ସିଡବ୍ଲ୍ୟୁସି ନିୟମକୁ ବେଖାତିର: ପାଣି ଛାଡୁନିି ଛତିଶଗଡ଼, ଆଷାଢ଼ରେ ଶୁଖିଲା ପଡ଼ିଛି ମହାନଦୀ

The Sakala Picture
Published On

ଝାରସୁଗୁଡା଼: ସରକାର ବଦଳିଲା; ଛତିଶଗଡ଼ ସହ କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିଲା। ହେଲେ ମହାନଦୀ ଭାଗ୍ୟ ବଦଳିଲା ନାହିଁ। ଏବେ ଆଷାଢ଼ ମାସରେ ବି ମହାନଦୀରେ ପାଣିମୁନ୍ଦେ ନାହିଁ। ଓଡ଼ିଶା-ଛତିଶଗଡ଼ର ସୀମାନ୍ତ ସୁଖାସୋଡ଼ା ଶୁଖିଲା ପଡ଼ିଛି। ଛତିଶଗଡ଼ ପାଣି ଛାଡୁ ନ ଥିବାରୁ ସୁଖାସୋଡ଼ା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଦିନେ ବି ବାଲି ଆଉ ବାଲି। ଜୁଲାଇ ପହିଲାରେ ହୀରାକୁଦ ଜଳଭଣ୍ଡାରରେ ଯେତିକି ପାଣି ସଂରକ୍ଷିତ ରହିବା କଥା ତାହାନାହିଁ। କେନ୍ଦ୍ରୀୟ ଜଳ […]

ଝାରସୁଗୁଡା଼: ସରକାର ବଦଳିଲା; ଛତିଶଗଡ଼ ସହ କେନ୍ଦ୍ର ଓ ଓଡ଼ିଶାରେ ବିଜେପି ସରକାର ଗଢ଼ିଲା। ହେଲେ ମହାନଦୀ ଭାଗ୍ୟ ବଦଳିଲା ନାହିଁ। ଏବେ ଆଷାଢ଼ ମାସରେ ବି ମହାନଦୀରେ ପାଣିମୁନ୍ଦେ ନାହିଁ। ଓଡ଼ିଶା-ଛତିଶଗଡ଼ର ସୀମାନ୍ତ ସୁଖାସୋଡ଼ା ଶୁଖିଲା ପଡ଼ିଛି। ଛତିଶଗଡ଼ ପାଣି ଛାଡୁ ନ ଥିବାରୁ ସୁଖାସୋଡ଼ା ଦେଇ ପ୍ରବାହିତ ମହାନଦୀରେ ବର୍ଷା ଦିନେ ବି ବାଲି ଆଉ ବାଲି। ଜୁଲାଇ ପହିଲାରେ ହୀରାକୁଦ ଜଳଭଣ୍ଡାରରେ ଯେତିକି ପାଣି ସଂରକ୍ଷିତ ରହିବା କଥା ତାହାନାହିଁ। କେନ୍ଦ୍ରୀୟ ଜଳ କମିଶନର ନିର୍ଦ୍ଦେଶ ଅନୁସାରେ ଅଣ ମୌସୁମୀ ସମୟରେ କଲମା ବ୍ୟାରେଜର ଅନ୍ୟୂନ ୨ରୁ ୫ଟି ଫାଟକ ଖୋଲିବାକୁ ଛତିଶଗଡ଼ ବାଧ୍ୟ; ସେହିପରି ମୌସୁମୀରେ ସବୁ ଫାଟକ ଖୋଲାଯିବାକୁ ନିୟମ ରହିଛି। ମାତ୍ର ନିୟମକୁ ଛତିଶଗଡ଼ ଆଖି ବୁଜି ଦେଇଛି। ଓଡ଼ିଶା ସରକାର ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ, କେନ୍ଦ୍ର ସରକାର ଆଖିମୁଦି ବସିଛନ୍ତି। ଜୁଲୁମ ସହୁଛି ମହାନଦୀ ଓ ଓଡ଼ିଶାରେ ଏହାର ତଟବର୍ତ୍ତୀ ଅଞ୍ଚଳ ଅଧିବାସୀ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରକୁ ମିଶାଇ ଟ୍ରିପଲ ଇଞ୍ଜିନ୍‌ ସରକାର ଚାଲିିଛି। ମହାନଦୀ ଜଳ ବିବାଦର ସମାଧାନ କରିବାକୁ ଓଡ଼ିଶାର ଜନସାଧାରଣ ଦାବି କରିଛନ୍ତି। ମାତ୍ର କେନ୍ଦ୍ରୀୟ ଜଳ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ଛତିଶଗଡ଼ ସରକାର ଉଲ୍ଲଂଘନ କରି ପୂରା ଗେଟ୍‌ ନ ଖୋଲି ଆଂଶିକ ଭାବେ ଉପରକୁ ମାତ୍ର ଏକ ଫୁଟ୍‌ ଖୋଲିଥିବାରୁ ହୀରାକୁଦକୁ ଯଥେଷ୍ଟ ପାଣି ଆସିପାରୁନାହିଁ। ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀଙ୍କ ସୂଚନା ଅନୁସାରେ ହୀରାକୁଦର ଜଳସ୍ତର ଏବେ ୬୦୦.୦୨ ଫୁଟ୍‌ ରହିଛି। ଏହି ସମୟରେ ଗତ ବର୍ଷ ହୀରାକୁଦର ଜଳସ୍ତର ଥିଲା ୬୦୭.୫୨ ଫୁଟ । ଅର୍ଥାତ ଗତ ବର୍ଷଠାରୁ ଏ ବର୍ଷ ପ୍ରାୟ ୭ ଫୁଟ କମ୍‌ ପାଣି ଅଛି। ବିଶେଷ ଭାବରେ କଲମା ବ୍ୟାରେଜରୁ କେବଳ ଆଂଶିକ ଭାବରେ ଛତିଶଗଡ଼ ସରକାର ପାଣି ଛାଡୁଥିବାରୁ ଏବେ ସୁଖାସୋଡ଼ା ଶୁଖିଲା ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାର ସ୍ତର ମଧ୍ୟ ନୈରାଶ୍ୟଜନକ। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ନିର୍ମାଣ କରିଥିବା ୬ଟି ବ୍ୟାରେଜକୁ ନେଇ ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ପ୍ରତିବାଦ କରି ଆସିଛନ୍ତି। ୨୦୧୮ ମେ ୧୭ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ମହାନଦୀର ପ୍ରବେଶପଥ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ସୁଖାସୋଢ଼ାରେ ମହାନଦୀ ସୁରକ୍ଷା ଯାତ୍ରା ଶୁଭାରମ୍ଭ କରିଥିଲେ। ଏହି ମାମଲା ଏବେ ଟ୍ରିବ୍ୟୁନାଲରେ ବିଚାରାଧିନ ରହିଥିବାରୁ ଏହାକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହୁଏତ କିଛି ମତ ଦେଇନାହାନ୍ତି। କିନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥର୍ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ମହାନଦୀ ଓ ଏହାର ଉପନଦୀମାନଙ୍କରେ ଛତିଶଗଡ଼ ସରକାର ଶହଶହ ପ୍ରକଳ୍ପ ନିର୍ମାଣ କରିଛନ୍ତି ଏବଂ ଏହାମଧ୍ୟରେ ରହିଛି ୯ଟି ବଡ଼ ବ୍ୟାରେଜ୍‌। ସାରାଡ଼ିହି ବ୍ୟାରେଜ୍‌, ଶିବରିନାରାୟଣ ବ୍ୟାରେଜ, ବସନ୍ତପୁର ବ୍ୟାରେଜ୍‌, ମିରୋନୀ ବ୍ୟାରେଜ୍‌, କଲମା ବ୍ୟାରେଜ, ସମୋଡ଼ା ବ୍ୟାରେଜ, ଛିଚ୍‌ପୋଲ ବ୍ୟାରେଜ, ମହାନଦୀର ଉପନଦୀ ହଁସଦେଓ ନଦୀରେ କୁଦାରୀ ବ୍ୟାରେଜ ଓ କୁଦୁରମାଲ ଆନ୍ନିକଟର ସମସ୍ତ ପାଣିକୁ ଶିଳ୍ପ ସଂସ୍ଥାମାନଙ୍କ ହାତରେ ଟେକି ଦେବାକୁ ଛତିଶଗଡ଼ ସରକାର ଚୁକ୍ତି କରିସାରିଛନ୍ତି। ଛତିଶଗଡ଼ ଜଳସଂପଦ ବିଭାଗ ପକ୍ଷରୁ ଗତ ୨୦୧୨ ଏପ୍ରିଲ ୩ରେ ମେମୋ ନଂ ୨୩୧୫ ଜରିଆରେ କେନ୍ଦ୍ରୀୟ ଜଳସେଚନ ଓ ବିଦ୍ୟୁତ ବୋଡର଼୍ ନୂଆଦିଲ୍ଲୀର ସଚିବ ଭିକେ କାଞ୍ଜଲିଆଙ୍କୁ ଏକ ତଥ୍ୟ ଦିଆଯାଇଥିଲଶ। ଏହି ତଥ୍ୟ ଅନୁସାରେ ସମସ୍ତ ବ୍ୟାରେଜ ଓ ଡ୍ୟାମରୁ ପାନୀୟ ଜଳ ବାବଦକୁ ୩୧୫.୭୦ ମେଟ୍ରିକ ଘନ ମିଟର ଛତିଶଗଡ଼ର ୧୧ଟି ସହରକୁ ଯୋଗାଇବା ସହିତ ବିଭିନ୍ନ ଜଳ ବିଦ୍ୟୁତ କେନ୍ଦ୍ର ଯଥା ମିନିମାତା ବାଙ୍ଗୋ ଜଳ ଭଣ୍ଡାରରୁ ୧୨୦ ମେଗାୱାଟ, ରବିଶଙ୍କର ଡ୍ୟାମରୁ ୧୦ ମେଗାୱାଟ ଓ ଶିକାଶର ବିଦ୍ୟୁତ ପ୍ରକଳ୍ପରୁ ୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଚାଲିଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସେହିପରି ଶିଳ୍ପ ସଂସ୍ଥାମାନଙ୍କୁ ୨୭୬୪ ମେଟ୍ରିକ କ୍ୟୁବିକ ମିଟର ପାଣି ଆବଣ୍ଟନ କରଯାଇଛି। ଏହି ଶିଳ୍ପମାନଙ୍କୁ ଛତିଶଗଡ଼ ସରକାର ପାଣି ବିକ୍ରି କରି ୮୧୦ କୋଟି ଟଙ୍କା ରାଜସ୍ୱ ଆଦାୟ ମଧ୍ୟ କରିଛନ୍ତି। ଛତିଶଗଡ଼ ଯୋଜନା ଆୟୋଗର ୧୫ ବର୍ଷିଆ ଯୋଜନା ଅନୁସାରେ ୨୦୨୨-୨୩ ଠାରୁ ୨୦୨୩-୨୪ ବର୍ଷରେ ୩ ଲକ୍ଷ ୩୦ ହଜାର ହେକ୍ଟର ଚାଷ ଜମିକୁ ଛତିଶଗଡ଼ ସରକାର ଜଳସେଚନ କରିବାକୁ ଯୋଜନା ରଖିଛି।

ପୁନଶ୍ଚ କଲମା, ସାରାଡ଼ିହି, ଶିବିରିନାରାୟଣ, ବସନ୍ତପୁର, ମିରୋନି ଓ ସମୋଡ଼ା ତେବେ ଏହି ବ୍ୟାରେଜମାନଙ୍କୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ୯୮୮ ଏମସିଏମ ପାଣି ଛତିଶଗଡ଼ ଯୋଗାଇଦେବ। ଛତିଶଗଡ଼ ସରକାର କେନ୍ଦ୍ର ଜଳ ଆୟୋଗ ଅଧିନରେ ଥିବା କେନ୍ଦ୍ରୀୟ ଜଳସେଚନ ଓ ବିଦ୍ୟୁତ ବୋଡର଼୍କୁ ଦେଇଥିବା ରିପୋର୍ଟ ଅନୁସାରେ ଛତିଶଗଡ଼ ଜଳସେଚନ ପାଇଁ (ଇରିଗେସନ୍‌ ପୋଟାନସିଏଲ୍‌)୧,୩୨୮ ନିୟୁତ ହେକ୍ଟର ସୃଷ୍ଟି କରିବାକୁ ନିଷ୍ପତ୍ତିି ନେଇଛି। କେବଳ ଉକ୍ତ ବ୍ୟାରେଜମାନଙ୍କରୁ ଗତ ୨୦୧୯ ରୁ ୨୦୨୪ ପାଞ୍ଚ ବର୍ଷୀୟ ଯୋଜନା ଅନୁସାରେ ୪,୮୧,୦୦୦ ହେକ୍ଟର ଅଞ୍ଚଳ ଜଳସେଚନ ୨୦୨୪ ରୁ ୨୦୨୯ ପାଞ୍ଚବର୍ଷୀୟ ଯୋଜନା ଅନୁସାରେ ଆଉ ୩,୩୦,୦୦୦ ହେକ୍ଟର ଅଞ୍ଚଳ ଜଳସେଚନ କରିବାକୁ ଯୋଜନା କରିଛି। ଛତିଶଗଡ଼ ସରକାର ୮୯୮ଟି ଆନ୍ନିକଟ ମହାନଦୀ ଅବବାହିକାରେ ନିର୍ମାଣ କରିବାକୁ କେନ୍ଦ୍ର ଜଳ ଆୟୋଗ ପାଖରେ ଆବେଦନ କରିସାରିଥିବା ବେଳେ ତନ୍ମଧ୍ୟରୁ ୧୫୪ଟି ଆନ୍ନିକଟ ନିର୍ମାଣ କରସାରିଥିବା ବେଳେ ବାକି ୧୨୯ଟି ଆନ୍ନିକଟର କାର୍ଯ୍ୟ ଯୁଦ୍ଧ ଭିତ୍ତିରେ ଚାଲୁ ରହିଛି। ଯାହାକି ୨୦୨୪ ଶେଷ ସୁଦ୍ଧା ସାରିବାର ଲକ୍ଷ୍ୟ ରଖାଯାଇଛି। ବିଡ଼ମ୍ବନା ହେଉଛି ଛତିଶଗଡ଼ର ଏହି ବ୍ୟାରେଜ ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗରେ ବିଶ୍ୱବ୍ୟାଙ୍କ ଅର୍ଥ ମଞ୍ଜୁର କରିଛି। ବିଶ୍ୱ ବ୍ୟାଙ୍କ ସମେତ କେନ୍ଦ୍ରୀୟ ଏଆଇବିପି (ତ୍ୱରାନ୍ନିତ ଲାଭ ଜଳସେଚନ ପ୍ରକଳ୍ପ) ନାବାର୍ଡର ଆରଆଇଡିଏଫ୍‌ (ଗ୍ରାମୀଣ ଅନ୍ତନିର୍ମିତ ନିଧି ଯୋଜନା) ତଥା କେନ୍ଦ୍ରର ଏଡିବି ସହାୟତାରେ ଏହି ବ୍ୟାରେଜ ସବୁ ନିର୍ମାଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ସରକାରଙ୍କ ଏକପାଖିଆ ନୀତି, କେନ୍ଦ୍ର ସରକାରଙ୍କ ଅଦୂରଦର୍ଶିତା ଓ ରାଜ୍ୟ ସରକାରଙ୍କ ନିରବତା ଆଗାମୀ ଦିନରେ ମହାନଦୀର ଅସ୍ତିତ୍ୱକୁ ସଙ୍କଟରେ ପକାଇଛି ।

05 Jul 2024 By The Sakala

https://www.thesakala.in/latest-odisha-news/chhattisgarh-ignoring-the-cwc-rules-mahanadi-river-is-dry/article-33414
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର