଯାଉଛି। ସେହିପରି ପାହାଡିଆ ଅଞ୍ଚଳରେ ୬୦ରୁ ୯୦ ଦିନିଆ ଧାନ ଅମଳ କରିଥାନ୍ତି। ଧାନ ଗଛ ରୋଇବା ପରେ ୧୦୦ରୁ ୧୨୦ ଦିନି ଯାଏଁ ବିଲରେ ପାଣି ରହିବା କଥା, ଯାହାକି ଧାନ ଗଛ ବିକାଶରେ ସାହାଯ୍ୟ କରେ। ହେଲେ ଅନିୟମିତ ବର୍ଷା ଧାନ ଗଛ ବୃଦ୍ଧି ହେବାର ସମୟକୁ କମାଇ ଦେଉଛି। ଫଳରେ ଉତ୍ପାଦନ ବି କମୁଛି। ସେପ୍ଟେମ୍ବର ଓ ଅକ୍ଟୋବରରେ ବର୍ଷା ହୋଇଥିବାରୁ ଯେଉଁମାନେ ୬୦ରୁ ୯୦ ଦିନିଆ ଚାଷ କରୁଛନ୍ତି ସେମାନେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରଣ ବିଲରେ ପାଣି ଜମି ରହୁଛି। ଆଦ୍ରତାର ପରିମାଣ କମୁଥିବାରୁ ଓ କ୍ଷୀର ଧରିବାଠାରୁ ଆରମ୍ଭ କରି ଧାନ ଅମଳ ହେବା ଭିତରେ ପର୍ଯ୍ୟନ୍ତ ବର୍ଷା ହେଲେ ଗଛ ପଡ଼ି ଯାଉଛି।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

29 Nov 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର