ବଡ ଖବର : ରାଜ୍ୟରେ ବଢ଼ିଲା ବସ ଭଡା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ବଢିଲା ବସ ଭଡ଼ା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି ।ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି । ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ […]

ଭୁବନେଶ୍ୱର: ରାଜ୍ୟରେ ବଢିଲା ବସ ଭଡ଼ା । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ଯ୍ୟନ୍ତ ବସ୍‌ ଭଡ଼ା ବଢ଼ିଛି ।ଆଜିଠାରୁ ବର୍ଦ୍ଧିତ ଦର ଲାଗୁ ହେବ । ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣ ବସ ଭଡ଼ାରେ ୪ ପଇସା ବୃଦ୍ଧି ଘଟିଛି । ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ ଦଶମିକ ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, କ୍ରମାଗତ ଭାବେ ତୈଳ ଦର ବଢ଼ୁଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି । ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍‌ ଭଡ଼ା ବଢ଼ିଥିଲା । ସେତେବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୮୮ ଟଙ୍କା ୭୭ ପଇସା ଥିବାବେଳେ ଏବେ ଡିଜେଲ ଲିଟର ୯୭ ଟଙ୍କା ୨୫ ପଇସା ।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

କୋଭିଡ କଟକଣା ଅଥବା ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ ଜୁନ ଶେଷ ତାରିଖରେ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଯେଉଁଥିରେ ରାଜ୍ୟର କାଟାଗୋରୀ Aରେ ଥିବା ଜିଲ୍ଲା ଗୁଡ଼ିକରେ ବସ ଏବଂ ଟ୍ୟାକ୍ସି ଚଳାଚଳ କରିବାକୁ ମିଳିଥିଲା ଅନୁମତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର