ସରିଲା ଚିଲିକାରେ ପକ୍ଷୀ ଗଣନା: ଚଳିତ ବର୍ଷ ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀଙ୍କ ଆଗମନ

The Sakala Picture
Published On

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ  ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଆଜି ସକାଳ ୬ ଘଟିକାରୁ ଅପରାହ୍ନ […]

ଭୁବନେଶ୍ବର: ଚଳିତ ବର୍ଷ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ଚଳିତ ବର୍ଷ ଆଜିର ଗଣନା ରିପୋର୍ଟ ଅନୁସାରେ, ଚିଲିକାରେ ଅଛନ୍ତି ୧୮୯ ପ୍ରଜାତିର ୧୧ ଲକ୍ଷ ୩୭ ହଜାର ୭୫୯ ପକ୍ଷୀ । ଏ ନେଇ  ଚିଲିକା ବନ୍ୟପ୍ରାଣୀ ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଥିଲା । ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ୨୧ଟି ଟିମ ନିୟୋଜିତ ହୋଇଥିଲେ। ପ୍ରତି ଟିମରେ ୬ରୁ ୭ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ରେଞ୍ଜରେ ଦୁଇଟି ଟିମ ପାଦରେ ଚାଲିଚାଲି ଓ ୯ଟି ଟିମ ଡଙ୍ଗାରେ ସାମିଲ ହୋଇ ଗଣନା କାର୍ଯ୍ୟ କରୁଥିଲେ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହାର କରାଯାଇଥିଲା ।ଏହି କାର୍ଯ୍ୟରେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଗ୍ୟ , ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସର କର୍ମକର୍ତ୍ତା ସାମିଲ ହୋଇଥିଲେ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଖବର ଅନୁଯାୟୀ, ଗତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ଗୋଟି ପକ୍ଷୀ ଆସିଥିଲେ ।  ଗତବର୍ଷ ତୁଳନାରେ ଏ ବର୍ଷ ଚିଲିକାକୁ ୫୮୩୦ ଅଧିକ ପକ୍ଷୀ ଆସିଛନ୍ତି । ଏଥିସହ ୩ଟି ଅଧିକ ପ୍ରଜାତିର ପକ୍ଷୀ ଠାବ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର