କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା : ସସ୍‌ପେଣ୍ଡ ହେଲେ ମହିଳା ଆଟେଣ୍ଡାଣ୍ଟ

The Sakala Picture
Published On

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ଦରକାର ପଡ଼ିଲେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ତେବେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ […]

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ଦରକାର ପଡ଼ିଲେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ତେବେ ଆରମ୍ଭ ହୋଇଥିବା ତଦନ୍ତ ଜାରି ରହିବ ବୋଲି ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି, ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି

ସୂଚନା ମୂତାବକ ଗତକାଲି କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା । ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ। ପ୍ରାଣକୃଷ୍ଣ ବିଶ୍ବାଳ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରହନ୍ତି। ତାଙ୍କ ପତ୍ନୀଙ୍କର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ ତାଙ୍କ ପତ୍ନୀଙ୍କର ଅସ୍ତ୍ରୋପଚାର ହୋଇ ଏକ ଶିଶୁ ଜନ୍ମ ଗ୍ରହଣ କରିଥିଲା। ଏହାର ୬ ମିନିଟ୍‌ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଓଟି ମଧ୍ୟରୁ ଜଣେ ଆଟେଣ୍ଡାଣ୍ଟ ଆସି ପ୍ରାଣକୃଷ୍ଣଙ୍କର ପୁଅ ହୋଇଥିବା କହି ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ପ୍ରସବ କରାଇଥିବା ଡାକ୍ତର, ସେଠାରେ ଥିବା ନର୍ସ ଓ ଅନ୍ୟ କର୍ମଚା‌ରୀମାନେ ତାଙ୍କର ଝିଅ ହୋଇଛି ଏବଂ ପରେ ଅନ୍ୟଜଣଙ୍କର ପୁଅ ହୋଇଥିବା ତାଙ୍କୁ ବୁଝାଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରି ନଥିଲେ ପ୍ରାଣକୃଷ୍ଣ।ତାଙ୍କର ପୁଅ ହୋଇଛି, ଡାକ୍ତର ତଞ୍ଚକତା କରି ଶିଶୁ ବଦଳାଇ ଦେଇଥିବା କ୍ୟାପିଟାଲ ହସ୍ପିଟାଲ ନି‌ର୍ଦ୍ଦେଶକଙ୍କ ନିକଟରେ ଅଭି‌ଯୋଗ କରିଥିଲେ। ଅଧୀକ୍ଷକଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ନି‌ର୍ଦ୍ଦେଶକ ମାମଲାର ତଦନ୍ତ କରାଇଥିଲେ। ଏହି ଘଟଣାକୁ ନେଇ ୩ ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କର ଝିଅ ହୋଇଥିବା ଜଣାପଡ଼ିଛି। କିନ୍ତୁ ବ୍ୟକ୍ତି ଜଣଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିବାରୁ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ହିସାବରେ ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ନିଲମ୍ବିତ କରାଯାଇଛି। ସେ ପ୍ରସବ ପରେ ଅଭିଯୋଗକାରୀଙ୍କୁ ପୁଅ ହୋଇଛି ବୋଲି ଭୁଲ ସୂଚନା ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା: ମୃତଦେହ ଛାଡି ସ୍ୱାମୀ ଫେରାର, ଶାଶୁ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp