ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ ରାଷ୍ଟ୍ରପତି ପଦକ ଦ୍ୱାରା ସମ୍ବର୍ଦ୍ଧିତ

The Sakala Picture
Published On

ବରଗଡ଼: ବରଗଡ଼ ଜିଲ୍ଲାର ଏକମାତ୍ର ଜୀବିତ ଶତାୟୁ ସ୍ୱାଧିନତା ସଂଗ୍ରାମୀ ପାଣିମୋରା ଗ୍ରାମର ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପ୍ରଦତ୍ତ ସ୍ମୃତି ପଦକ ସହ ସମ୍ମାନିତ କରାଯାଇଛି ।ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱାରା ଗଠିତ ବାନର ସେନାରେ ଜିତେନ୍ଦ୍ରୀୟ ପ୍ରଧାନ ସାମିଲ ହୋଇଥିଲେ । ପାର୍ବତୀ ଗିରି ଓ ତାଙ୍କ ଅନୁଗାମୀ ମାନଙ୍କ ଦ୍ୱାରା ୧୯୪୨ରେ ବରଗଡ଼ କୋର୍ଟ ଦଖଲ କରାଯିବା ଓ ବିଚାରପତିଙ୍କ ଚଉକିରେ ବସି ପାର୍ବତୀ […]

ବରଗଡ଼: ବରଗଡ଼ ଜିଲ୍ଲାର ଏକମାତ୍ର ଜୀବିତ ଶତାୟୁ ସ୍ୱାଧିନତା ସଂଗ୍ରାମୀ ପାଣିମୋରା ଗ୍ରାମର ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପ୍ରଦତ୍ତ ସ୍ମୃତି ପଦକ ସହ ସମ୍ମାନିତ କରାଯାଇଛି ।ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱାରା ଗଠିତ ବାନର ସେନାରେ ଜିତେନ୍ଦ୍ରୀୟ ପ୍ରଧାନ ସାମିଲ ହୋଇଥିଲେ । ପାର୍ବତୀ ଗିରି ଓ ତାଙ୍କ ଅନୁଗାମୀ ମାନଙ୍କ ଦ୍ୱାରା ୧୯୪୨ରେ ବରଗଡ଼ କୋର୍ଟ ଦଖଲ କରାଯିବା ଓ ବିଚାରପତିଙ୍କ ଚଉକିରେ ବସି ପାର୍ବତୀ ଗିରି ଭାରତ ସ୍ୱାଧିନତା ଲାଭ କରିବାର ଘୋଷଣା ସମୟରେ କିଶୋର ଜିତେନ୍ଦ୍ରିୟ ପ୍ରଧାନ, ପାର୍ବତୀ ଗିରିଙ୍କ ଅର୍ଦ୍ଦଲି ଭୂମିକାରେ ଅଭିନୟ କରିଥିଲେ । ଏଥି ସକାଶେ ଇଂରେଜ ସରକାର ଜିତେନ୍ଦ୍ରିୟ ପଧାନଙ୍କୁ ୬ ମାସ ଜେଲଦଣ୍ଡ ଦେଇଥିଲେ ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଅଧୁନା ବରଗଡ଼ ଜିଲ୍ଲା ଅର୍ନ୍ତଗତ ପାଣିମୋରା ଗ୍ରାମର ୩୨ ଜଣ, ବରଗଡ଼ର ୧୬ ଜଣ ,ରେମଣ୍ଡାର ୧୨ ଜଣ ଓ ସମଲେଇ ପଦର ଗ୍ରାମର ୯ ଜଣ ବ୍ୟକ୍ତି ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ । ତନ୍ମଧ୍ୟରୁ ପାଣିମୋରା ଗ୍ରାମର ଜିତେନ୍ଦ୍ରୀୟ ପ୍ରଧାନ ହେଉଛନ୍ତି ଏକମାତ୍ର ଜୀବିତ ଶତାୟୁ ସ୍ୱାଧିନତା ସଂଗ୍ରାମୀ । ଶହେବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ସେ ସକ୍ରିୟ ଅଛନ୍ତି ମାତ୍ର ଏବେ ଶୁଣି ପାରୁ ନାହାନ୍ତି ।ଆଜି ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ସ୍ମରଣୀୟ ସମ୍ପୃକ୍ତି ପାଇଁ ତାଙ୍କ ପାଇକମାଲ ସ୍ଥିତ ବାସଭବନକୁ ଯାଇ ବରଗଡ଼ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସୋହେଲା ତହସିଲଦାର ଓ ସୋହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ପାଣିମୋରା ଗ୍ରାମର ସଂଗ୍ରାମୀ ପୀଠରେ ମାଲ୍ୟାର୍ପଣ କରିବା ସାଙ୍ଗକୁ ଜିତେନ୍ଦ୍ରିୟ ପ୍ରଧାନଙ୍କ ବାସଭବନକୁ ପଦଟାତ୍ରାରେ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସମ୍ମାନ ପ୍ରଦାନ କରିଥିଲେ ।ଏହି ଅବସରରେ ପାଣିମୋରା ଗ୍ରାମଟି ଉତ୍ସବ ମୁଖରିତ ହୋଇ ପଡ଼ିଥିଲା ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଲେ ରାଜ୍ୟ ସରକାର

ଆହୁରି ପଢ଼ନ୍ତୁ: ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର; ତଣ୍ଟି ଚିପି ହତ୍ୟା ସନ୍ଦେହ, ମାଇଁ ଅଟକ

09 Aug 2021 By The Sakala

ଶତାୟୁ ସ୍ୱାଧିନତା ସଂଗ୍ରାମୀ ଜିତେନ୍ଦ୍ରୀୟ ପ୍ରଧାନ ରାଷ୍ଟ୍ରପତି ପଦକ ଦ୍ୱାରା ସମ୍ବର୍ଦ୍ଧିତ

ବରଗଡ଼: ବରଗଡ଼ ଜିଲ୍ଲାର ଏକମାତ୍ର ଜୀବିତ ଶତାୟୁ ସ୍ୱାଧିନତା ସଂଗ୍ରାମୀ ପାଣିମୋରା ଗ୍ରାମର ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପ୍ରଦତ୍ତ ସ୍ମୃତି ପଦକ ସହ ସମ୍ମାନିତ କରାଯାଇଛି ।ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ୱାରା ଗଠିତ ବାନର ସେନାରେ ଜିତେନ୍ଦ୍ରୀୟ ପ୍ରଧାନ ସାମିଲ ହୋଇଥିଲେ । ପାର୍ବତୀ ଗିରି ଓ ତାଙ୍କ ଅନୁଗାମୀ ମାନଙ୍କ ଦ୍ୱାରା ୧୯୪୨ରେ ବରଗଡ଼ କୋର୍ଟ ଦଖଲ କରାଯିବା ଓ ବିଚାରପତିଙ୍କ ଚଉକିରେ ବସି ପାର୍ବତୀ ଗିରି ଭାରତ ସ୍ୱାଧିନତା ଲାଭ କରିବାର ଘୋଷଣା ସମୟରେ କିଶୋର ଜିତେନ୍ଦ୍ରିୟ ପ୍ରଧାନ, ପାର୍ବତୀ ଗିରିଙ୍କ ଅର୍ଦ୍ଦଲି ଭୂମିକାରେ ଅଭିନୟ କରିଥିଲେ । ଏଥି ସକାଶେ ଇଂରେଜ ସରକାର ଜିତେନ୍ଦ୍ରିୟ ପଧାନଙ୍କୁ ୬ ମାସ ଜେଲଦଣ୍ଡ ଦେଇଥିଲେ ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଅଧୁନା ବରଗଡ଼ ଜିଲ୍ଲା ଅର୍ନ୍ତଗତ ପାଣିମୋରା ଗ୍ରାମର ୩୨ ଜଣ, ବରଗଡ଼ର ୧୬ ଜଣ ,ରେମଣ୍ଡାର ୧୨ ଜଣ ଓ ସମଲେଇ ପଦର ଗ୍ରାମର ୯ ଜଣ ବ୍ୟକ୍ତି ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇ ଜେଲ ଯାଇଥିଲେ । ତନ୍ମଧ୍ୟରୁ ପାଣିମୋରା ଗ୍ରାମର ଜିତେନ୍ଦ୍ରୀୟ ପ୍ରଧାନ ହେଉଛନ୍ତି ଏକମାତ୍ର ଜୀବିତ ଶତାୟୁ ସ୍ୱାଧିନତା ସଂଗ୍ରାମୀ । ଶହେବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ସେ ସକ୍ରିୟ ଅଛନ୍ତି ମାତ୍ର ଏବେ ଶୁଣି ପାରୁ ନାହାନ୍ତି ।ଆଜି ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ସ୍ମରଣୀୟ ସମ୍ପୃକ୍ତି ପାଇଁ ତାଙ୍କ ପାଇକମାଲ ସ୍ଥିତ ବାସଭବନକୁ ଯାଇ ବରଗଡ଼ ଜିଲ୍ଲାପ୍ରଶାସନ ପକ୍ଷରୁ ଅତିରକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ସୋହେଲା ତହସିଲଦାର ଓ ସୋହେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ପାଣିମୋରା ଗ୍ରାମର ସଂଗ୍ରାମୀ ପୀଠରେ ମାଲ୍ୟାର୍ପଣ କରିବା ସାଙ୍ଗକୁ ଜିତେନ୍ଦ୍ରିୟ ପ୍ରଧାନଙ୍କ ବାସଭବନକୁ ପଦଟାତ୍ରାରେ ଯାଇ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସମ୍ମାନ ପ୍ରଦାନ କରିଥିଲେ ।ଏହି ଅବସରରେ ପାଣିମୋରା ଗ୍ରାମଟି ଉତ୍ସବ ମୁଖରିତ ହୋଇ ପଡ଼ିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର