ଓଡ଼ିଶାର ସହରାଞ୍ଚଳ ବିକାଶକୁ କେନ୍ଦ୍ରର ପ୍ରଶଂସା: ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଏକ ଉଲ୍ଲେଖନୀୟ ଉଦାହରଣ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରାଯିବା ବ୍ୟବସ୍ଥାକୁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସଚିବ ଶ୍ରୀ ଯୋଶୀ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିବା ବେଳେ କିନ୍ନରମାନଙ୍କ ନିଯୁକ୍ତିକୁ ଗର୍ବ ଓ ଖୁସିର ବିଷୟ ବୋଲି କହିଛନ୍ତି। ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ସହରାଞ୍ଚଳ ବିକାଶକୁ କ୍ଷିପ୍ର କରିବାକୁ ଯୋଜନା ରଖିଛନ୍ତି। […]

ଭୁବନେଶ୍ୱର: ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରାଯିବା ବ୍ୟବସ୍ଥାକୁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସଚିବ ଶ୍ରୀ ଯୋଶୀ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିବା ବେଳେ କିନ୍ନରମାନଙ୍କ ନିଯୁକ୍ତିକୁ ଗର୍ବ ଓ ଖୁସିର ବିଷୟ ବୋଲି କହିଛନ୍ତି। ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ସହରାଞ୍ଚଳ ବିକାଶକୁ କ୍ଷିପ୍ର କରିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ବିକାଶ କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀକୁ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତା ମାଧ୍ୟମରେ କାର୍ଯ୍ୟ କରାଯାଉଛି। ଏହାକୁ ଆଧାର କରି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଧିକାଂଶ କାର୍ଯ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିନ୍ନର, ବସ୍ତିବାସିନ୍ଦା ଓ ସହରାଞ୍ଚଳ ଗରିବ ଲୋକଙ୍କ ସହଭାଗିତାରେ କରାଯାଉଛି।

ଆହୁରି ପଢ଼ନ୍ତୁ: ଖେଇ କାଠ ନେବାକୁ ନେଇ ବିବାଦ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ଶ୍ରୀ ଯୋଶୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଜାଗା ମିଶନରେ ରୂପାନ୍ତରଣ କରାଯାଇଥିବା ବିଜୁ ଆଦର୍ଶ କଲୋନୀ ବୁଲିବା ସହ ଏଠାରେ ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯାଇଥିବା ମୌଳିକ ସୁବିଧା ଦେଖିଥିଲେ।  ବସ୍ତିରେ କିପରି କାର୍ଯ୍ୟ କରାଯାଉଛି ଓ ରାଜ୍ୟ ସରକାରଙ୍କ ଦ୍ୱାରା କେଉଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ସେନେଇ ବସ୍ତି ଉନ୍ନୟନ ସଂସ୍ଥା ସହିତ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ରାଜ୍ୟ ଜଳ ଏକାଡେମୀ ଯିବା ସହ ପୁରୀ ଯାଇ ରାଜ୍ୟର ଫ୍ଲାଗ୍‍ସିପ ଯୋଜନା ଡ୍ରିଙ୍କ୍‍ଫ୍ରମ ଟ୍ୟାପ୍‍ ଦେଖିଥିଲେ। କିପରି ଲୋକମାନଙ୍କୁ ପାଇପ୍‍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ କରାଯାଉଛି ୱାଟକୋର ବରିଷ୍ଠ ଅଧିକାରୀମାନେ ଶ୍ରୀ ଯୋଶୀଙ୍କୁ ସୂଚନା ଦେଇଥିଲେ। ଏହାପରେ ସେ କିନ୍ନରମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସେପ୍ଟେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ଓ ଏସ୍‍ଏଚ୍‍ଜିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଆଦି ଅନୁଧ୍ୟାନ କରିଥିଲେ ଶ୍ରୀ ଯୋଶୀ।

ଆହୁରି ପଢ଼ନ୍ତୁ: ବିଜେପି ବିଧାୟକଙ୍କ ପ୍ରୋତ୍ସାହନରେ ଟିଟିଲାଗଡ଼ରେ ଆତଙ୍କରାଜ: ବିଜେଡି

ଏହି ସମୟରେ ସେ କିନ୍ନରମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଏସ୍‍ଏଚ୍‍ଜି ସଦସ୍ୟମାନେ କିପରି ଜଳସାଥୀ ଭାବେ କାର୍ଯ୍ୟ କରୁଛନ୍ତି ଓ ମୁକ୍ତା ଯୋଜନାରେ କିପରି କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ନିଜର ଗସ୍ତ ସାରି ଫେରିବା ପରେ ଶ୍ରୀ ଯୋଶୀ ଭୁବନେଶ୍ୱରରେ ଥିବା ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ଏହାସହିତ ସେ ପ୍ଲାଣ୍ଟ ପରିଦର୍ଶନ କରିବା ସହ କିନ୍ନରମାନେ ସହ କଥା ହୋଇଛନ୍ତି ବୋଲି ଲେଖିଛନ୍ତି। ଏହି ପ୍ଲାଣ୍ଟର ସୁଗମ ପରିଚାଳନା ହେଉଥିବା ବେଳେ କାର୍ଯ୍ୟରେ କୌଣସି ତ୍ରୁଟି ଛଡ଼ାଯାଇ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ବଡ଼ ବଡ଼ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ ବିଭିନ୍ନ କାର୍ଯ୍ୟ କରାଯାଇଛି। ଏହା ହିଁ ଓଡ଼ିଶାର ରୂପାନ୍ତରଣର ବୈଶିଷ୍ଟ୍ୟ ବୋଲି ପୂର୍ବରୁ ରାଜ୍ୟ ସରକାର କହି ସାରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରକୁ ବିଜେଡିର କଟାକ୍ଷ: ଭାଷା ଜନନୀର ବସ୍ତ୍ରହରଣ କରିଛନ୍ତି ବିଜେପି ସରକାର

26 Jul 2022 By The Sakala

ଓଡ଼ିଶାର ସହରାଞ୍ଚଳ ବିକାଶକୁ କେନ୍ଦ୍ରର ପ୍ରଶଂସା: ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଏକ ଉଲ୍ଲେଖନୀୟ ଉଦାହରଣ

ଭୁବନେଶ୍ୱର: ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ କିନ୍ନରମାନଙ୍କୁ ନିୟୋଜିତ କରାଯିବା ବ୍ୟବସ୍ଥାକୁ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ମନୋଜ ଯୋଶୀ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସଚିବ ଶ୍ରୀ ଯୋଶୀ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିବା ବେଳେ କିନ୍ନରମାନଙ୍କ ନିଯୁକ୍ତିକୁ ଗର୍ବ ଓ ଖୁସିର ବିଷୟ ବୋଲି କହିଛନ୍ତି। ରାଜ୍ୟ ସରକାର ଗୋଷ୍ଠୀ ସହଭାଗିତାରେ ସହରାଞ୍ଚଳ ବିକାଶକୁ କ୍ଷିପ୍ର କରିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ବିକାଶ କ୍ଷେତ୍ରରେ ବଡ଼ ବଡ଼ କମ୍ପାନୀକୁ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତା ମାଧ୍ୟମରେ କାର୍ଯ୍ୟ କରାଯାଉଛି। ଏହାକୁ ଆଧାର କରି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅଧିକାଂଶ କାର୍ଯ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କିନ୍ନର, ବସ୍ତିବାସିନ୍ଦା ଓ ସହରାଞ୍ଚଳ ଗରିବ ଲୋକଙ୍କ ସହଭାଗିତାରେ କରାଯାଉଛି।

ଶ୍ରୀ ଯୋଶୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ଜାଗା ମିଶନରେ ରୂପାନ୍ତରଣ କରାଯାଇଥିବା ବିଜୁ ଆଦର୍ଶ କଲୋନୀ ବୁଲିବା ସହ ଏଠାରେ ବସ୍ତିବାସିନ୍ଦାଙ୍କୁ ଯୋଗାଇ ଦିଆଯାଇଥିବା ମୌଳିକ ସୁବିଧା ଦେଖିଥିଲେ।  ବସ୍ତିରେ କିପରି କାର୍ଯ୍ୟ କରାଯାଉଛି ଓ ରାଜ୍ୟ ସରକାରଙ୍କ ଦ୍ୱାରା କେଉଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ସେନେଇ ବସ୍ତି ଉନ୍ନୟନ ସଂସ୍ଥା ସହିତ ମଧ୍ୟ ଆଲୋଚନା କରିଥିଲେ। ଏହା ସହିତ ରାଜ୍ୟ ଜଳ ଏକାଡେମୀ ଯିବା ସହ ପୁରୀ ଯାଇ ରାଜ୍ୟର ଫ୍ଲାଗ୍‍ସିପ ଯୋଜନା ଡ୍ରିଙ୍କ୍‍ଫ୍ରମ ଟ୍ୟାପ୍‍ ଦେଖିଥିଲେ। କିପରି ଲୋକମାନଙ୍କୁ ପାଇପ୍‍ ଯୋଗେ ବିଶୁଦ୍ଧ ଜଳ ଯୋଗାଣ କରାଯାଉଛି ୱାଟକୋର ବରିଷ୍ଠ ଅଧିକାରୀମାନେ ଶ୍ରୀ ଯୋଶୀଙ୍କୁ ସୂଚନା ଦେଇଥିଲେ। ଏହାପରେ ସେ କିନ୍ନରମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ସେପ୍ଟେଜ ଟ୍ରିଟ୍‍ମେଣ୍ଟ ପ୍ଲାଣ୍ଟ ଓ ଏସ୍‍ଏଚ୍‍ଜିମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଆଦି ଅନୁଧ୍ୟାନ କରିଥିଲେ ଶ୍ରୀ ଯୋଶୀ।

ଏହି ସମୟରେ ସେ କିନ୍ନରମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଏସ୍‍ଏଚ୍‍ଜି ସଦସ୍ୟମାନେ କିପରି ଜଳସାଥୀ ଭାବେ କାର୍ଯ୍ୟ କରୁଛନ୍ତି ଓ ମୁକ୍ତା ଯୋଜନାରେ କିପରି କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ନିଜର ଗସ୍ତ ସାରି ଫେରିବା ପରେ ଶ୍ରୀ ଯୋଶୀ ଭୁବନେଶ୍ୱରରେ ଥିବା ସ୍ୱେରେଜ୍‍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ଏହାସହିତ ସେ ପ୍ଲାଣ୍ଟ ପରିଦର୍ଶନ କରିବା ସହ କିନ୍ନରମାନେ ସହ କଥା ହୋଇଛନ୍ତି ବୋଲି ଲେଖିଛନ୍ତି। ଏହି ପ୍ଲାଣ୍ଟର ସୁଗମ ପରିଚାଳନା ହେଉଥିବା ବେଳେ କାର୍ଯ୍ୟରେ କୌଣସି ତ୍ରୁଟି ଛଡ଼ାଯାଇ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି। ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶାରେ ବଡ଼ ବଡ଼ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗୀତାରେ ବିଭିନ୍ନ କାର୍ଯ୍ୟ କରାଯାଇଛି। ଏହା ହିଁ ଓଡ଼ିଶାର ରୂପାନ୍ତରଣର ବୈଶିଷ୍ଟ୍ୟ ବୋଲି ପୂର୍ବରୁ ରାଜ୍ୟ ସରକାର କହି ସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର