ଆସନ୍ତା ୨୭ରେ ଏସସିବିରେ କାର୍ଯ୍ୟକ୍ଷମ ହେବ ଇକମୋ ୟୁନିଟ୍‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

କଟକ : ଆସନ୍ତା ୨୭ ତାରିଖରୁ କଟକ ବଡମେଡିକାଲ(ଏସସିବି)ରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର ଇକମୋ ୟୁନିଟ୍‌। ଏସସିବିରେ ଏହି ବ୍ୟୟବହୁଳ ଚିକିତ୍ସା ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡମେଡିକାଲରେ ୯ଟି ଇକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ଅପରପକ୍ଷେ ଇକମୋ ୟୁନିଟ ଶୁଭାରମ୍ଭ ହେବା ପରେ ରାଜ୍ୟବାସୀଙ୍କ […]

କଟକ : ଆସନ୍ତା ୨୭ ତାରିଖରୁ କଟକ ବଡମେଡିକାଲ(ଏସସିବି)ରେ କାର୍ଯ୍ୟକ୍ଷମ ହେବ ସ୍ବତନ୍ତ୍ର ଇକମୋ ୟୁନିଟ୍‌। ଏସସିବିରେ ଏହି ବ୍ୟୟବହୁଳ ଚିକିତ୍ସା ସେବାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ବଡମେଡିକାଲରେ ୯ଟି ଇକମୋ ମେସିନ ପ୍ରସ୍ତୁତ ହୋଇ ରହିଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ। ଅପରପକ୍ଷେ ଇକମୋ ୟୁନିଟ ଶୁଭାରମ୍ଭ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗୀକୃତ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ଏହି ଚିକିତ୍ସା ମାଗଣାରେ ଦିଆଯିବ। ଇକମୋ ମେସିନ ଏସସିବିରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ସହ ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ସୂଚନାଯୋଗ୍ୟ କରୋନାର ଦ୍ୱିତୀୟ ଲହର ପ୍ରକୋପରେ ରାଜ୍ୟରେ କିଛି ଆକ୍ରାନ୍ତଙ୍‌କର  ଇକମୋ ଚିକିତ୍ସାର ଆବଶ୍ୟକ ପଡିଥିଲା। ରାଜ୍ୟରେ ଏହି ବ୍ୟୟବହୁଳ ଚିକିତ୍ସା ସେବା ମିଳୁନଥିବା କାରଣରୁ ରାଜ୍ୟବାହାରଙ୍କୁ ରୋଗୀମାନଙ୍କୁ ଯିବାକୁ ପଡୁଥିଲା।  ଓଡିଶାରେ ଇକମୋ ଚିକିତ୍ସା ସମ୍ଭବପର ହେଉନଥିବାରୁ ଅନେକ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଉଥିଲା । ଗୁରୁତର ରୋଗୀ ଯେଉଁମାନଙ୍କ ଜୀବନ ସୁତାଖିଅରେ ଝୁଲୁଥିଲା, ସେମାନଙ୍କୁ ହାଇଦ୍ରାବାଦ , କୋଲକାତା ଭଳି ସହରକୁ ଏୟାରଲିଫ୍ଟ କରାଯାଉଥିଲା । କିନ୍ତୁ ଏବେ ସେ ସଂକଟ ଦୂର ହେବ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର